ଗାଁ ବନ୍ଧକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ

author img

By

Published : Oct 16, 2021, 1:35 PM IST

ଗାଁ ବନ୍ଧକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ

ପଞ୍ଚାୟତର ତୃଟି ପୂର୍ଣ୍ଣ ପଦକ୍ଷେପ ଯୋଗୁଁ ପଲସାକୁଟୁଣୀ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ଦୁଇ ପକ୍ଷ ଆରୋପ ପ୍ରତ୍ୟାରୋପ କରିଛନ୍ତି । ଅଧିକ ପଢନ୍ତୁ...

ବୌଦ୍ଧ: ଗାଁ ବନ୍ଧକୁ ନେଇ ପଲସାକୁଟୁଣୀ ଗ୍ରାମର ଗୋଷ୍ଠୀ ମୁହାଁମୁହିଁ । ଜିଲ୍ଲାର ଧଳପୁର ପଞ୍ଚାୟତ ଅନ୍ତର୍ଗତ ପଲସାକୁଟୁଣୀ ଗ୍ରାମରେ ଥିବା ବଡବନ୍ଧରେ ମାଛଚାଷକୁ ନେଇ ପଞ୍ଚାୟତ ଠିକରେ ଦାୟିତ୍ବ ତୁଲାଇ ନଥିବାରୁ ଏବେ ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ଗାଁ ବନ୍ଧକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ

ଏହି ବନ୍ଧଟି ପୂର୍ବରୁ କ୍ଷୁଦ୍ର ଜଳସେଚନ ଅଧିନରେ ଥିବା ବେଳେ ପରବର୍ତ୍ତୀ ସମୟରେ ତାହା ପଞ୍ଚାୟତକୁ ହସ୍ତାନ୍ତର ହୋଇଥିଲା । ତେବେ ଗୋଟିଏ ଗୋଷ୍ଠୀକୁ ବନ୍ଧ ଡାକରୁ ଜାଣିଶୁଣି ଓହରାଇ ଗ୍ରାମରୁ ସାମାଜିକ ବାସନ୍ଦ କରାଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ସେପଟେ ଅନ୍ୟ ଗୋଷ୍ଠୀ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହିତ ଓଲଟା ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଚଞ୍ଚକତା କାର୍ଯ୍ୟକୁ ଦାୟୀ କରିଛନ୍ତି ।

ଏନେଇ ଉଭୟ ଗୋଷ୍ଠୀଙ୍କୁ ନେଇ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ଅଭିଯୋଗ ଶୁଣାଣି କରାଯାଇଥିଲେ ମଧ୍ୟ ପଞ୍ଚାୟତ ପ୍ରଶାସନର ଭୂମିକା ବର୍ତ୍ତମାନ ସନ୍ଦେହ ଘେରକୁ ଚାଲି ଆସିଛି । ତେବେ ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ନିରପେକ୍ଷ ଗ୍ରହଣ ପାଇଁ ଉଭୟ ଗୋଷ୍ଠୀ ଦାବି କରିଛନ୍ତି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.