ETV Bharat Impact: କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା କରିବ ବନବିଭାଗ

author img

By

Published : Oct 9, 2021, 3:46 PM IST

ଇଟିଭି ଭାରତର ପ୍ରଭାବ, କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା କରିବ ବନବିଭାଗ

ଇଟିଭି ଭାରତରେ ଖବର ପ୍ରସାରଣର 24 ଘଣ୍ଟାରେ ତତ୍ପରତା ପ୍ରକାଶ କଲା ବନ ବିଭାଗ । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବଘିଆପଡା ଅଞ୍ଚଳର ଚାଷୀଙ୍କ ନିକଟରେ ପହଞ୍ଚି ସରକାରୀ ସହାୟତା ପ୍ରଦାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଜଙ୍ଗଲ ବିଭାଗ । ଅଧିକ ପଢନ୍ତୁ...

ବୌଦ୍ଧ: ଇଟିଭି ଭାରତରେ ଖବର ପ୍ରସାରଣର 24 ଘଣ୍ଟାରେ ତତ୍ପରତା ପ୍ରକାଶ କଲା ବନ ବିଭାଗ । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବଘିଆପଡା ଅଞ୍ଚଳର ଜଙ୍ଗଲରେ ଛୋଟବଡ ସାତଗୋଟି ଜଙ୍ଗଲୀ ହାତୀ ରହିଛନ୍ତି । ତେବେ ଖାଦ୍ୟ ଅନ୍ବେଷଣରେ ହାତୀମାନେ ନିକଟବର୍ତ୍ତୀ ଚାଷଜମିରେ ପଶି ଦଳାଚକଟା କରି ବ୍ୟାପକ ଫସଲ ନଷ୍ଟ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା ।

ଇଟିଭି ଭାରତର ପ୍ରଭାବ, କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା କରିବ ବନବିଭାଗ

ଏନେଇ ଗତବର୍ଷ ଏଭଳି ଫସଲ ନଷ୍ଟ ହୋଇଥିବାରୁ ସରକାରୀ ସହାୟତା ପାଇଁ କ୍ଷତିଗ୍ରସ୍ତ ଚାଷୀମାନେ ଜଙ୍ଗଲ ବିଭାଗ ନିକଟରେ ଗୁହାରି କରିଥିଲେ । କିନ୍ତୁ ବର୍ଷେ ପରେ ମଧ୍ୟ ଚାଷୀଙ୍କୁ କୌଣସି କ୍ଷତିପୂରଣ ମିଳି ନଥିବା ନେଇ ଗତ ଗୁରୁବାର ଦିନ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଆଉ ପ୍ରସାରଣ ହେବାର 24 ଘଣ୍ଟା ମଧ୍ୟରେ ଜଙ୍ଗଲ ବିଭାଗର କର୍ମଚାରୀ ସମ୍ପୃକ୍ତ ଅଞ୍ଚଳର ଚାଷୀଙ୍କ ନିକଟରେ ପହଞ୍ଚି ସରକାରୀ ସହାୟତା ପ୍ରଦାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଯାହାକୁ ନେଇ କ୍ଷତିଗ୍ରସ୍ତ ଚାଷୀ ଜଙ୍ଗଲ ବିଭାଗକୁ କୃତଜ୍ଞତା ଜଣାଇବା ସହିତ ହାତୀ ଚଳପ୍ରଚଳ ଅଞ୍ଚଳରେ ସୂଚନା ଫଳକ ଲଗାଇବାକୁ ଅନୁରୋଧ କରିଛନ୍ତି ।

ସେପଟେ ଶୁକ୍ରବାର ଜଙ୍ଗଲ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଥିବା ବେଳେ ପ୍ରାଣୀ କଲ୍ୟାଣ ମଞ୍ଚପକ୍ଷରୁ ଭୁକ୍ତାପଡାଠାରେ ହାତୀ ଆମର ସାଥି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.