ମୃତ୍ୟୁର ୫ ଦିନ ପରେ ଗୁଣିଆ ଭରସାରେ ଘରେ ପଡିଛି ମୃତଦେହ

author img

By

Published : Oct 19, 2021, 11:04 AM IST

ମୃତ୍ୟୁର ୫ ଦିନ ପରେ ବି ଜୀବନ ଆଣିବାକୁ ଚାଲିଛି ଝଡାଫୁଙ୍କା

ଡାକ୍ତର କଥାରେ ବିଶ୍ବାସ ନାହିଁ, ଗୁଣିଆ ଭରସାରେ ଘରେ ପଡିରହିଛି ମୃତଦେହ । ମୃତ୍ୟୁର ୫ ଦିନ ପରେ ବି ଘରେ ମୃତଦେହ ରଖି ଚାଲିଛି ଝଡାଫୁଙ୍କା । ଅଧିକ ପଢନ୍ତୁ...

ବୌଦ୍ଧ: ଡାକ୍ତର ମୃତ ଘୋଷଣା କରିବା ପରେ ବି ଘରେ ମୃତଶରୀର ରଖି ଚାଲିଛି ଝଡାଫୁଙ୍କା । ଆଜି ବି ଅନ୍ଧବିଶ୍ବାସର ଅନ୍ଧହଗଳିରେ ଏପରି ରହିଯାଇଛି ମାନବ ସମାଜ । ୫ ଦିନ ହେବ ଯୁବକଙ୍କ ମୃତ ଶରୀର ଘରେ ରଖି ଗୁଣିଆ ସାହାଯ୍ୟରେ ଝଡାଫୁଙ୍କା କରାଯାଉଛି ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆଦିବାସୀ ବସ୍ତିରେ । ସୂଚନା ଅନୁଯାୟୀ ମୁର୍ଷୂଣ୍ଢି ପଞ୍ଚାୟତ ଆଦିବାସୀ ବସ୍ତିର ମିଥୁନ ପେରା ନାମକ ଜଣେ ଯୁବକ ସୁରଟରେ କାମ କରୁଥିଲେ । ସେଠାରେ ସ୍ବାସ୍ଥ୍ୟ ଖରାପ ଯୋଗୁଁ ସ୍ଥାନୀୟ ଏକ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ଗାଁକୁ ମୃତଦେହ ଅଣାଯାଇଥିଲା ।

ମୃତ୍ୟୁର ୫ ଦିନ ପରେ ଗୁଣିଆ ଭରସାରେ ଘରେ ପଡିଛି ମୃତଦେହ

ଖବର ପାଇ ମୁର୍ଷୂଣ୍ଢି ପଞ୍ଚାୟତ ପକ୍ଷରୁ ଯୁବକଙ୍କ ମୃତ୍ୟୁକାଳୀନ ହରିଶ୍ଚନ୍ଦ୍ର ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା । କିନ୍ତୁ ପରିବାର ଲୋକେ ମୃତ ଯୁବକଙ୍କ ଶରୀରରେ ଜୀବନ ଥିବା ସନ୍ଦେହ କରି ସତ୍କାର କରିନଥିଲେ । ବର୍ତ୍ତମାନ ମୃତ ଶରୀରରେ ପୂର୍ଣ୍ଣ ଜୀବନ ଆଣିବାକୁ ତନ୍ତ୍ର ମନ୍ତ୍ର ତଥା ଗୁଣିଗାରେଡିର ସହାୟତା ନିଆଯାଉଥିବା ମୃତକଙ୍କ ଭାଇ ନିଜେ ସୂଚନା ଦେଇଛନ୍ତି ।

ତେବେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏପରି ଚାଲିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ, କିମ୍ବା ପୋଲିସ ପହଞ୍ଚି ନ ଥିବା ଦେଖିବାକୁ ମିଳିଛି ।



ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.