ଦୂର ହେବ ଜଳ ସମସ୍ୟା, ହରଭଙ୍ଗାରେ ମେଗାପାନୀୟ ଜଳପ୍ରକଳ୍ପ ପାଇଁ କ୍ୟାବିନେଟ ମଞ୍ଜୁରୀ

author img

By

Published : Oct 12, 2021, 8:17 AM IST

ଦୂର ହେବ ଜଳ ସମସ୍ୟା, ହରଭଙ୍ଗାରେ ମେଗାପାନୀୟ ଜଳପ୍ରକଳ୍ପ ପାଇଁ କ୍ୟାବିନେଟ ମଞ୍ଜୁରୀ

ପାନୀୟଜଳର ସଙ୍କଟ ଦୂର ପାଇଁ ମହାନଦୀ କୂଳରେ ପ୍ରତିଷ୍ଠା ହେବ ମେଗା ପାନୀୟଜଳ ପ୍ରକଳ୍ପ । ଏନେଇ ଆଜି କ୍ୟାବିନେଟରେ ମିଳିଲା ମଞ୍ଜୁରୀ। ଅଧିକ ପଢନ୍ତୁ...

ବୌଦ୍ଧ: ହରଭଙ୍ଗା ବ୍ଲକରୁ ଦୂର ହେବ ପାନୀୟଜଳ ସମସ୍ୟା । ଆଉ ଶୁଖିଲା ନଦୀ ଝରଣାର ଶୁଷ୍କ ଶଯ୍ୟାରୁ ଚୂଆ ଖୋଳି ପାଣି ସଂଗ୍ରହ କରିବାକୁ ପଡିବନି । କାରଣ ଗତକାଲି ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ବ୍ଲକର ମହାନଦୀ କୂଳରେ ଥିବା ପାଣିଘରା ନିକଟରେ 731 କୋଟି ଟଙ୍କା ବ୍ୟୟ ଅଟକଳରେ ମେଗା ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ହେବ । ଫଳରେ ବ୍ଲକରୁ ଜଳ ଶଙ୍କଟ ଦୂର ହେବ ।

ଦୂର ହେବ ଜଳ ସମସ୍ୟା, ହରଭଙ୍ଗାରେ ମେଗାପାନୀୟ ଜଳପ୍ରକଳ୍ପ ପାଇଁ କ୍ୟାବିନେଟ ମଞ୍ଜୁରୀ

ଏହି ପ୍ରକଳ୍ପ ପ୍ରତିଷ୍ଠା ହେବାପରେ ଜିଲ୍ଲାର ହରଭଙ୍ଗା ବ୍ଲକ ସମେତ କନ୍ଧମାଳ ଜିଲ୍ଲାର ୬ ଗୋଟି ବ୍ଲକକୁ ପାନୀୟଜଳ ଯୋଗାଣ ହୋଇପାରିବ ବୋଲି ସୂଚନା ମିଳିଛି ।ଯାହାକୁ ନେଇ ଆଜି ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.