ବାଦଲଫଟା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ଅନେକ ଗ୍ରାମ ବିଚ୍ଛିନ୍ନ

author img

By

Published : Sep 13, 2021, 10:25 PM IST

ବାଦଲଫଟା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ଅନେକ ଗ୍ରାମ ବିଛିନ୍ନ

ବାଦଲଫଟା ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗରିବ ଲୋକଙ୍କ ମାଟିଘର ଭୁଷୁଡି ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ବୌଦ୍ଧ: ବାଦଲଫଟା ବର୍ଷାରେ ବେହାଲ ସାରା ଜିଲ୍ଲା । ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି ।

ବାଦଲଫଟା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ଅନେକ ଗ୍ରାମ ବିଛିନ୍ନ

ବୌଦ୍ଧ ଜିଲ୍ଲାର ନାରାୟଣପୁର, କମିରା, ଖମାରୀପଡା, ବାଘପାଲି ଭଳି କୋଡିଏରୁ ଊର୍ଦ୍ଧ୍ବ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଓ ଗେରେଡିସାହି ଭଳି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି ।

ବାଦଲଫଟା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ଅନେକ ଗ୍ରାମ ବିଛିନ୍ନ
ବାଦଲଫଟା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ଅନେକ ଗ୍ରାମ ବିଛିନ୍ନ

ଅନେକ ସ୍ଥାନରେ ଗରିବ ଲୋକଙ୍କ ମାଟିଘର ଭାଙ୍ଗି ଯାଇଥିବାବେଳେ ମୁର୍ଷୂଣ୍ଢି ଓ କରଞ୍ଜକଟା ଠାରେ ରାଜପଥ ଉପରେ ବିରାଟ କାୟ ଗଛ ଉପୁଡି ପଡିବାରୁ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

ବାଦଲଫଟା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ଅନେକ ଗ୍ରାମ ବିଛିନ୍ନ
ବାଦଲଫଟା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ଅନେକ ଗ୍ରାମ ବିଛିନ୍ନ

ଅନେକ ସ୍ଥାନରେ ବିଲବାଡି ଉପରେ ପାଞ୍ଚ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଥିବାବେଳେ ବୌଦ୍ଧର କଚେରୀ ପଡିଆ ମଧ୍ୟ ସମ୍ପୂର୍ଣ୍ଣ ବୁଡିଯାଇଛି । ସେପଟେ ଗୁନ୍ଦୁଳିଆ ପଞ୍ଚାୟତ ତିଲପଙ୍ଗା ଗ୍ରାମର ଜଣେ ଗରିବ ବିଧବା ମହିଳା ଚନ୍ଦନ ତୁଳା ସାହୁଙ୍କ ଘର କାନ୍ଥ ଭୁଷୁଡି ପଡିବାରୁ ଲକ୍ଷାଧିକ ଟଙ୍କାର ଦଶଟି ଛେଳି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

ବାଦଲଫଟା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ଅନେକ ଗ୍ରାମ ବିଛିନ୍ନ
ବାଦଲଫଟା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ଅନେକ ଗ୍ରାମ ବିଛିନ୍ନ

ମହିଳା ଜଣକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ଛେଳି ଚାଷ କରି ପାଞ୍ଚ ପ୍ରାଣୀ କୁଟୁମ୍ବକୁ ପୋଷୁଥିଲେ । ତେବେ ଏଭଳି ବିପତ୍ତି ସମୟରେ ଉତ୍ସର୍ଗ ଅନୁଷ୍ଠାନ ପକ୍ଷରୁ ବୌଦ୍ଧ ଡାକ୍ତରଖାନା ନିକଟରେ ଅସହାୟ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.