ବୌଦ୍ଧର ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ସହଜରେ କରିହେବ ସନ୍ତାନ ଗ୍ରହଣ

author img

By

Published : Oct 9, 2021, 11:00 AM IST

ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଉଦଘାଟିତ

ବୌଦ୍ଧରେ ପ୍ରଥମ ଥର ପାଇଁ ଖୋଲିଲା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର । ସନ୍ତାନ ଆବଶ୍ୟକ କରୁଥିବା ଦମ୍ପତି ସମସ୍ତ ବିଧି ବ୍ୟବସ୍ଥା ଅନୁଯାୟୀ ଏଠାରୁ ଗ୍ରହଣ କରିପାରିବେ ସନ୍ତାନ । ଅଧିକ ପଢନ୍ତୁ...

ବୌଦ୍ଧ: ଜିଲ୍ଲାରେ ପ୍ରଥମ ଥର ପାଇଁ ଖୋଲିଲା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର । ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଉଦଘାଟିତ ହୋଇଛି । ବୌଦ୍ଧ ଜିଲ୍ଲା ଗଠନର ଛବିଶ ବର୍ଷ ପରେ ବୀରନରସିଂପୁର ସ୍ଥିତ ରାମକୃଷ୍ଣ ବାଳାଶ୍ରମ ପରିସରରେ ଏହି ଅନୁଷ୍ଠାନ ଉଦଘାଟିତ ହୋଇଛି । ପୂର୍ବରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମିଳିଥିବା ଅସହାୟ ଶିଶୁଙ୍କୁ ଅନ୍ୟ ଜିଲ୍ଲାରେ ଥିବା କେନ୍ଦ୍ରକୁ ପଠାଇ ଦିଆଯାଉଥିଲା ।

ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଉଦଘାଟିତ

ଏହି କଲ୍ୟାଣକାରୀ ଅନୁଷ୍ଠାନ ଖୋଲିବା ପରେ ଏଠାରୁ ସନ୍ତାନ ଆବଶ୍ୟକ କରୁଥିବା ଦମ୍ପତି ସମସ୍ତ ବିଧି ବ୍ୟବସ୍ଥା ଅନୁଯାୟୀ ଜିଲ୍ଲାପାଳଙ୍କ ଅନୁମୋଦନ ପରେ ଶିଶୁକୁ କୋଳେଇ ନେଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଏହି କେନ୍ଦ୍ରରେ ଦଶ ଜଣ ଶିଶୁଙ୍କ ଥଇଥାନ ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ବାଳାଶ୍ରମ ଠାରେ ଥିବା ଅସ୍ଥାୟୀ କେନ୍ଦ୍ରକୁ ବୌଦ୍ଧ ବିଧାୟକ, ଜିଲ୍ଲାପାଳ, ଏସପି, ଶିଶୁ ସୁରକ୍ଷା ବିଭାଗର ଅଧିକାରୀ ପ୍ରମୁଖ ଉଦଘାଟନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.