ନୂଆଁଖାଇର ନିଆରା ପରମ୍ପରା, ଏଠି ସ୍ବଭାବ କବିଙ୍କୁ ଅର୍ପଣ ହୁଏ ନବାନ୍ନ

author img

By

Published : Sep 12, 2021, 10:51 PM IST

ନୂଆଁଖାଇର ନିଆରା ପରମ୍ପରା, ଏଠି ସ୍ବଭାବ କବିଙ୍କୁ ଅର୍ପଣ ହୁଏ ନବାନ୍ନ

ନିଆରା ଢଙ୍ଗରେ ବୌଦ୍ଧର ବୁଟୁପାଲିରେ ପାଳିତ ହୋଇଛି ନୂଆଁଖାଇ ପର୍ବ । ପଶ୍ଚିମ ଓଡ଼ିଶାରେ ଏହି କୃଷି ଭିତ୍ତିକ ଗଣପର୍ବର ବିଭିନ୍ନ ଅଞ୍ଚଳ ଅନୁଯାୟୀ ଭିନ୍ନ ଭିନ୍ନ ପରମ୍ପରା ରହିଛି । ଅଧିକ ପଢ଼ନ୍ତୁ...

ବୌଦ୍ଧ: ନିଆରା ଢଙ୍ଗରେ ବୌଦ୍ଧର ବୁଟୁପାଲିରେ ପାଳିତ ହୋଇଛି ନୂଆଁଖାଇ ପର୍ବ । ପଶ୍ଚିମ ଓଡ଼ିଶାରେ ଏହି କୃଷି ଭିତ୍ତିକ ଗଣପର୍ବର ବିଭିନ୍ନ ଅଞ୍ଚଳ ଅନୁଯାୟୀ ଭିନ୍ନ ଭିନ୍ନ ପରମ୍ପରା ରହିଛି । ଏହି କ୍ରମରେ ବୁଟୁପାଲି ଗ୍ରାମ ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ ଇଷ୍ଟ ଭାବରେ ପୂଜାର୍ଚ୍ଚନା କରାଯାଇଛି ।

ନୂଆଁଖାଇର ନିଆରା ପରମ୍ପରା, ଏଠି ସ୍ବଭାବ କବିଙ୍କୁ ଅର୍ପଣ ହୁଏ ନବାନ୍ନ

ଗାଁରେ ନିଜ ଘର ସାମ୍ନାରେ ୧୨ଟି ପରିବାରର ପ୍ରାୟ ଏକ ହଜାର ଲୋକ ଗ୍ରାମଦେବତୀଙ୍କ ଉଦ୍ଦେଶ୍ୟରେ ନବାନ୍ନ ଅର୍ପଣ କରିଥିଲେ । ଏହାପରେ ନିଜ ଇଷ୍ଟ ଭାବରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ ନବାନ୍ନ ଅର୍ପଣ କରିଛନ୍ତି ।

ଏହି କୃଷି ଭିତ୍ତିକ ଗଣପର୍ବ ଏହି ଗୋଟିଏ ଦିନ ଧନୀ ଗରିବ ଉଭୟଙ୍କୁ ଏକାଠି କରିଥାଏ ବୋଲି ଲୋକକଥା ରହିଛି । ନୂଆଁଖାଇକୁ ନେଇ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି କିଛି ସ୍ବତନ୍ତ୍ରତା ଦେଖିବାକୁ ମିଳେ । ସଦର ମହକୁମାର ବୁଟୁପାଲିରେ ଏହି ଗଣପର୍ବରେ ସ୍ବଭାବ କବିଙ୍କୁ ଇଷ୍ଟ ଭାବରେ ନବାନ୍ନ ଅର୍ପଣ କରାଯାଇଛି ।

ଚଳିତ ବର୍ଷ ନୂଆଁଖାଇ ବୁଟୁପାଲିର ଗ୍ରାମଦେବତୀଙ୍କ ପୀଠରେ କିଛି ସମସ୍ୟା ନବାନ୍ନ ଅର୍ପଣ କରାଯାଇ ପାରିନଥିଲା । ଏଠାରେ ୧୦୦ରୁ ଅଧିକ ବର୍ଷ ହେବ ୧୨ଟି ମେହେର ପରିବାର ନିଆରା ଢଙ୍ଗରେ ଏହି ପାରମ୍ପରିକ ଉତ୍ସବକୁ ପାଳନ କରିଆସୁଛନ୍ତି । ଏହି ୧୨ଟି ପରିବାରରେ ବର୍ତ୍ତମାନ ୧ ହଜାରରୁ ଅଧିକ ଲୋକ ନିଜ ଘର ସାମ୍ନାରେ ନବାନ୍ନ ଅର୍ପଣ କରି ନୂଆଁ ଖାଇଛନ୍ତି । ବର୍ଷବର୍ଷ ଧରି ଏଠାକାର ଲୋକେ ସ୍ବଭାବ କବିଙ୍କ ଉଦ୍ଦେଶ୍ୟରେ ନବାନ୍ନ ଅର୍ପଣ କରିଛନ୍ତି ।

ବୌଦ୍ଧରୁ ସତ୍ୟ ରଞ୍ଜନ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.