ଡ଼ଃ ପ୍ରଫୁଲ୍ଲ ତ୍ରିପାଠୀଙ୍କ ଜନ୍ମଦିନ, ଜୟଦେବଙ୍କୁ ଓଡ଼ିଶାର ବୋଲି ପ୍ରମାଣିତ କରି ଆଣିଛନ୍ତି ଗୌରବ
ଡ଼ଃ ପ୍ରଫୁଲ୍ଲ ତ୍ରିପାଠୀଙ୍କ ଜନ୍ମଦିନ, ଜୟଦେବଙ୍କୁ ଓଡ଼ିଶାର ବୋଲି ପ୍ରମାଣିତ କରି ଆଣିଛନ୍ତି ଗୌରବ
ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ୮୩ ବର୍ଷରେ ପାଦ ଥାପିଛନ୍ତି । କବି ଜୟଦେବ ଓଡ଼ିଶାର ବୋଲି ସେ ପ୍ରମାଣିତ କରିଥିଲେ । ଅଧିକ ପଢନ୍ତୁ
ନିଆଳି: କବି ଜୟଦେବ ଓଡ଼ିଶାର ବୋଲି ପ୍ରମାଣିତ କରିଥିବା ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ୮୩ ବର୍ଷରେ ପାଦ ଥାପିଛନ୍ତି । ସେ ହେଉଛନ୍ତି ଏକାଧାରରେ ସାହିତ୍ୟିକ, ଐତିହାସିକ ତଥା କବି ଜୟଦେବଙ୍କ ଗବେଷକ ଓ ପ୍ରାକ୍ତନ ପ୍ରଶାସନ ଅଧିକାରୀ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଦୁର୍ଗା ମାଧବ ମଣ୍ଡପ ପରିସରରେ ଜୟଦେବ ଗାଁ ସାଥି ସଙ୍ଘ ପକ୍ଷରୁ 'ମୋ ଗାଁ ସମ୍ମାନ -୨୦୨୩' ପାଳନ କରିବା ସହିତ ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୮୩ ତମ ଜନ୍ମଦିବସ ପାଳନ ହୋଇଛି ।
ଜୟଦେବ ନିର୍ବାଚନ ମଣ୍ଡଳୀ ବାଳକାଟିରେ ଜନ୍ମଗ୍ରହଣ କରିଥିବା ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଜଣେ ସାଧାରଣ ମଣିଷ ନଥିଲେ । ୨୦ ବର୍ଷ ବୟସରେ ନିଜର ପରକାଷ୍ଠା, ବୁଦ୍ଧି ଏବଂ ଲେଖନି ମୁନରେ ଅନେକ ଘଟଣାକୁ ଲୋକଲୋଚନକୁ ଆଣିବା ସହିତ ସତ ପ୍ରମାଣିତ କରିଛନ୍ତି । ଜଗନ୍ନାଥଙ୍କ ପରମ ଭକ୍ତ ତଥା କବି ଜୟଦେବଙ୍କ ଜନ୍ମ ସ୍ଥାନକୁ ନେଇ ପଶ୍ଚିମବଙ୍ଗ ସହ ଉପୁଜିଥିବା ବିବାଦ ଓ ଟଣାଓଟରା ପଛରେ ଲେଖନୀ ଏବଂ ସମସ୍ତ ପ୍ରମାଣପତ୍ର ମାଧ୍ୟମରେ କବି ଜୟଦେବ ହେଉଛନ୍ତି ଓଡ଼ିଶା ମାଟିର ବୋଲି ସେ ପ୍ରମାଣିତ କରିଛନ୍ତି । ଜୟଦେବଙ୍କ ଜନ୍ମସ୍ଥାନ କେନ୍ଦୁବିଲ୍ବରେ ବୋଲି ପ୍ରମାଣିତ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ।
ଏହି ଅବସରରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ସମାଜସେବୀ ତଥା ଫିଲ୍ମ ପ୍ରଯୋଜକ ସତ୍ୟପ୍ରିୟ ବେହେରା, ବାଲିଅନ୍ତା ବ୍ଲକ ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ମହାନ୍ତି, ଜୟଦେବ ଗାଁ ସାଥି ସଙ୍ଘର ସଭାପତି ବିଜୟ କୁମାର ଭୋଇ ଓ ସମ୍ପାଦକ ଦୀନବନ୍ଧୁ ଭୋଇ ପ୍ରମୁଖ ଯୋଗଦେଇ ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ପିଲା ବେଳଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ପ୍ରତିଟି ଘଟଣାକୁ ଉପସ୍ଥିତ ଗାଁ ସାଥି ଓ ସାଧାରଣଲୋକମାନଙ୍କୁ କହିଥିଲେ। ଏଥିପାଇଁ ଜୟଦେବ ଗାଁ ସାଥି ସଙ୍ଘ ପକ୍ଷରୁ ତାଙ୍କର ୮୩ ତମ ଜନ୍ମ ଦିବସ ପାଳନ କରାଯାଇଆସୁଛି ।
ଏହି ଅବସରରେ କବି ଜୟଦେବଙ୍କୁ ଫଟୋ ଚିତ୍ରକଳା ଓ ଉତରୀୟ ଦେଇ ସମ୍ମାନିତ କରିଛି ଗାଁ ସାଥି ସଙ୍ଘ । ଲେଖିକା, ଗାଳ୍ପିକା, ସାମ୍ବାଦିକ, କବି,ଆଶା କର୍ମୀ, ଗାଁ ସାଥି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ଯକ୍ତି ବିଶେଷମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି। ସେପଟେ ସେବା ସାଥୀ ସଙ୍ଘର ଦାବିକୁ ସରକାର ଶୁଣିବା ପାଇଁ ନିବେଦନ କରିଛନ୍ତି ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ।
ଇଟିଭି ଭାରତ, ନିଆଳି
