ପଦାରେ ପଡିଲା ବୌଦ୍ଧ ଜଳସେଚନ ବିଭାଗର ମିଛ, କାଗଜପତ୍ରରେ ଚାଲିଥିଲା ଜଳଯୋଗାଣ

author img

By

Published : Oct 8, 2021, 8:16 AM IST

ପଦାରେ ବୌଦ୍ଧ ଜଳସେଚନ ବିଭାଗର ମିଛ, କାଗଜପତ୍ରରେ ଚାଲିଥିଲା ଜଳଯୋଗାଣ

ବୌଦ୍ଧ ଜଳସେଚନ ବିଭାଗର ଅପାରଗତା ପାଇଁ ଚାଷ ଜମିକୁ ହୋଇପାରୁନାହିଁ ଜଳ ଯୋଗାଣ । ଜିଲ୍ଲାରେ ବିଳମ୍ବରେ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ଚାଷ କାର୍ଯ୍ୟ ଆରମ୍ଭ ହୋଇ ଧାନ ଅମଳ ହେବାକୁ ବସିଲାଣି ହେଲେ କେନାଲରେ ଜଳ ଯୋଗାଣ ଆରମ୍ଭ ହୋଇନାହିଁ । ଅଧିକ ପଢନ୍ତୁ...

ବୌଦ୍ଧ: ଜମିକୁ ଆସୁନି ପାଣି । ବୌଦ୍ଧ ଜଳସେଚନ ବିଭାଗର ଅପାରଗତା ପାଇଁ ଚାଷ ଜମିକୁ ହୋଇପାରୁନାହିଁ ଜଳ ଯୋଗାଣ । ଜିଲ୍ଲାରେ ବିଳମ୍ବରେ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ଚାଷ କାର୍ଯ୍ୟ ଆରମ୍ଭ ହୋଇ ଧାନ ଅମଳ ହେବାକୁ ବସିଲାଣି ହେଲେ କେନାଲରେ ଜଳ ଯୋଗାଣ ଆରମ୍ଭ ହୋଇନାହିଁ । ନିର୍ବାହୀ ଯନ୍ତ୍ରୀଙ୍କୁ ଘେରାଉ କରି ଜଳସେଚନ ପାଇଁ ଦାବି କରିଛନ୍ତି ଉତ୍ୟକ୍ତ ଚାଷୀ ।

ପଦାରେ ବୌଦ୍ଧ ଜଳସେଚନ ବିଭାଗର ମିଛ, କାଗଜପତ୍ରରେ ଚାଲିଥିଲା ଜଳଯୋଗାଣ

ବାଉଁଶୁଣୀ, ବହିରା,ଅଁଳାପାଲି ଭଳି ପଞ୍ଚାୟତରେ ଅଦ୍ୟାବଧି କେନାଲରେ ଜଳ ଯୋଗାଣ ଆରମ୍ଭ ହୋଇନାହିଁ । ଚୁପ ବସିଛନ୍ତି ବିଭାଗୀୟ ଯନ୍ତ୍ରୀ । ସବୁ ଜମିକୁ ଜଳସେଚନ ହେଉଥିବା ନେଇ କାଗଜପତ୍ରରେ ଉଚ୍ଚ ଅଧିକାରୀଙ୍କୁ ରିପୋର୍ଟ ଦେଇଛନ୍ତି । ଜମିକୁ ଜଳସେଚନ ହେଉନଥିବା କାରଣରୁ ଉତ୍ୟକ୍ତ ଚାଷୀ ବୌଦ୍ଧ ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ଘେରାଉ ସମୟରେ ଏହାର ଖୁଲାସା କରିଛନ୍ତି ।

ତେବେ କାହିଁକି ଯନ୍ତ୍ରୀ ଏଭଳି ମିଥ୍ୟା ତଥ୍ୟ ଉପସ୍ଥାପନ କଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ନିର୍ବାହୀ ଯନ୍ତ୍ରୀ ଚାଷୀଙ୍କୁ ଖୁବଶୀଘ୍ର ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀ ପ୍ରତିନିଧିମାନେ ଜଳସେଚନ କାର୍ଯ୍ୟାଳୟରୁ ଫେରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.