ସ୍ବଚ୍ଛତାର ସହ ASO ପରୀକ୍ଷା ହୋଇଛି: OPSC ଅଧ୍ୟକ୍ଷ

author img

By

Published : Nov 22, 2022, 5:48 PM IST

ସ୍ବଚ୍ଛତାର ସହ ASO ପରୀକ୍ଷା ହୋଇଛି: OPSC ଅଧ୍ୟକ୍ଷ

ନଭେମ୍ବର ମାସ ସୁଦ୍ଧା 15 ଶହ 45 ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଭିନ୍ନ ସରକାରୀ ଚାକିରୀ ପାଇଁ ମନୋନୀତ କରିଛି ଓପିଏସସି (Odisha Public Service Commission) । ସେଥି ମଧ୍ୟରୁ 392 ଜଣ ଓଡିଶା ସିଭିଲ ସର୍ଭିସ ପାଇଁ ଯୋଗ୍ୟ ବିବେଚିତ ହୋଇସାରିଛନ୍ତି । ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବୀକୁ ନେଇ ଯେଉଁ ବିବାଦ ମୁଣ୍ଡ ଟେକିଛି, ତାହା ଆମୂଳକ ବୋଲି ଆଜି ଏକ ସାମ୍ବାଦିକ ସମିଳନୀରେ କହିଛନ୍ତି ଓଡିଶା ଲୋକ ସେବା ଆୟୋଗର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ( OPSC Chairman Satyajit Mohanty) । ଅଧିକ ପଢନ୍ତୁ

କଟକ: ନଭେମ୍ବର ମାସ ସୁଦ୍ଧା 15 ଶହ 45 ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଭିନ୍ନ ସରକାରୀ ଚାକିରୀ ପାଇଁ ମନୋନୀତ କରିଛି ଓପିଏସସି (Odisha Public Service Commission) । ସେଥି ମଧ୍ୟରୁ 392 ଜଣ ଓଡିଶା ସିଭିଲ ସର୍ଭିସ ପାଇଁ ଯୋଗ୍ୟ ବିବେଚିତ ହୋଇସାରିଛନ୍ତି । ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବୀକୁ ନେଇ ଯେଉଁ ବିବାଦ ମୁଣ୍ଡ ଟେକିଛି, ତାହା ଆମୂଳକ ବୋଲି ଆଜି ଏକ ସାମ୍ବାଦିକ ସମିଳନୀରେ କହିଛନ୍ତି ଓଡିଶା ଲୋକ ସେବା ଆୟୋଗର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ( OPSC Chairman Satyajit Mohanty) । ସମସ୍ତ ପରୀକ୍ଷା ସ୍ଵଚ୍ଛତାର ସହ ହୋଇଛି ଏବଂ ଚୟନ ପ୍ରକ୍ରିୟା ପାଇଁ ଧର୍ଯ୍ୟ ହୋଇଥିବା ଗାଇଡ଼ ଲାଇନକୁ ଶତ ପ୍ରତିଶତ ପାଳନ କରାଯାଇଛି ବୋଲି ଓପିଏସସି କର୍ତ୍ତୃପକ୍ଷ କହିଛନ୍ତି । ତଥାପି ଏଏସ ଓ ନିଯୁକ୍ତି ନେଇ ହାଇକୋର୍ଟ ଯେଉଁ ନିର୍ଦେଶ ଦେଇଛନ୍ତି, ତାର ଅନୁପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ଓପିଏସସି ଅଧକ୍ଷ ।

ସ୍ବଚ୍ଛତାର ସହ ASO ପରୀକ୍ଷା ହୋଇଛି: OPSC ଅଧ୍ୟକ୍ଷ

ଏହାବି ପଢନ୍ତୁ- କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ବଟି ମାଗିବା ଅଭିଯୋଗ, ଘଟଣାରେ ଆସିଲା ନୂଆ ଟ୍ବିଷ୍ଟ

