ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ, କଟକ ମିଡିଆକୁ ହରାଇଲା ଭୁବନେଶ୍ୱର ମିଡିଆ ଟିମ

author img

By

Published : Nov 27, 2022, 9:14 PM IST

ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ, କଟକ ମିଡିଆକୁ ହରାଇଲା ଭୁବନେଶ୍ୱର ମିଡିଆ

ଭୁବନେଶ୍ବର ଇଲେକ୍ଟ୍ରୋନିକ୍ସ ମିଡିଆ ଓ କଟକ ଇଲେକ୍ଟ୍ରୋନିକ୍ସ ମିଡିଆ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ । କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚକୁ ଭୁବନେଶ୍ବର ଇଲେକ୍ଟ୍ରୋନିକ୍ସ ମିଡିଆ ଜିତିନେଇଛି । ଅଧିକ ପଢ଼ନ୍ତୁ

କଟକ: ବାରବାଟୀ ଷ୍ଟାଡିୟମରେ ଭୁବନେଶ୍ବର ଇଲେକ୍ଟ୍ରୋନିକ୍ସ ମିଡିଆ ଓ କଟକ ଇଲେକ୍ଟ୍ରୋନିକ୍ସ ମିଡିଆ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ (Bhubaneswar Electronics Media vs Cuttack Electronics Media Friendly Cricket Match) । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୮୦ ରନ ସଂଗ୍ରହ କରିଥିଲା କଟକ ଇଲେକ୍ଟ୍ରୋନିକ୍ସ ମିଡିଆ । ନିର୍ଦ୍ଧାରିତ ଓଭର ପୂର୍ବରୁ ମ୍ୟାଚ ଜିତିନେଲା ଭୁବନେଶ୍ବର ଇଲେକ୍ଟ୍ରୋନିକ୍ସ ମିଡିଆ ଟିମ ।

ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ, କଟକ ମିଡିଆକୁ ହରାଇଲା ଭୁବନେଶ୍ୱର ମିଡିଆ

ରବିବାର କଟକ ବାରବାଟୀରେ ଭୁବନେଶ୍ବର ଇଲେକ୍ଟ୍ରୋନିକ୍ସ ମିଡିଆ ଓ କଟକ ଇଲେକ୍ଟ୍ରୋନିକ୍ସ ମିଡିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ରେ କଟକ ଇଲେକ୍ଟ୍ରୋନିକ୍ସ ମିଡିଆ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ମୋଟ ୮୦ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲା କଟକ ଦଳ । ଦ୍ବିତୀୟ ଇନିଂସରେ ବ୍ୟାଟିଂ ଭୁବନେଶ୍ବର ଇଲେକ୍ଟ୍ରୋନିକ୍ସ ମିଡିଆ ଟିମ ନିର୍ଦ୍ଧାରିତ ଓଭର ପୂର୍ବରୁ ମ୍ୟାଚ ଜିତି ନେଇଥିଲା ।

ତେବେ କର୍ମବ୍ୟସ୍ତ ଜୀବନ ଭିତରେ ଏଭଳି ଏକ ଖେଳ ରିଲାକ୍ସ ଦେଇଥାଏ । ଏହାସହ ଭୁବନେଶ୍ବର ଇଲେକ୍ଟ୍ରୋନିକ୍ସ ମିଡିଆ ଟିମ ଓ କଟକ ଇଲେକ୍ଟ୍ରୋନିକ୍ସ ମିଡିଆ ଟିମ ପରସ୍ପରକୁ ଚିହ୍ନିବା ଏହି ମ୍ୟାଚ୍‌ର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ତେବେ ଏହି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌କୁ ସମସ୍ତେ ମନ ଭରି ଉପଭୋଗ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.