ଭାଗବତ ଜନ୍ମ ଉପଲକ୍ଷେ ମହାନଦୀରେ ମହାଆଳତୀ ଓ ଚାପଖେଳ

author img

By

Published : Sep 20, 2021, 10:52 PM IST

ପବିତ୍ର ଭାଗବତ ଜନ୍ମ ଉପଲକ୍ଷେ ମହାନଦୀରେ ମହାଆଳତୀ ଓ ଚାପଖେଳ

ବୌଦ୍ଧରେ ପବିତ୍ର ଭାଗବତ ଜନ୍ମ ଉପଲକ୍ଷେ ମହାନଦୀରେ ମହାଆଳତୀ କାର୍ଯ୍ୟକ୍ରମ । ମହାମାରୀ ଦୂରୀକରଣ ପାଇଁ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

ବୌଦ୍ଧ: ଆଜି ପବିତ୍ର ଭାଗବତ ଜନ୍ମ ଉପଲକ୍ଷେ ପୂର୍ଣ୍ଣଗର୍ଭା ମହାନଦୀରେ ଅନୁଷ୍ଠିତ ହେଲା ଚାପଖେଳ। ଏହା ସହିତ ଚିତ୍ରୋତ୍ପଳା ଗଙ୍ଗା ଭାବେ ବର୍ଣ୍ଣିତ ମହାନଦୀରେ ମହାଆଳତୀର ଆୟୋଜନ ସର୍ବାଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହା ସହ ବିଭିନ୍ନ ଆଧ୍ୟାତ୍ମିକ ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ପୁଣ୍ୟତୋୟା ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶୈବପୀଠ ଚନ୍ଦ୍ରଚୂଡ ମନ୍ଦିର ପରିସରରେ ଭାଗବତ ଜନ୍ମ ଉତ୍ସବ ମଧ୍ୟ ପାଳନ ହୋଇଛି ।

ପବିତ୍ର ଭାଗବତ ଜନ୍ମ ଉପଲକ୍ଷେ ମହାନଦୀରେ ମହାଆଳତୀ ଓ ଚାପଖେଳ

ଜିଲ୍ଲାର କେଉଟସାହି, ପୋଡାପଡା, ନୂଆସାହି ଓ କାଲେଶ୍ବରର ଭାଗବତ ପୀଠରୁ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ମହାନଦୀରେ ନୌକା ଉପରେ ଚାପ ଖେଳାଇ ଥିଲେ । ସେହିପରି ଚିତ୍ରୋତ୍ପଳା ଗଙ୍ଗା ଭାବରେ ବର୍ଣ୍ଣିତ ମହାନଦୀରେ ମହାଆଳତୀ କାର୍ଯ୍ୟକ୍ରମ ସର୍ବାଧିକ ଆକର୍ଷଣୀୟ ହୋଇଥିଲା । କରୋନା ମହାମାରୀ ଦୂରୀକରଣ ଓ ବିଶ୍ବଶାନ୍ତି ପାଇଁ ଗଙ୍ଗାମାତାଙ୍କୁ ସ୍ମରଣପୂର୍ବକ ମହାନଦୀରେ ମହାଆଳତୀ କରିଥିଲେ ଶ୍ରଦ୍ଧାଳୁ । ତେବେ ଏହି ଅବସରରେ ପ୍ରତିବର୍ଷ ମହାନଦୀ ଗର୍ଭରେ ଅନୁଷ୍ଠିତ ହୋଇ ଆସୁଥିବା ଚାପଖେଳ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.