ବିବାଦ ଘେରକୁ ଆସିଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ନିଯୁକ୍ତି ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ଓପିଏସସି ଅଧକ୍ଷ ସତ୍ୟଜିତ ମହାନ୍ତି। ପରୀକ୍ଷା ଅତ୍ୟନ୍ତ ସ୍ଵଛତାର ସହ ହୋଇଛି, ଏବଂ ଚୟନ ପ୍ରକ୍ରିୟାକୁ ନେଇ ଆସିଥିବା ଅଭିଯୋଗ ରେ ସତ୍ୟତା ନାହିଁ ବୋଲି ପ୍ରେସମିଟ ଜରିଆରରେ କହିଛନ୍ତି । ଫାଇନାଲ ରେଜଲ୍ଟ ପରେ ମାର୍କ ସିଟ ଅପଲୋଡ଼ କରାଯିବ, ଏବଂ ଚୂଡାନ୍ତ ତାଲିକା ବାହାରିବା ଆଗରୁ ହାଇକୋର୍ଟଙ୍କ ନିର୍ଦେଶ ମୁତାବକ 2016 ମସିହାର ଗାଇଡ଼ ଲାଇନର ଅନୁପାଳନ କରାଯିବ ବୋଲି ଓପିଏସସି ଅଧକ୍ଷ କହିଛନ୍ତି ।

ଚଳିତ ବର୍ଷ 2 ହଜାର 115 ଟି ସରକାରୀ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବାର ଦାୟିତ୍ୱ ଓପିଏସ ସି କାନ୍ଧରେ ଥିଲା। ନଭେମ୍ବର ମାସ ସୁଦ୍ଧା ବିଭିନ୍ନ ପଦବୀ ପାଇଁ କୃତକାର୍ଯ୍ୟ ହୋଇଥିବା 15 ଶହ 45 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଲାଗି ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ଓପିଏସସି । ସେଥି ମଧ୍ୟରୁ ଓଡିଶା ସିଭିଲ ସର୍ଭିସ ପାଇଁ 392 ଜଣଙ୍କ ନାଁ ସୁପାରିଶ ହୋଇଛି । 448 ଆସିଷ୍ଟାଣ୍ଟ ପ୍ରଫେସର ( ଉଚ୍ଚ ଶିକ୍ଷା ବିଭାଗ )ରେ ନିଯୁକ୍ତି ପାଇବାକୁ ଯାଉଛନ୍ତି, 250 ଜଣ ଡାକ୍ତର । 98 ଜଣ ପୋଷ୍ଟ ଗ୍ରାଜୁଏଟ ଟିଚର। ଏବଂ ପ୍ରାୟ 40 ଜଣ ଇଞ୍ଜିନିଅର ଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦେବା ଲାଗି ସୁପାରିଶ କରିଛି ଓପିଏସସି । ତେବେ ଖୁବଶୀଘ୍ର ବିଭିନ୍ନ ସରକାରୀ ପଦବୀ ପାଇଁ ଆଉ 2550 ଯୋଗ୍ୟ ପ୍ରାର୍ଥୀ ଚୟନ ହେବାକୁ ଯାଉଛନ୍ତି । ସମସ୍ତ ପରୀକ୍ଷା ଅତ୍ୟନ୍ତ ସ୍ଵଛତାର ସହିତ କରାଯାଉଛି । କେବଳ ଯୋଗ୍ୟ ମାନେ କୃତକାର୍ଯ୍ୟ ହେଉଥିବାର କଥାକୁ ଦୋହରାଇଛନ୍ତି ଓପିଏସସି କର୍ତ୍ତୃପକ୍ଷ ।

ଏହାବି ପଢନ୍ତୁ- Almond Benefits: ନିୟମିତ ମୁଠାଏ ଆଲମୋଣ୍ଡ ଯୋଗାଏ ଶକ୍ତି, ଶରୀରପାଇଁ ହିତକାରୀ

ଏଏସ ଓ ପରୀକ୍ଷା ଅନିୟମିତତା ସମ୍ପର୍କରେ ଶୁଣାଣି କରି ଗତ 14 ତାରିଖ ଦିନ ଓପିଏସସିକୁ ହାଇକୋର୍ଟ ନିର୍ଦେଶ ଦେଇ କହିଛନ୍ତି ଯେ, 2016 ମସିହାରେ ଧାର୍ଯ୍ୟ ହୋଇଥିବା ଗାଇଡ଼ଲାଇନକୁ ଫଲୋ କରି ପ୍ରାର୍ଥୀ ଚୟନ କର । ହୁଏତ ତାଗିଦ କଲାପରେ, ଆଜି ଗଣମାଧ୍ୟମ ଆଗରେ ନିଜ ଆଡୁ ସ୍ପଷ୍ଟୀକରଣ ରଖିବା ଉଚିତ ମନେ କରିଛନ୍ତି ଓପିଏସସି କର୍ତ୍ତୃପକ୍ଷ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.