ଦୁଃଖରେ ଡ୍ରାଇଭର: ଦାବି ପୂରଣ ନହେଲେ ଷ୍ଟିୟରିଂ ଛାଡ ସହ ଭୋଟ ବର୍ଜନ ଧମକ

author img

By

Published : Sep 12, 2021, 5:39 PM IST

ଦୁଃଖରେ ଡ୍ରାଇଭର: ଦାବି ପୂରଣ ନହେଲେ ଷ୍ଟିୟରିଂ ଛାଡ ସହ ଭୋଟ ବର୍ଜନ ଧମକ

ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ, ଏନେଇ କୌଣସି ସୁଫଳ ନମିଳିବାରୁ ଡ୍ରାଇଭର ମହାସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧ: ଆର୍ଥିକ ଅନଟନ ମଧ୍ୟରେ ବେସରକାରୀ ଡ୍ରାଇଭର । ଲଗାତାର ଦୁଇ ବର୍ଷ ହେଲା କରୋନା ମାଡରେ ଘାଇଲା ହୋଇପଡିଛନ୍ତି ଡ୍ରାଇଭର । ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ବୌଦ୍ଧ ଜିଲ୍ଲା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ତାରିଖରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦଶଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ, ଏନେଇ କୌଣସି ଅଗ୍ରଗତି ନଘଟିବାରୁ ଏନେଇ ଡ୍ରାଇଭର ମହାସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଦୁଃଖରେ ଡ୍ରାଇଭର: ଦାବି ପୂରଣ ନହେଲେ ଷ୍ଟିୟରିଂ ଛାଡ ସହ ଭୋଟ ବର୍ଜନ ଧମକ

ଅଧିକାଂଶ ଡ୍ରାଇଭର ଆର୍ଥିକ ସମସ୍ୟା ଯୋଗୁଁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ମଧ୍ୟ ପାଳନ କରିପାରି ନଥିବା ଦୁଃଖରେ କହିଛନ୍ତି ।ଏନେଇ ଏକ ଜରୁରୀ ବୈଠକ ବୌଦ୍ଧ ଜିଲ୍ଲା ବଢିଗାଁ ଠାରେ ଅନୁଷ୍ଠିତ ହୋଇ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଡ୍ରାଇଭର ମାନଙ୍କ ଦାବି ନେଇ ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନକଲେ ଆଗାମୀ ଦିନରେ ଡ୍ରାଇଭର ମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ବିପତ୍ତି ସମୟରେ ସରକାର ସମସ୍ତଙ୍କୁ ସହାୟତା ଯୋଗାଇଥିବା ବେଳେ ଡ୍ରାଇଭର ମାନଙ୍କୁ ଉପେକ୍ଷା କରିଥିବାରୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.