ନାବାଳିକା ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଏବେ ବି ଜଣେ ଫେରାର

author img

By

Published : Oct 12, 2021, 9:22 PM IST

ନାବାଳିକା ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଏବେ ବି ଜଣେ ଫେରାର

ଜଣେ ନାବାଳିକା ଦୁଷ୍କର୍ମକାରୀକୁ ଗୋଟିଏ ବର୍ଷ ପରେ କାବୁ କଲା ପୋଲିସ । ଏହି ଘଟଣାରେ ସାମିଲ ଥିବା ଆଉ ଜଣେ ଅଭିଯୁକ୍ତ ବର୍ତ୍ତମାନ ବି ଫେରାର ରହିଛି । ଏହାକୁ ନେଇ ବୌଦ୍ଧ ଏସପି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ବୌଦ୍ଧ: ଜଣେ ନାବାଳିକା ଦୁଷ୍କର୍ମକାରୀକୁ ଗୋଟିଏ ବର୍ଷ ପରେ କାବୁ କଲା ପୋଲିସ । ଏହି ଘଟଣାରେ ସାମିଲ ଥିବା ଆଉ ଜଣେ ଅଭିଯୁକ୍ତ ବର୍ତ୍ତମାନ ବି ଫେରାର ରହିଛି । ଏହାକୁ ନେଇ ବୌଦ୍ଧ ପୋଲିସ ସୂଚନା ଦେଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳରେ ଗତ ବର୍ଷ ଅକ୍ଟୋବର ୧୦ ତାରିଖରେ ସ୍ଥାନୀୟ ଗ୍ରାମର ଜଣେ ନାବାଳିକାକୁ ଏକାକୀ ପାଇ ଦୁଇଜଣ ବ୍ୟକ୍ତି ଦୁଷ୍କର୍ମ କରିଥିଲେ ।

ନାବାଳିକା ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଏବେ ବି ଜଣେ ଫେରାର
ନାବାଳିକା ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଏବେ ବି ଜଣେ ଫେରାର

ଏହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ପରିବାର । ସେହି ସମୟରେ ଜଣେ ଅଭିଯୁକ୍ତ ଧରା ପଡ଼ିଥିଲା । ତେବେ ହରଭଙ୍ଗା ଡାକ୍ତରଖାନାକୁ ପୋଲିସ ନେଉଥିବା ସମୟରେ ଅଭିଯୁକ୍ତ ଜଣକ ପୋଲିସ କବଳରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା । ଘଟଣାକୁ ବର୍ଷେ ବିତିବାକୁ ବସିଥିବାବେଳେ ଗତ ମାସରେ ଉଭୟ ପୀଡ଼ିତା ଓ ତାଙ୍କ ମାଆ ନ୍ୟାୟ ପାଇଁ ବୌଦ୍ଧ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ଜିଲ୍ଲା ଏସପିଙ୍କ ସହିତ ଆଲୋଚନା ପରେ ପୀଡି଼ତାଙ୍କ ପରିବାର ଧାରଣାରୁ ଓହରିଥିଲେ । ବୌଦ୍ଧ ଏସପିଙ୍କ ତ୍ବରିତ ପଦକ୍ଷେପ ଯୋଗୁଁ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଯେକି ସ୍ଥାନୀୟ ସରପଞ୍ଚଙ୍କ ଭାଇ ବୋଲି ଜଣା ପଡ଼ିିଛି । ଏନେଇ ପୀଡ଼ିତାଙ୍କ ମାଆ ଜିଲ୍ଲା ପୋଲିସକୁ କୃତଜ୍ଞତା ଜ୍ଞାପନ କରିବା ସହିତ ଆଉ ଜଣେ ଫେରାର ଅଭିଯୁକ୍ତକୁ ଗିରଫ କରିବାକୁ ଏସପିଙ୍କୁ ଗୁହାରି କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.