ଅବହେଳିତ ଅବସ୍ଥାରେ ବୌଦ୍ଧ ଜିଲ୍ଲାର ଏକାଧିକ ପ୍ରତ୍ନତାତ୍ତ୍ବିକ ଅବଶେଷ

author img

By

Published : Oct 13, 2021, 7:04 AM IST

ଅବହେଳିତ ଅବସ୍ଥାରେ ବୌଦ୍ଧ ଜିଲ୍ଲାର ଏକାଧିକ ପ୍ରତ୍ନତାତ୍ତ୍ବିକ ଅବଶେଷ

ବୌଦ୍ଧ ଜିଲ୍ଲାରେ ଅବହେଳିତ ଅବସ୍ଥାରେ ପଡିରହିଛି ଅନେକ ପ୍ରତ୍ନତାତ୍ତ୍ବିକସ୍ଥଳୀ । ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କଲେ ବୁଦ୍ଧିଜୀବୀ । ଅଧିକ ପଢନ୍ତୁ...

ବୌଦ୍ଧ: ଅବହେଳିତ ଅବସ୍ଥାରେ ଜିଲ୍ଲାର ଅନେକ ପତ୍ନତାତ୍ତ୍ବିକସ୍ଥଳୀ । ଜିଲ୍ଲାର ଉଭୟ ମହାନଦୀ ଓ ତେଲନଦୀ କୂଳରେ ଶହଶହ ବର୍ଷର ପ୍ରାଚୀନ ଅନେକ ଧାର୍ମିକ ପୀଠସ୍ଥଳୀର ଭଗ୍ନାବଶେଷ ଦୃଶ୍ୟମାନ ହୋଇଥାଏ । ବୌଦ୍ଧ ଜିଲ୍ଲାର ଗନ୍ଧରାଡି ଓ ରାମେଶ୍ବର ମନ୍ଦିର ସମୂହ 2ଟି କେନ୍ଦ୍ର ପତ୍ନତତ୍ତ୍ବ ବିଭାଗ ଅଧିନରେ ରହିଥିବାବେଳେ ବୌଦ୍ଧ, ଶ୍ୟମସୁନ୍ଦରପୁର, ପରଗଳପୁର ଭଳି ସ୍ଥାନରେ ଥିବା ବୁଦ୍ଧ ଓ ବୌଦ୍ଧ ବିହାର ରାଜ୍ୟ ସରକାରଙ୍କ ଅଧିନରେ ରହିଛି । ତେବେ ଅଦ୍ୟାବଧି ଜିଲ୍ଲାର ଏଭଳି ଅନେକ ପତ୍ନତାତ୍ତ୍ବିକ ସ୍ଥାନ ଅବହେଳିତ ଅବସ୍ଥାରେ ପଡିରହିଛି ।

ଅବହେଳିତ ଅବସ୍ଥାରେ ବୌଦ୍ଧ ଜିଲ୍ଲାର ଏକାଧିକ ପ୍ରତ୍ନତାତ୍ତ୍ବିକ ଅବଶେଷ

ଚଣ୍ଡିଗଡର ଚଣ୍ଡୀ ପୀଠ ଠାରୁ ଆରମ୍ଭ କରି କଣ୍ଟାମାଳର ଦେଉଳୀ ପର୍ଯ୍ୟନ୍ତ ଏଭଳି ଅନେକ ସ୍ଥାନ ବିଭାଗୀୟ ଦୃଷ୍ଟି ଆଢୁଆଳରେ ରହିଯାଇଛି । ଜିଲ୍ଲାର ଆମ୍ବଝରୀ ପଞ୍ଚାୟତ ନେନ୍ଦନ ଗ୍ରାମର ପଞ୍ଚୁ ପାଣ୍ଡବ ପତ୍ନତାତ୍ତ୍ବିକ ସ୍ଥାନ ଗବେଷଣାର ଅପେକ୍ଷାରେ ରହିଛି । ସେପଟେ ଗତ ପ୍ରାୟ 4ବର୍ଷ ତଳେ ପଲସାଗୋରା ପଞ୍ଚାୟତ ଝିଙ୍କେରପାଲୀ ଗ୍ରାମ ନିକଟରେ ଥିବା ଚଣ୍ଡୀପୀଠ ନିକଟରେ ମାଟି ଖୋଳା ସମୟରେ ଏକ ବିରଳ ପ୍ରାଚୀନ ମନ୍ଦିରର ଧ୍ବଂସାବଶେଷ ମିଳିଥିଲା ।

ଯାହାକି ଓଡ଼ିଶାର ଏକ ମାତ୍ର ମାର୍ତ୍ତଣ୍ଡ ମାତା ବା ସୂର୍ଯ୍ୟଙ୍କ ମାତାଙ୍କ ମନ୍ଦିର ଥିଲା ବୋଲି ଶିଳାଲେଖରେ ସୂଚନା ରହିଛି । ତେବେ ବର୍ତ୍ତମାନ ଉକ୍ତ ଧ୍ବଂସାବଶେଷ ମଧ୍ୟରୁ 2ଟି ପ୍ରସ୍ତର ଖଣ୍ଡ ଶିଳାଲେଖ ସୁରକ୍ଷିତ ରଖାଯାଇ ଥିବାବେଳେ ଆହୁରି ଅନେକ ପ୍ରତ୍ନତାତ୍ତ୍ବିକ ଅବଶେଷ ଖୋଲା ଆକାଶ ତଳେ ପଡିରହିଥିବା ଦେଖିବାକୁ ମିଳିଛି । ତୁରନ୍ତ ଏ ଦିଗରେ ପତ୍ନତତ୍ତ୍ବ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.