ଫେଲ ମାରିଲା କ୍ରସର ସମସ୍ୟା ଆଲୋଚନା; ପ୍ରଶାସନର ପଦକ୍ଷେପକୁ ଅପେକ୍ଷା

author img

By

Published : Sep 24, 2021, 6:46 AM IST

ବୌଦ୍ଧ

ଷ୍ଟୋନ କ୍ରସରକୁଲ ନେଇ ବିବାଦ ତେଜିବାରେ ଲାଗିଛି । ଜିଲ୍ଲା ପ୍ରଶାସନର ଦୂର ଦୃଷ୍ଟି ଅଭାବ ଯୋଗୁଁ ବର୍ତ୍ତମାନ ପରିଣାମ ଭୟଙ୍କର ପରିସ୍ଥିତି ଆଡକୁ ଗତି କରିବାରେ ଲାଗିଛି । ଏହାସହ ପୁଣି ଫେଲ ମାରିଛି କ୍ରସର ଆନ୍ଦୋଳନ ନେଇ ହେବାକୁ ଥିବା ଆଲୋଚନା । ଅଧିକ ପଢନ୍ତୁ...

ବୌଦ୍ଧ: ଷ୍ଟୋନ କ୍ରସର କୁନେଇ ବିବାଦ ତେଜିବାରେ ଲାଗିଛି । ଜିଲ୍ଲା ପ୍ରଶାସନର ଦୂର ଦୃଷ୍ଟି ଅଭାବ ଯୋଗୁଁ ବର୍ତ୍ତମାନ ପରିଣାମ ଭୟଙ୍କର ପରିସ୍ଥିତି ଆଡକୁ ଗତି କରିବାରେ ଲାଗିଛି । ଏହାସହ ପୁଣି ଫେଲ ମାରିଛି କ୍ରସର ଆନ୍ଦୋଳନ ନେଇ ହେବାକୁ ଥିବା ଆଲୋଚନା ।

ବୌଦ୍ଧରେ ଫେଲ ମାରିଲା କ୍ରସର ସମସ୍ୟା ଆଲୋଚନା; ପ୍ରଶାସନର ପଦକ୍ଷେପକୁ ଅପେକ୍ଷା

ବୌଦ୍ଧ ଜିଲ୍ଲାରେ କ୍ରସର ବିରୋଧରେ ଚାଲିଥିବା ଆନ୍ଦୋଳନ ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ଚାରିଗୋଟି କ୍ରସର ସହିତ ପଥର କ୍ବାରି ରହିଛି । ତେବେ ଏଠାରେ ଷ୍ଟୋନ କ୍ରସର ସ୍ଥାପନ ଯୋଗୁଁ ଅଞ୍ଚଳରେ ପରିବେଶ ପ୍ରଦୂଷଣ ସହିତ ବିଭିନ୍ନ ଚର୍ମରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି । ତେବେ ଏସବୁ କ୍ରସର ଉଚ୍ଛେଦ ପାଇଁ ଦୀର୍ଘ ଦିନ ହେଲା ଅଞ୍ଚଳବାସୀ ଦାବି କରି ଆସୁଛନ୍ତି । ପୁଣି କିଛି ଅଞ୍ଚଳବାସୀ କ୍ରସର ଚାଲୁ ରଖିବାକୁ ଦାବି କରୁଛନ୍ତି ।

ଫଳରେ ଉଭୟ କ୍ରସର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ସମାଧାନ ପାଇଁ ଗୁରୁବାର ପ୍ରଚେଷ୍ଟା କରାଯାଇଥିଲା । କିନ୍ତୁ ଆଲୋଚନାକୁ ଜିଲ୍ଲା ପରିଷଦ ସଭ୍ୟ ଓ ଅନ୍ୟ କେତେକ ଆନ୍ଦୋଳନକାରୀଙ୍କୁ ଆମନ୍ତ୍ରଣ କରାଯାଇ ନଥିବାରୁ ଅଞ୍ଚଳବାସୀ ଏହି ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଫଳରେ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ନେଇ ବର୍ତ୍ତମାନ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି ।

ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଏହି ଆନ୍ଦୋଳନ ଆଗାମୀ ଦିନରେ ଉଗ୍ର ରୂପ ଧାରଣ କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.