ପଞ୍ଚାୟତରେ ନାହିଁ ଜଳସେଚନ, ପାନୀୟଜଳ ଯୋଗାଣ ବ୍ୟବସ୍ଥା

author img

By

Published : Sep 16, 2021, 10:54 AM IST

ପଞ୍ଚାୟତରେ ନାହିଁ ଜଳସେଚନ କିମ୍ବା ପାନୀୟଜଳ ଯୋଗାଣ ବ୍ୟବସ୍ଥା

ଗୋଟିଏ ପଟରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳ ପ୍ରଳୟ ସୃଷ୍ଟି ହୋଇଥିଲା । ସେପଟେ କିନ୍ତୁ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଲି ପଞ୍ଚାୟତ, ଯେଉଁଠି ଏଭଳି ସମୟରେ ମଧ୍ୟ ଜଳସେଚନ ଓ ପାନୀୟଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ...

ବୌଦ୍ଧ: ଗୋଟିଏ ପଟରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳ ପ୍ରଳୟ ସୃଷ୍ଟି ହୋଇଥିଲା । ସେପଟେ କିନ୍ତୁ ଏଭଳି ପଞ୍ଚାୟତ ରହିଛି, ଯେଉଁଠି ଏଭଳି ସମୟରେ ମଧ୍ୟ ଜଳସେଚନ ଓ ପାନୀୟଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଲି ପଞ୍ଚାୟତ, ଏକ ଚିର ଅବହେଳିତ ପଞ୍ଚାୟତ ହୋଇ ରହିଛି । ଜିଲ୍ଲାର ମଧ୍ୟ ଭାଗରେ ପଞ୍ଚାୟତ ଥିଲେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଠାରେ ବିକାଶର ଧାରା ଆଗେଇ ପାରୁନାହିଁ । ଫଳରେ କିଛି ସ୍ଥାନୀୟ ଲୋକ ବେଆଇନ ଗଞ୍ଜେଇ ଚାଷକୁ ଆପଣାଉଛନ୍ତି । ସାମାଜିକ ସୁରକ୍ଷାଠାରୁ ଆରମ୍ଭ କରି ଆବାସ ଯୋଜନା ସବୁକିଛିରେ ବ୍ୟାପକ ଦୁର୍ନୀତି ନେଇ ସବୁଆଡେ ଏବେ ଚର୍ଚ୍ଚା ହେଉଛି ।

ପଞ୍ଚାୟତରେ ନାହିଁ ଜଳସେଚନ କିମ୍ବା ପାନୀୟଜଳ ଯୋଗାଣ ବ୍ୟବସ୍ଥା

ସେପଟେ ଆଶ୍ଚର୍ଯ୍ୟର କଥା ଯେ, ପଞ୍ଚାୟତରେ ଜଳସେଚନର କୌଣସି ବ୍ୟବସ୍ଥା ନାହିଁ । ଫଳରେ ସ୍ଥାନୀୟ ଚାଷୀ କେବଳ ବର୍ଷା ଉପରେ ଆଶ୍ରାକରି ଚାଷ କାର୍ଯ୍ୟ କରିଥାନ୍ତି । ପଞ୍ଚାୟତର ଅନ୍ୟାନ୍ୟ ଗ୍ରାମ କଥା ଛାଡନ୍ତୁ, ପଞ୍ଚାୟତ ସଦର ମହକୁମା ବ୍ରାହ୍ମଣୀପାଲିରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଛି । ଗ୍ରାମରେ ଓଭରହେଡ ଟାଙ୍କି ଠାରୁ ଆରମ୍ଭ କରି ପାଇପ ବିଛା କାର୍ଯ୍ୟ ହୋଇଛି ସତ, ହେଲେ ଏଥିରୁ ଦିନଟିଏ ମଧ୍ୟ ଜଳଯୋଗାଣ ହୋଇପାରିନାହିଁ ।

ସରକାର ଲୋକଙ୍କ ସୁବିଧା ପାଇଁ ପାନୀୟଜଳ ଓ ଜଳସେଚନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବ୍ରାହ୍ମଣୀପାଲି ପଞ୍ଚାୟତର କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ଏଠାରେ ସମସ୍ୟାର ପାହାଡ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.