କଣ୍ଟାମାଳର ବିକାଶ ପାଇଁ ଏକତ୍ରିତ ହେଲେ ସମିତି ସଭ୍ୟ

author img

By

Published : Sep 20, 2022, 1:54 PM IST

କଣ୍ଟାମାଳର ଉନ୍ନତି ପାଇଁ ଏକତ୍ରିତ ହେଲେ ସମିତି ସଭ୍ୟ

ପଞ୍ଚାୟତ ସମିତିର ଉନ୍ନତି ପାଇଁ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ । ଉଭୟ ନିର୍ବାଚିତ ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ଏହି ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି । ଏଥିରେ ହିତାଧିକାରୀଙ୍କ ଆବାସ, ରାସନ, ବିଦ୍ୟୁତ, ପାନୀୟଜଳ, ସାମାଜିକ ସୁରକ୍ଷା, ଶିକ୍ଷା ଓ ରାସ୍ତା ନିର୍ମାଣ ଉପରେ ଦିଆଯାଇଛି ଗୁରୁତ୍ୱ । ଅଧିକ ପଢ଼ନ୍ତୁ

ବୌଦ୍ଧ: ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ପଞ୍ଚାୟତର ବିକାଶ ପାଇଁ ଉଭୟ ନିର୍ବାଚିତ ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି (Overall Improvement of the Kantamal Block) । ବୌଦ୍ଧ ଜିଲ୍ଲାର ୨୪ଗୋଟି ପଞ୍ଚାୟତକୁ ନେଇ ଗଠିତ କଣ୍ଟାମାଳ ବ୍ଲକ । ତେବେ ବ୍ଲକର ଅଧିକାଂଶ ଅଞ୍ଚଳରେ ସରକାରଙ୍କ ବିକାଶମୂଳକ ଯୋଜନା ଠିକରେ ପହଞ୍ଚି ପାରୁନାହିଁ । ଏଥିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ଗମନାଗମନର ଅବ୍ୟବସ୍ଥା ।

କଣ୍ଟାମାଳର ଉନ୍ନତି ପାଇଁ ଏକତ୍ରିତ ହେଲେ ସମିତି ସଭ୍ୟ

ବ୍ଲକର ଉମା, ନାରାୟଣପ୍ରସାଦ, ବରଗାଁ, ଲମ୍ବସରୀ ଭଳି କେତେକ ପଞ୍ଚାୟତର ଉପାନ୍ତ ଅଞ୍ଚଳକୁ ସବୁଦିନିଆ ରାସ୍ତା ନଥିବାରୁ ସେସବୁ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଠାରୁ ନେଇ ସାମାଜିକ ସୁରକ୍ଷା, ରାସନ, ପାନୀୟଜଳ, ସରକାରୀ ପକ୍କା ଘର, ବିଦ୍ୟୁତ ଭଳି ବିଭିନ୍ନ ସମସ୍ୟା ଲାଗିରହୁଛି ।

ଏନେଇ ଆଜି ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀ କଣ୍ଟାମାଳ ଅଭିଯୋଗ ଶୁଣାଣିରେ ପହଞ୍ଚିଥିବା ସମୟରେ ଏହି ସମସ୍ୟା ଗୁଡିକର କିଭଳି ସମାଧାନ ହେବ ସେନେଇ ଗୁରୁତ୍ବାରୋପ କରିଛନ୍ତି । ପଞ୍ଚାୟତ ସମିତି ପକ୍ଷରୁ ମଧ୍ୟ ଏସବୁ ସମସ୍ୟାର ସମାଧାନ ପାଇଁ ବ୍ଲକ ଅଧ୍ୟକ୍ଷାଙ୍କ ସଭାପତିତ୍ୱରେ ସମିତି ସଭ୍ୟମାନେ ଆଲୋଚନା କରିଥିଲେ ।

ବିଶେଷ ଭାବରେ ଅନେକ ଉପାନ୍ତ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁ ନଥିବାରୁ ଏଥିଯୋଗୁଁ ମହିଳା ଓ ଶିଶୁ ଗଭୀର ପ୍ରଭାବିତ ହେଉଥିବାରୁ ଖୋଦ ବ୍ଲକ ଅଧ୍ୟକ୍ଷା ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେପଟେ ବ୍ଲକରେ ଶିକ୍ଷାର ବିକାଶ ତଥା ଅଧିକ ତ୍ବରାନ୍ବିତ କରିବାକୁ ଉମା, ଦପଲା, ଯୋଗୀନ୍ଦ୍ରପୁର ଭଳି କେତେକ ବିଦ୍ୟାଳୟକୁ 5t ରୂପାନ୍ତରିତ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ନିର୍ବାଚିତ ପ୍ରତିନିଧିଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.