ବୟନ ଶିଳ୍ପ ପ୍ରଦର୍ଶନୀ ଉଦଯାପିତ, ପାରମ୍ପରିକ ହସ୍ତଶିଳ୍ପର ପ୍ରୋତ୍ସାହନ ଲାଗି ଜିଲ୍ଲା ପ୍ରଶାସନର ପ୍ରୟାସ

ବୟନ ଶିଳ୍ପ ପ୍ରଦର୍ଶନୀ ଉଦଯାପିତ, ପାରମ୍ପରିକ ହସ୍ତଶିଳ୍ପର ପ୍ରୋତ୍ସାହନ ଲାଗି ଜିଲ୍ଲା ପ୍ରଶାସନର ପ୍ରୟାସ
ଗତ 12 ତାରିଖରୁ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଥିବା ବୟନ ଶିଳ୍ପ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି । ଅଧିକ ପଢ଼ନ୍ତୁ
ବୌଦ୍ଧ: ଓଡ଼ିଶାରେ ଚାଲିଛି ପୁରୁଷ ହକି ବିଶ୍ବକପ । ଉଭୟ ଭୁବନେଶ୍ବର ଏବଂ ରାଉରକେଲାରେ ହକି ମହାକୁମ୍ଭ ଜାରି ରହିଛି । ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଓଡ଼ିଶା ହକି ବିଶ୍ବକପ ଆୟୋଜନ କରୁଥିବାରୁ ସାରା ଉତ୍ସବ ଖେଳିଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ହକି ଉତ୍ସବ ପାଳନ ହେଉଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲାରେ ଗତ 12 ତାରିଖରୁ ଅନୁଷ୍ଠିତ ହୋଇଥିବା ବୟନ ଶିଳ୍ପର ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: ଫେବୃଆରୀ ପହିଲାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା, ୨୯ ସୁଦ୍ଧା ପହଞ୍ଚିବ ପରୀକ୍ଷା ମାଟେରିଆଲ୍ସ
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ହକି ବିଶ୍ବକପକୁ ନେଇ ଜାରି ରହିଛି ଉତ୍ସବ । ଏହା ମାଧ୍ୟମରେ ପାରମ୍ପରିକ ଲୋକକଳା, ବାଦ୍ୟନୃତ୍ୟ ଆଦିକୁ ଜୀବିତ ରଖିବା ଲାଗି ଜିଲ୍ଲା ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ସ୍ଥାନୀୟ ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବାକୁ ଭରପୁର ଉଦ୍ୟମ କରାଯାଉଛି । ଚଳିତ ଥର ପ୍ରଥମ ଥର ପାଇଁ ବୟନ ଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଗତ 12 ତାରିଖରୁ ଆରମ୍ଭ ହୋଇଥିବା ଏହି ବୟନ ଶିଳ୍ପ ପ୍ରଦର୍ଶନୀ ଶନିବାର ଦିନ ଉଦଯାପିତ ହୋଇଛି । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ବଛା ବଛା ବାନ୍ଧ ବ୍ୟବସାୟୀ ଭାଗ ନେଇଥିଲେ । ନିଜର ଉତ୍କୃଷ୍ଟ ସାମଗ୍ରୀ ପ୍ରଦର୍ଶନ କରି ଭଲ ବ୍ୟବସାୟ କରିଛନ୍ତି ବ୍ୟବସାୟୀ ।
ଏହା ମଧ୍ୟ ପଢ଼ନ୍ତୁ: ଆଜି ହ୍ୟୁମାନଙ୍କ ଗୁମର ଖୋଲିବେ ପତ୍ନୀ ! ଆଇନଗତ ଲଢେଇ ହେବ କହିଲେ ଆଇନଜୀବୀ
ପ୍ରଦର୍ଶନୀରେ ଜମୁ କାଶ୍ମୀରର ଲଦାଖ ଅଞ୍ଚଳର ହସ୍ତଶିଳ୍ପ ଓ ଲକ୍ଷ୍ନୌର ବାନ୍ଧକଳା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ଏହି ମେଳାର ଖୁବ ମଜା ଉଠାଇଥିଲେ । ପ୍ରଦର୍ଶନୀ ମାଧ୍ୟମରେ ସ୍ଥାନୀୟ ବ୍ୟବସାୟୀଙ୍କୁ ରୋଜଗାର ଦିଆଯାଇଥିବାରୁ ଉଭୟ ବ୍ୟବସାୟୀ ଓ ଜିଲ୍ଲାପାଳ ବୌଦ୍ଧବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଅନ୍ୟପଟେ ବୌଦ୍ଧ ଜିଲ୍ଲା ମହୋତ୍ସବ ଶେଷ ହୋଇଥିବା ବେଳେ ଶୁକ୍ରବାର ଠାରୁ କଣ୍ଟାମାଳ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲା ତଥା ରାଜ୍ୟରୁ ଆସିଥିବା କଳାକାର ସେମାନଙ୍କ ଲୋକନୃତ୍ୟ ପରିବେଷଣ କରିଥିଲେ । ପାରମ୍ପରିକ ଲୋକବାଦ୍ୟନୃତ୍ୟରେ ଦୁଲୁକି ଉଠିଥିଲା ମଞ୍ଚ । ଯାହାର ଭରପୁର ମଜା ନେଇଥିଲେ ଦର୍ଶକ । ବିଭିନ୍ନ ଘରକରଣା କିଣିବା ସହ ସୁସ୍ବାଦୁ ଖାଦ୍ୟର ମଜା ଉଠାଇଲେ ବୌଦ୍ଧବାସୀ ।
ଇଟିଭି ଭାରତ, ବୌଦ୍ଧ
