ବୌଦ୍ଧର ଦୁଃଖିନୀ ଅଙ୍ଗନବାଡି ଦିଦି, ଗୁହାଳରେ ବିତୁଛି ଜୀବନ

author img

By

Published : Sep 18, 2022, 10:03 PM IST

ଅକୁହା ଅଙ୍ଗନବାଡୀ ଦିଦିଙ୍କ ଦୁଃଖ, ଗୁହାଳରେ ବିତୁଛି ଜୀବନ

ଦୁର୍ଦ୍ଦିନରେ ଅବସରପ୍ରାପ୍ତ ଅଙ୍ଗନବାଡି ଦିଦିଙ୍କ ପରିବାର । ଅବସରଗ୍ରହଣର ୫ ବର୍ଷ ପରେ ମଧ୍ୟ ଦିଦିଙ୍କୁ କୌଣସି ସରକାରୀ ସହାୟତା ମିଳିନଥିବା ବେଳେ ବର୍ତ୍ତମାନ ତାଙ୍କ ପରିବାର ଏକ ଗୁହାଳ ଘରେ ଆଶ୍ରୟ ନେଇଛନ୍ତି । ଅଧିକ ପଢନ୍ତୁ

ବୌଦ୍ଧ: ଅକୁହା ଅଙ୍ଗନବାଡୀ ଦିଦିଙ୍କ ଦୁଃଖ, ଦିନେ ଅଙ୍ଗନବାଡିରେ ଜଣେ କର୍ମୀ ଭାବେ କାମ କରୁଥିଲେ, ଆଉ ଅବସର ପରେ ଗୁହାଳରେ ବିତୁଛି ଦିନ । ଦର୍ଘ ୨୬ ବର୍ଷ ଧରି ବୌଦ୍ଧ ଜିଲ୍ଲାର ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗା ପ୍ରସାଦ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ ଥିଲେ କନକ ଦୀପ । ସେଠାରେ କୁନି କୁନି ପିଲାମାନଙ୍କୁ ସୁଷମ ଖାଦ୍ୟ ଓ ଶିକ୍ଷା ଦେଇଆସୁଥିଲେ ଦିଦି, ସେଠାରୁ ଯେଉଁ ଦରମା ମିଳୁଥିଲା, ସେଥିରେ ପରିବାର ଚଳାଉଥିଲେ କନକ । ଏହା ପରେ ୨୦୧୮ ମସିହାରେ ସେ ଅଙ୍ଗନବାଡି କେନ୍ଦ୍ରରୁ ଅବସରଗ୍ରହଣ କଲେ । ଆଉ ତାପରେ ଜେମିତି ତାଙ୍କ ଜୀବନରେ ଘୋଡିଆସିଲା ଦୁଃଖର କଳାବାଦଲ । ବର୍ତ୍ତମାନ ଅଭାବ ଅନଟନରେ ଗତି କରୁଥିବାବେଳେ ଗୁହାଳରେ ପରିବାର ସହ ରହୁଛନ୍ତି ।

ଅକୁହା ଅଙ୍ଗନବାଡୀ ଦିଦିଙ୍କ ଦୁଃଖ, ଗୁହାଳରେ ବିତୁଛି ଜୀବନ

ଏହା ମଧ୍ୟ ପଢନ୍ତୁ-ଦୁର୍ଗାପୂଜାରେ ଜାଇକା ସାଜିବନି ବାଧକ

ଗତ ୨୦୧୮ ମସିହାରେ କନକ ଦୀପ ଅବସରଗ୍ରହଣ କଲେ । ଅବସରକୁ ୫ ବର୍ଷ ବିତିଗଲାଣି, କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ କୌଣସି ସୁବିଧା ସୁଯୋଗ ପ୍ରଦାନ କରାଯାଇନାହିଁ । ବୟସ ହେବାରୁ ତାଙ୍କୁ ଅବସର ଦିଆଯାଇଥିବା ବେଳେ, ଏପଟେ କିନ୍ତୁ ବୟସ ହୋଇନଥିବା କହି ସାମାଜିକ ସୁରକ୍ଷା ବିଭାଗ ବାର୍ଦ୍ଧକ୍ୟ ଭତ୍ତା ଟିକକ ଦେଉନାହିଁ । ଫଳରେ ଜୀବନ ଦୋଛକିରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ଅଙ୍ଗନବାଡି ଦିଦି କନକ ଦୀପ । ଫଳରେ ଗଣମାଧ୍ୟମରେ ନିଜ ଦୁଃଖ ଜଣାଇଛନ୍ତି ଦିଦି ।

କନକଙ୍କ ପରିବାର କହିଲେ ବୃଦ୍ଧ ସ୍ବାମୀ ଓ ଶାଶୁ, ନିଜର ଘର ଖଣ୍ଡିଏ ନଥିବାରୁ ସେ ଜଣେ ସମ୍ପର୍କୀୟଙ୍କ ଏକ ଗୁହାଳ ଘରେ ବସବାସ କରୁଛନ୍ତି । ଯେଉଁଠି ଖାଇବା ସେଇଠି ଶୋଇବା, ପୁଣି ବର୍ଷା ହେଲେ କଥା ସରିଲା । ନିଜର ଦୁଋଖ ନେଇ ବୃଦ୍ଧା ଜଣକ ପଞ୍ଚାୟତ ଠାରୁ ଆରମ୍ଭ କରି ସିଡିପିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ କେବଳ ପ୍ରତିଶୃତି ହିଁ ମଳିଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଉକ୍ତ ବୃଦ୍ଧାଙ୍କ ଦୁଃଖ ଶୁଣିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ଗୁହାରି କରିଛନ୍ତି ।

ଏନେଇ ଅବସରପ୍ରାପ୍ତ ଅଙ୍ଗନବାଡି ଦିଦି କନକ ଦୀପ କହିଛନ୍ତି ଯେ ''ମୁଁ ଦୀର୍ଘ ୨୬ ହେଲା ଅଙ୍ଗବାଡୀରେ କାମ କଲି, ଏହା ପରେ ମୋତେ ଅବସର ଦିଆଗଲା, କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ସରଫରୁ ମୋତେ କିଛି ସହାୟତା ପ୍ରଦାନ କରାଯାଇ ନାହିଁ । ମୋର ଘର ଖଣ୍ଡେ ନଥିବାରୁ ମୁଁ ଏବେ ଅନ୍ୟ ଜଣଙ୍କ ଗୁହାଳରେ ପରିବାର ସହ ରହୁଛି, ତେଣୁ ସରକାର ମୋତେ ତୁରନ୍ତ ସହାୟତା ପ୍ରଦାନ କରନ୍ତୁ'' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.