କଟକରେ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

author img

By

Published : Mar 15, 2023, 2:13 PM IST

driver association strike

9 ଦଫା ଦାବି ନେଇ କଟକ ଗୋପାଳପୁର ଛକରେ ଶତାଧିକ ଡ୍ରାଇଭର ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ହୋଇଛନ୍ତି ସାମିଲ । ଅଧିକ ପଢନ୍ତୁ

driver association strike

କଟକ: କଟକରେ ଗର୍ଜିଲେ ଓଡିଶା ଡ୍ରାଇଭର ମହାସଂଘ । 9 ଦଫା ଦାବି ନେଇ କଟକ ଗୋପାଳପୁର ଛକରେ ଶତାଧିକ ଡ୍ରାଇଭର ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ହୋଇଛନ୍ତି ସାମିଲ । ଆଜିଠୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଚାଳକ ସଂଘ । ତେବେ ଏହି ଦଫା ମଧ୍ୟରେ ପ୍ରଥମେ ବୀମାକୁ ଅଗ୍ରାଧିକାର ଦେଇଛନ୍ତି ଚାଳକ ସଂଘ । ରାଜ୍ୟର କୋଣ ଅନୁକୋଣରେ ଗାଡି ନେଇ ଯିବା ସମୟରେ ଅନେକ ଦୁର୍ଘଟଣାର ଶିକାର ହୋଇ ମୃତ୍ୟବରଣ କରୁଛନ୍ତି । କିନ୍ତୁ ସେମାନେ କୌଣସି ସରକାରୀ ଲାଭ ପାଇ ପାରୁ ନାହାନ୍ତି । ଏପରି ସ୍ଥଳେ ସରକାରଙ୍କୁ ଅନେକ ଥର ଦାବି ଦେଇଥିଲେ ସୁଦ୍ଧା ଏଯାବତ ସରକାର କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେଉ ନାହାନ୍ତି । ସେଥିପାଇଁ ବାଧ୍ୟ ହୋଇ ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘୋଷଣା କରିଛି ଡ୍ରାଇଭର ସଂଘ । ତେବେ ଏହି ଆନ୍ଦୋଳନରେ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡି ଗୁଡିକୁ ଅବରୋଧ କରୁ ନାହାନ୍ତି ଆନ୍ଦୋଳନ ରତ ଡ୍ରାଇଭର ।

ବିଶେଷ କରି ମାଟ୍ରିକ ପରୀକ୍ଷା ଜାରି ରହିଥିବାରୁ ସ୍କୁଲ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କୌଣସି ସ୍କୁଲ ଗାଡିକୁ ଅଟକାଉ ନାହାନ୍ତି ଡ୍ରାଇଭର ମହାସଂଘ । ଦାବି ଗୁଡିକ ମଧ୍ୟରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭର ମାନଙ୍କ ପାଇଁ 20 ଲକ୍ଷ ଟଙ୍କା । 55 ବର୍ଷରେ ପେନସନ, ଲୋକଙ୍କ ଦ୍ୱାରା ଆକ୍ରୋଶର ଶିକାର ନହେବା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ, ପ୍ରତି 100 କିମି ଦୂରରେ ଏକ ବିଶ୍ରାମ ଗାର, ଇତ୍ୟାଦି ପ୍ରମୁଖ ଆନ୍ଦୋଳନରେ ମୁଦା ରଖିଛନ୍ତି ଆନ୍ଦୋଳନକାରୀ ।

ଏହା ମଧ୍ୟ ପଢନ୍ତୁ- ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଅନ୍ୟପଟେ ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜରାସ୍ତାରେ ମୁତୟନ ରହିଛନ୍ତି ପୋଲିସ । ଗାଡି ମୋଟର ଯାତାୟତ ପୂର୍ବପରି ଜାରି ରହିଛି । ତେବେ ଆନ୍ଦୋଳନକାରୀ ଯଦି କୌଣସି ଆଇନ ହାତକୁ ନିଅନ୍ତି ତେବେ ସମସ୍ତଙ୍କୁକୁ ଗିରଫ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଏସପି । ତେବେ ଏହି ଆନ୍ଦୋଳନକୁ ନେଇ ଯଦି ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ 2024 ନିର୍ବାଚନରେ ବିଧାୟକ ସାଂସଦ ପାଇଁ ଏତେ ମାତ୍ରାରେ ନୋମିନେସନ ଫାଇଲ ହେବ ସରକାର ନିଜେ ଭୁଲିଯିବେ ତାଙ୍କର ଚିହ୍ନ ବୋଲି କହିଛି ମହାସଂଘ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.