ପୁରୁଣାଜଗନ୍ନାଥ ସଡକରେ ବନ୍ୟାପାଣି, ବିପଦଶଙ୍କୁଳ ଅବସ୍ଥାରେ ଚାଲିଛି ଯାତାୟତ

author img

By

Published : Sep 19, 2021, 12:48 PM IST

ବୌଦ୍ଧ ଜିଲ୍ଲାର ପୁରୁଣାଜଗନ୍ନାଥ ସଡକଉପରେ ବନ୍ୟାପାଣି,  ଯାତାୟତ ପ୍ରଭାବିତ

ହୀରାକୁଦରୁ ଜଳପ୍ରବାହ କମିବା ସତ୍ତ୍ୱେ ଜିଲ୍ଲାର ପୁରୁଣା ଜଗନ୍ନାଥ ସଡକର ପାଞ୍ଚଟି ସ୍ଥାନରେ ରାସ୍ତାରେ ପ୍ରବାହିତ ହେଉଛି ମହାନଦୀର ପାଣି । ଅଧିକ ପଢନ୍ତୁ...

ବୌଦ୍ଧ: ଲଗାଣ ବର୍ଷା ଓ ହୀରାକୁଦରୁ ବନ୍ୟା ପାଣି ନିଷ୍କାସନ ପରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଗତକାଲି ଠାରୁ ହୀରାକୁଦରୁ ଜଳପ୍ରବାହ କମିଥିବା ସତ୍ତ୍ୱେ ଜିଲ୍ଲାର ହରଭଙ୍ଗା ବ୍ଲକର ଅନେକ ସ୍ଥାନରେ ବନ୍ୟା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା । ବୌଦ୍ଧ ଠାରୁ ଧଳପୁର ଦେଇ ହରଭଙ୍ଗାକୁ ସଂଯୋଗ କରୁଥିବା ପୁରୁଣା ଜଗନ୍ନାଥ ସଡକର ପାଞ୍ଚଟି ସ୍ଥାନରେ ଏବେ ମଧ୍ୟ ମହାନଦୀର ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଲୋକେ ରାସ୍ତା ଉପରେ ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ।

ବୌଦ୍ଧ ଜିଲ୍ଲାର ପୁରୁଣାଜଗନ୍ନାଥ ସଡକଉପରେ ବନ୍ୟାପାଣି, ଯାତାୟତ ପ୍ରଭାବିତବୌଦ୍ଧ ଜିଲ୍ଲାର ପୁରୁଣାଜଗନ୍ନାଥ ସଡକଉପରେ ବନ୍ୟାପାଣି, ଯାତାୟତ ପ୍ରଭାବିତ

ଅନେକ ସ୍ଥାନର ରାସ୍ତାରେ ବନ୍ୟା ପାଣି ଥିବାରୁ ସେଠାରେ ଡଙ୍ଗା ଚଳାଇ ଲେକେ ମାଛ ମାରୁଥିବା ଦେଖିବାକୁ ମିଳିଥିଲା । ଆଜି ମଧ୍ୟ କୁଶଙ୍ଗ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗ୍ରାମ ବିଚ୍ଛିନ୍ନ ହୋଇ ରହିଛି । ସେପଟେ ଜିଲ୍ଲାର ପାଞ୍ଚରୁ ଉର୍ଦ୍ଧ୍ବ ସେବା ସମବାୟ ସମିତି କାର୍ଯ୍ୟାଳୟ ଅତ୍ୟନ୍ତ ବିପଦ ଶଙ୍କୁଳ କୋଠାରେ ଚାଲିଥିବା ଜଣାପଡିଛି । ଲଗାଣ ବର୍ଷା ଯୋଗୁଁ କୌଣସି ସମୟରେ ମଧ୍ୟ ଅଘଟଣ ଆଶଙ୍କା ରହିଛି । ଶନିବାର ରକ୍ସା ସମବାୟ କାର୍ଯ୍ୟାଳୟ ଭିତରେ କର୍ମଚାରୀ କାମ କରୁଥିବା ବେଳେ ଛାତର ସ୍ଲାବ ଖସିପଡି ଥିଲା । ତେବେ ସୌଭାଗ୍ୟବଶତଃ କର୍ମଚାରୀ ମାନେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ । ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.