ସୀମାନ୍ତ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା: ନାହିଁ ରାସ୍ତାଘାଟ, ପିଇବା ପାଣି

author img

By

Published : Oct 14, 2021, 5:13 PM IST

ସୀମାନ୍ତ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା: ନାହିଁ ରାସ୍ତାଘାଟ, ପିଇବା ପାଣି

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ସୀମାନ୍ତ ଆଢେଣୀଗଡ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା । ଗମନାଗମନ ଓ ପିଇବା ପାଣି ପରି ମୌଳିକ ଆବଶ୍ୟକତା ଠାରୁ ମଧ୍ୟ ବଞ୍ଚିତ ପଞ୍ଚାୟତବାସୀ । ଅଧିକ ପଢନ୍ତୁ...

ବୌଦ୍ଧ: ଜିଲ୍ଲାର ସୀମାନ୍ତ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା । ଗମନାଗମନର ଅସୁବିଧା ସବୁଠାରୁ ବଡ ସମସ୍ୟା ହୋଇ ରହିଥିବାବେଳେ ପଞ୍ଚାୟତରେ ପାନୀୟଜଳ ଯୋଗାଣ ଓ ଜଳସେଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି ହରଭଙ୍ଗା ବ୍ଲକର ସୀମାନ୍ତ ଆଢେଣୀଗଡ ପଞ୍ଚାୟତରୁ । ରାସ୍ତାଘାଟ, ପିଇବା ପାଣି ସମେତ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହୋଇଆସୁଛନ୍ତି ପଞ୍ଚାୟତବାସୀ ।

ସୀମାନ୍ତ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା: ନାହିଁ ରାସ୍ତାଘାଟ, ପିଇବା ପାଣି

ଆଢେଣୀଗଡ ପଞ୍ଚାୟତ ବୌଦ୍ଧ ଜିଲ୍ଲାର ଶେଷ ସୀମାରେ ରହିଥିବାବେଳେ ଏହା ପଡୋଶୀ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାକୁ ସଂଲଗ୍ନ ରହିଛି । ଅତୀତରେ ଏହି ଏଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ହେତୁ ଏହାକୁ ଅରଣ୍ୟଗଡ ମଧ୍ୟ କୁହାଯାଉଥିଲା । ଜଙ୍ଗଲ ସମ୍ପଦ ସହିତ ପର୍ଯ୍ୟଟନର ବ୍ୟାପକ ଭିତ୍ତିଭୂମି ଥିବା ସତ୍ତ୍ବେ ଏହି ଅଞ୍ଚଳରେ କିନ୍ତୁ ବ୍ୟାପକ ସମସ୍ୟା ଲାଗି ରହିଛି । ପ୍ରମୁଖ ସମସ୍ୟା ମଧ୍ୟରେ ରହିଛି ପାନୀୟଜଳ ପରି ମୌଳିକ ଆବଶ୍ୟକତା ।ଏଠାକାର ସ୍ଥାନୀୟ ବସିନ୍ଦାଙ୍କୁ ମାଇଲ ମାଇଲ ବାଟ ପାଦରେ ଚାଲି ପିଇବା ପାଣି ସଂଗ୍ରହ କରିବାକୁ ପଡୁଥିବାବେଳେ ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଛି ।

ପଞ୍ଚାୟତର ଲେଙ୍ଗଡପାଜୁ,କାଚପାଜୁ,କଣ୍ଡରା ଭଳି ଅନେକ ଗ୍ରାମକୁ ଆମ୍ବୁଲାନ୍ସ ତ ଦୂରର କଥା ସାଇକେଲରେ ଯିବା ମଧ୍ୟ କଷ୍ଟକର ବ୍ୟାପାର । ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ଏଦିଗରେ ଦୃଷ୍ଟି ଦେବା ସହ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.