ଅପେକ୍ଷାର ଘଟିଲା ଅନ୍ତ, ୫ ବର୍ଷ ପରେ ସରିଲା ଧଳପୁର ସେତୁ ନିର୍ମାଣ କାର୍ଯ୍ୟ

author img

By

Published : Sep 13, 2021, 12:23 PM IST

ସମ୍ପୂର୍ଣ୍ଣ ହେଲା ବୌଦ୍ଧ ଜିଲ୍ଲାର  ବହୁ ପ୍ରତୀକ୍ଷିତ ଧଳପୁର ସେତୁ

ଦୀର୍ଘ ଦିନର ପ୍ରତୀକ୍ଷା ପରେ ସମ୍ପୂର୍ଣ୍ଣ ହୋଇଛି ବୌଦ୍ଧ ଜିଲ୍ଲାର ମହାନଦୀ ଉପରେ ହେଉଥିବା ସେତୁ ନିର୍ମାଣ । ଉପକୃତ ହେବେ ୬ଟି ଜିଲ୍ଲାବାସୀ । ଅଧିକ ପଢନ୍ତୁ..

ବୌଦ୍ଧ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ସମ୍ପୂର୍ଣ୍ଣ ହୋଇଛି ଧଳପୁର ସେତୁ ନିର୍ମାଣ କାର୍ଯ୍ୟ । । ଦୀର୍ଘ ପାଞ୍ଚ ବର୍ଷ ତଳେ ଆରମ୍ଭ ହୋଇଥିବା ସେତୁ ନିର୍ମାଣ କାର୍ଯ୍ୟ ଏବେ ସମ୍ପୂର୍ଣ୍ଣ ହୋଇଛି । ବୌଦ୍ଧ ଜିଲ୍ଲାର ମହାନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ ଧଳପୁର ଠାରେ ଗତ 2016 ମସିହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଠିକା କାର୍ଯ୍ୟ ହାତେଇ ଥିବା ଗୁଜରାଟର ଠିକାସଂସ୍ଥା ରଣଜିତ ବିଲ୍ଡକନ ଏହି ସେତୁ 2019 ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏଥିରେ ସଂସ୍ଥା ଅସଫଳ ହୋଇଥିଲା । ପରେ ଦୁଇ ଦୁଇ ଥର ନିର୍ମାଣ ସମ୍ପୂର୍ଣ୍ଣ ଅବଧି ବୃଦ୍ଧି ପରେ ବର୍ତ୍ତମାନ ଉକ୍ତ ଧଳପୁର ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

ସମ୍ପୂର୍ଣ୍ଣ ହେଲା ବୌଦ୍ଧ ଜିଲ୍ଲାର ବହୁ ପ୍ରତୀକ୍ଷିତ ଧଳପୁର ସେତୁ

ଏହି ସେତୁ ହେବା ଦ୍ବାରା ବୌଦ୍ଧ ଓ ଅନୁଗୋଳ ଜିଲ୍ଲା ସହିତ ଢେଙ୍କାନାଳ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି ଭଳି ଜିଲ୍ଲାର ଅଧିବାସୀ ସିଧାସଳଖ ଉପକୃତ ହୋଇପାରିବେ ବୋଲି ସୂଚନା ମିଳିଛି । ଏହି ସେତୁ ଗମନାଗମନ, ବାଣିଜ୍ୟ ଓ ପର୍ଯ୍ୟଟନର ବିକାଶ ରେ ଯଥେଷ୍ଟ ସହାୟକ ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଉକ୍ତ ସେତୁର ଦୁଇ ପାର୍ଶ୍ଵର ଆପ୍ରୋଚ ରାସ୍ତା କାମ ଜାରି ରହିଥିବା ବେଳେ ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଦାବି ହୋଇଛି ।

ସେପଟେ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହେବାର କିଛି ମାସ ପୂର୍ବରୁ ହିଁ ତିନି ଜଣ ଶ୍ରମିକଙ୍କ ଏଠାରେ ଦୁର୍ଘଟଣା ଜନିତ ମୃତ୍ୟୁ ସମସ୍ତଙ୍କୁ ଦୁଃଖିତ କରିଥିବା ବେଳେ ବର୍ତ୍ତମାନ ଏହି ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାରୁ ବିଭିନ୍ନ ଦିଗର ବିକାଶ ନେଇ ଅଞ୍ଚଳବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.