ଷୋହଳ ଦିନପରେ ଆଜିଠୁ ମିଳିବ ଦେବୀଭୈରବୀଙ୍କ ଦର୍ଶନ

author img

By

Published : Oct 13, 2021, 11:55 AM IST

ଷୋହଳ ଦିନପରେ ଆଜିଠାରୁ ଦେବୀଭୈରବୀଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ଦେବୀ ଭୈରବୀଙ୍କ ପୀଠରେ ଆଜିଠାରୁ ହେବ ସର୍ବସାଧାରଣଙ୍କ ମନ୍ଦିର ପ୍ରବେଶ ଓ ମା’ଙ୍କ ଦର୍ଶନ। ଦୀର୍ଘ ଷୋହଳ ଦିନ ଧରି ଦେବୀ ଭୈରବୀଙ୍କୁ ଗୁପ୍ତ ପୂଜାର୍ଚ୍ଚନା ପରେ ଆଜି ନବଯୌବନ ବେଶରେ ଭୈରବୀ, ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଅଧିକ ପଢନ୍ତୁ...

ବୌଦ୍ଧ: ଦେବୀ ଭୈରବୀଙ୍କ ପୀଠରେ ଆଜିଠାରୁ ହେବ ସର୍ବସାଧାରଣଙ୍କ ମନ୍ଦିର ପ୍ରବେଶ ଓ ମା’ଙ୍କ ଦର୍ଶନ। ଦୀର୍ଘ ଷୋହଳ ଦିନ ଧରି ଦେବୀ ଭୈରବୀଙ୍କୁ ଗୁପ୍ତ ପୂଜାର୍ଚ୍ଚନା ପରେ ଆଜି ନବଯୌବନ ବେଶରେ ଭୈରବୀ, ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ବୌଦ୍ଧ ଜିଲ୍ଲା ପୁରୁଣାକଟକଠାରେ ରହିଛି ଦେବୀ ଭୈରବୀଙ୍କ ପ୍ରାଚୀନ ପୀଠ । ପୁରାଣ ବର୍ଣ୍ଣିତ ଦେବୀ ସତୀଙ୍କ ନାଭି କମଳ ଏଠାରେ ପତିତ ହୋଇଥିବା ବିଶ୍ବାସ ରହିଛି । ତେଣୁ ଶାରଦୀୟ ଷୋହଳ ପୂଜା ଏହି ପୀଠରେ ଅତ୍ୟନ୍ତ ଗୁପ୍ତରେ ନିର୍ଦ୍ଦିଷ୍ଟ ସେବାୟତଙ୍କୁ ନେଇ ମଧ୍ୟ ରାତ୍ରରେ ଅନୁଷ୍ଠିତ ହୋଇଥାଏ ।

ଷୋହଳ ଦିନପରେ ଆଜିଠାରୁ ଦେବୀଭୈରବୀଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ମୂଳାଷ୍ଟମୀଠାରୁ ମହାଷ୍ଟମୀ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଦେବୀ ଭୈରବୀଙ୍କ ମନ୍ଦିର ପ୍ରବେଶ ଓ ଦର୍ଶନ ସର୍ବସାଧାରଣଙ୍କ ପାଇଁ ବାରଣ ରହିଥାଏ। ଆଜି(ବୁଧବାର) ପୀଠରେ ମହାନବମୀ ପାଳନ ସହିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ପ୍ରବେଶ ଓ ମା’ଙ୍କ ଦର୍ଶନ ଉନ୍ମୁକ୍ତ କରାଯାଇଛି । ତେବେ ଏହି ଷୋହଳ ପୂଜା ସମୟରେ ମା’ଙ୍କ ଘଟ ପୀଠ ନିକଟରେ ଥିବା ସାହାଡା ବୃକ୍ଷ ମୂଳରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସ୍ବତନ୍ତ୍ର ରୀତିନୀତିରେ ଅନୁଷ୍ଠିତ ହୋଇଥାଏ । ଏପଟେ ଆଜି ଭୈରବୀଙ୍କ ପୀଠରେ ନବାନ୍ନ ଲାଗି ହେବା ସହିତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିଥିଲେ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.