କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା: ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜୟ ମହାପାତ୍ର

author img

By

Published : Nov 25, 2022, 11:04 PM IST

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା: ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜୟ ମହାପାତ୍ର

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣରେ ଆହତମାନଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏହି ଘଟଣାରେ ପୋଲିସ ପ୍ରଶାସନକୁ ଦାୟୀ କରିବା ସହ ୭୨ ଘଣ୍ଟା ମଧ୍ୟରେ ଏଥିରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜୟ । ଅଧିକ ପଢ଼ନ୍ତୁ

କଟକ: କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା । ଆହତଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଆହତମାନଙ୍କ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ କିପରି ସେମାନଙ୍କ ଚିକିତ୍ସା ସଠିକ ଢଙ୍ଗରେ ହୋଇ ପାରିବ ସେନେଇ ଏସସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ବିଜୟ । ତେବେ ଏହି ବିଭତ୍ସ ଘଟଣାରେ ପୋଲିସ ପ୍ରଶାସନକୁ ଦାୟୀ କରିବା ସହ ୭୨ ଘଣ୍ଟା ମଧ୍ୟରେ ଏଥିରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜୟ ।

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା: ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜୟ ମହାପାତ୍ର

ବାଣ ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇ ୩୪ ଜଣ ଏସସିବିରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କୁ ଆଜି ଭେଟିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି, "ଯେଉଁ ଘଟଣା କେନ୍ଦ୍ରାପଡାରେ ଘଟିଛି ତାହା ବେଶ ବିଭତ୍ସ । ତେବେ ଭସାଣି ସମୟରେ ଯେଉଁ ଅଘଟଣ ଘଟିଛି ତାହା ପାଇଁ ଦାୟୀ କେବଳ ପୋଲିସ ପ୍ରଶାସନ । ଯଦି ପୋଲିସ ସେହି ସମୟରେ ସଠିକ ଢଙ୍ଗରେ କାର୍ଯ୍ୟ କରିଥାନ୍ତା ତେବେ ଏପରି ସ୍ଥିତି ଉପୁଜିନଥାନ୍ତା । ଏହି ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ରାଜ୍ୟ ସରକାର ।" ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉକ୍ତ ପୋଲିସ ଅଧିକାରୀଙ୍କୁ ଶୀଘ୍ର ଦଣ୍ଡ ମିଳୁ ବୋଲି କହିଛନ୍ତି ବିଜୟ ।

ସୂଚନାନୁସାରେ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ବାଲିଆ ବଜାରର ଦୁଇଟି ସ୍ଥାନରେ ଗତ ବିଚ୍ଛା ସଂକ୍ରାନ୍ତି ଦିନରୁ ସପ୍ତାହେ ବ୍ୟାପୀ କାର୍ତ୍ତିକେଶ୍ବରଙ୍କ ପୂଜା ହୋଇ ଆସୁଥିଲା । ବୁଧବାର ସନ୍ଧ୍ୟାରେ ଭସାଣୀ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରତିଯୋଗିତା ଦେଖିବା ପାଇଁ ଖଚାଖଚ ଭିଡ଼ ହୋଇଥିଲା । ତେବେ ଆତସବାଜିର ମଜ୍ଜା ଓ ଡିଜେ ଗୀତର ତାଳେତାଳେ ନାଚୁଥିବା ବେଳେ ଆତସବାଜିରେ ବ୍ୟବହୃତ ନଳି (ବାଉଁଶ ନିର୍ମିତ)ଟି ଦିଗଭ୍ରଷ୍ଟ ହୋଇ ତଳେ ପଡି ଏକ ପାନ ଦୋକାନ ଭିତରେ ବିସ୍ଫୋରଣ ହୋଇଥିଲା ।

ବିସ୍ଫୋରଣ ଯୋଗୁଁ ଭସାଣ ଦେଖିବାକୁ ଆସି ଦୋକାନ ସମ୍ମୁଖରେ ଛିଡା ହୋଇଥିବା ପାଖାପାଖି ୨୦ଜଣଙ୍କ ଅବସ୍ଥା ସଙ୍ଗୀନ ହୋଇଯାଇଥିଲା । ସେହି ସମୟରେ ବାଣୁଆ ରଖିଥିବା ଅନ୍ୟ ବାଣ ଗୁଡିକରେ ନିଆଁ ଲାଗିଯିବାରୁ ଏହା ପୁନଃ ବିସ୍ଫୋରଣ ଘଟି ଅନ୍ୟ ଉପସ୍ଥିତ ଶ୍ରଦ୍ଧାଳୁ ମଧ୍ୟ ଗୁରୁତର ହୋଇ ପଡ଼ିଥିଲେ । ମୋଟ୍ ୩୮ ଜଣ ଲୋକେ ଏଥିରେ ଆହତ ହୋଇଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଥିଲା । ଆହତ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୪ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଭସାଣୀ ସମୟରେ ବାଣ ପ୍ରତିଯୋଗିତା ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.