CHC ପାଇଁ ୪ ବର୍ଷ ହେଲା ମିଳିଛି ମଞ୍ଜୁରୀ, ଆଗେଇ ପାରୁନି କାର୍ଯ୍ୟ

author img

By

Published : Sep 15, 2021, 12:56 PM IST

ସିଏଚସି ପାଇଁ ମଞ୍ଜୁରୀର ଚାରି ବର୍ଷ ପରେ ମଧ୍ୟ ଆଗେଇ ପାରୁନି କାର୍ଯ୍ୟ

ବୌଦ୍ଧ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ ପାଇଁ ସରକାର ଦେଲେ ମଞ୍ଜୁରୀ । ଚାରି ବର୍ଷ ପରେ ବି ଆଗେଇ ପାରୁନି କାର୍ଯ୍ୟ । ଅଧିକ ପଢନ୍ତ...

ବୌଦ୍ଧ: ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟସେବା। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ ପାଇଁ ସରକାର ମଞ୍ଜୁରୀ ଦେଲେ । ହେଲେ ମଞ୍ଜୁରୀକୁ ଚାରି ବର୍ଷ ପରେ ମଧ୍ୟ ହରଭଙ୍ଗା ଠାରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରଟି କେବଳ ଏକ ପିଏଚସିରେ ସୀମିତ ରହିଛି । ତେବେ ରାଜତନ୍ତ୍ର ଶାସନ କାଳରେ ଏଠାରେ ପ୍ରତିଷ୍ଠା କରାଯାଇଥିବା ସୌଦାମିନୀ ଦାତବ୍ୟ ଚିକିତ୍ସାଳୟ ଦେଶ ସ୍ବାଧୀନତା ପରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ ହୋଇଥିଲା ।

ସିଏଚସି ପାଇଁ ମଞ୍ଜୁରୀର ଚାରି ବର୍ଷ ପରେ ମଧ୍ୟ ଆଗେଇ ପାରୁନି କାର୍ଯ୍ୟ

ତେବେ ଏହି ଡାକ୍ତରଖାନା ଉପରେ ଅଞ୍ଚଳର ପ୍ରାୟ ସାତ ଖଣ୍ଡ ପଞ୍ଚାୟତବାସୀ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭରଶୀଳ । ଏହାଛଡା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ 2017 ମସିହାରେ ସରକାର ଏହି ପିଏଚସିକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ ପାଇଁ ମଞ୍ଜୁରୀ ଦେଇଥିଲେ । ହେଲେ ଇତି ମଧ୍ୟରେ ମଞ୍ଜୁରୀକୁ ଚାରି ବର୍ଷ ବିତିଯାଇଛି ।

ହେଲେ କେବଳ କାଗଜପତ୍ରରେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନିର୍ମାଣ ସୀମିତ ରହିଛି । ହରଭଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଏହି ଆଦିବାସୀ ଅଞ୍ଚଳର ପ୍ରାୟ ତିରିଶ ହଜାରରୁ ଉର୍ଦ୍ଧ୍ବ ଅଧିବାସୀ ନିର୍ଭର କରୁଥିଲେ ମଧ୍ୟ ଏଯାଏଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.