ସଫେଇ କର୍ମଚାରୀଙ୍କ ଦୁଃଖ ଦୂର ହେବ, ଶୀଘ୍ର ମିଳିବ ନିଯୁକ୍ତି: CMC କମିଶନର

author img

By

Published : Nov 25, 2022, 5:46 PM IST

ସିଏମସି ସଫେଇ କର୍ମଚାରୀ ମାନଙ୍କ ଦୁଃଖ ଦୂର ହେବ ଶୀଘ୍ର ମିଳିବ ନିଯୁକ୍ତି: କମିଶନର

କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଘଟଣା । ଏନେଇ ମୁହଁ ଖୋଲିଛନ୍ତି କଟକ କମିଶନର । ଅଧିକ ପଢନ୍ତୁ

କଟକ: କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଘଟଣା । ଠିକା ସଂସ୍ଥା ହଠାତ୍ କାମ ବନ୍ଦ କରି ଦେବାରୁ ଶତାଧିକ ସଫେଇ କର୍ମଚାରୀ ସିଏମସି ସମ୍ମୁଖରେ କରିଥିଲେ ବିକ୍ଷୋଭ ପ୍ରଦର୍ଶନ । ଏନେଇ ମୁହଁ ଖୋଲିଛନ୍ତି କଟକ କମିଶନର । ତେବେ କୌଣସି ଠିକା କର୍ମଚାରୀଙ୍କ ବିରୋଧରେ ସିଏମସିର କୌଣସି ଷଡଯନ୍ତ୍ର ନାହିଁ । ନିରାକାର ସଂସ୍ଥାରେ ଯେଉଁ ଠିକା କର୍ମଚାରୀ ମାନେ କାମ କରିଥିଲେ ସେମାନଙ୍କୁ ପୁଣି କାମ ଦିଆଯିବ । ଏନେଇ ସମସ୍ତ ପ୍ରକ୍ରିୟା ଜାରି ରହିଛି । ଆଉ ଦୁଇ ରୁ 3 ଦିନ ମଧ୍ୟରେ ଏହି ତମାମ ଅସୁବିଧା ଦୂର ହେବ ବୋଲି କହିଛନ୍ତି ସିଏମସି କମିଶନର ।

ସିଏମସି ସଫେଇ କର୍ମଚାରୀ ମାନଙ୍କ ଦୁଃଖ ଦୂର ହେବ ଶୀଘ୍ର ମିଳିବ ନିଯୁକ୍ତି: କମିଶନର

ଅନ୍ୟପଟେ ଏହି ଠିକା କର୍ମଚାରୀମାନେ ଦୀର୍ଘ ୧୫ ବର୍ଷ ଧରି କଟକ ସହରର ବିଭିନ୍ନ ୱାର୍ଡରେ କୁଲି, ମେଟ, ମଶା ନିପାତ୍ କରିବା ଭଳି କାର୍ଯ୍ୟ କରୁଥିଲେ । ବିଭିନ୍ନ ଠିକା ସଂସ୍ଥା ଅଧୀନରେ ଏମାନଙ୍କୁ କାମ ଦିଆଯାଇଥିଲା । ହେଲେ ହଠାତ୍ ଗତ ୧୦ ଦିନରୁ ସେମାନଙ୍କୁ ଆଉ କାମ ଦିଆଯାଉ ନାହିଁ । ସେମାନଙ୍କୁ କାମରୁ ବାହାର କରି ଦିଆଯାଇଛି ବୋଲି ଖବର ମିଳିଥିଲା । ପରେ ସମସ୍ତେ ଏକାଠି ହୋଇ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୁରନ୍ତ କାମ ଦେବାକୁ ଦାବି କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.