ନାବାଳିକା ଦୁଷ୍କର୍ମକୁ ବିତିଛି ୧୦ ମାସ: ଅଭିଯୁକ୍ତକୁ ଗିରଫ ଦାବିରେ ଆମରଣ ଅନଶନ

author img

By

Published : Sep 15, 2021, 5:24 PM IST

Updated : Sep 15, 2021, 5:30 PM IST

ନାବାଳିକା ଦୁଷ୍କର୍ମକୁ ବିତିଗଲାଣି ୧୦ ବର୍ଷ: ଅଭିଯୁକ୍ତକୁ ଗିରଫ ଦାବିରେ ଆମରଣ ଅନଶନ

ବୌଦ୍ଧ ନାବାଳିକା ଦୁଷ୍କର୍ମର ଶିକାର ପୀଡିତା ଓ ତାର ମା’ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସପିଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଲେ । ଘଟଣା ଦୀର୍ଘ ୧୦ ମାସ ହେଲା ପରେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧ: ନାବାଳିକା ଦୁଷ୍କର୍ମ ଘଟଣାକୁ ୧୦ ମାସ ପୁରି ୧୧ ମାସ ହେବାକୁ ବସିଲାଣି । ହେଲେ ପୋଲିସ ପାଖରୁ କୌଣସି ନ୍ୟାୟ ପାଇଲେ ନାହିଁ । ତେଣୁ, ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ନାବାଳିକା ଓ ତାଙ୍କ ମା’ ଆଜି(ବୁଧବାର) ଏସପିଙ୍କ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ।

ନାବାଳିକା ଦୁଷ୍କର୍ମକୁ ବିତିଛି ୧୦ ମାସ: ଅଭିଯୁକ୍ତକୁ ଗିରଫ ଦାବିରେ ଆମରଣ ଅନଶନ

ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମହାଲିକପଡା ପଞ୍ଚାୟତ ହାତୀଗଡ ଗ୍ରାମରେ ଗତବର୍ଷ ଜନୈକା ଏଗାର ବର୍ଷର ନାବାଳିକାକୁ ଘରେ ଏକାକୀ ପାଇ ଜଣେ ମଦ ବେପାରୀ ଓ ତାର ଦୁଇ ସହଯୋଗୀ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ହରଭଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ନାବାଳିକାଙ୍କ ପିତା ରାଜ୍ୟ ବାହାରକୁ ଦାଦନ ଖଟି ଯାଇଥିବା ସୁଯୋଗରେ ଏଭଳି ଘଟଣା ଘଟିଥିବା କୁହାଯାଉଛି ।

ନାବାଳିକା ଦୁଷ୍କର୍ମକୁ ବିତିଗଲାଣି ୧୦ ବର୍ଷ: ଅଭିଯୁକ୍ତକୁ ଗିରଫ ଦାବିରେ ଆମରଣ ଅନଶନ
ନାବାଳିକା ଦୁଷ୍କର୍ମକୁ ବିତିଗଲାଣି ୧୦ ବର୍ଷ: ଅଭିଯୁକ୍ତକୁ ଗିରଫ ଦାବିରେ ଆମରଣ ଅନଶନ

ତେବେ ହରଭଙ୍ଗା ପୋଲିସ ଏନେଇ କୌଣସି ପଦକ୍ଷେପ ନନେବାରୁ ଅଭିଯୁକ୍ତ ମାନେ ବାରମ୍ବାର ନାବାଳିକା ପରିବାରକୁ ଧମକ ଚମକ ଦେବା ଆରମ୍ଭ କରିଦେଲେ । ଥାନାରୁ କୌଣସି ନ୍ୟାୟ ନମିଳିବାରୁ ନାବାଳିକା ଓ ତାର ମା’ ବୌଦ୍ଧ ଏସପିଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଥିଲେ । ଶେଷରେ ଏସପିଙ୍କ ସହିତ ଆଲୋଚନା ପରେ ମହିଳା ଓ ନାବାଳିକା ଝିଅ ଫେରିଥିଲେ ।

ନାବାଳିକା ଦୁଷ୍କର୍ମକୁ ବିତିଗଲାଣି ୧୦ ବର୍ଷ: ଅଭିଯୁକ୍ତକୁ ଗିରଫ ଦାବିରେ ଆମରଣ ଅନଶନ
ନାବାଳିକା ଦୁଷ୍କର୍ମକୁ ବିତିଗଲାଣି ୧୦ ବର୍ଷ: ଅଭିଯୁକ୍ତକୁ ଗିରଫ ଦାବିରେ ଆମରଣ ଅନଶନ

ସେପଟେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ସମାପାଜୁ ଗ୍ରାମର ନାବାଳିକା ଝିଅ ବବଡା ଗ୍ରାମରୁ ନିଖୋଜ ହେବା ମାମଲାରେ ବୌଦ୍ଧ ପୋଲିସକୁ ମିଳିଛି ସଫଳତା । ନାବାଳିକା ଝିଅକୁ ରାଜସ୍ଥାନର କୋଟା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣେ ସନ୍ଧିଗ୍ଧକୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।



ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated :Sep 15, 2021, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.