ବନ୍ୟା ପରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା, ସହାୟତା ଦାବି

author img

By

Published : Sep 18, 2021, 3:27 PM IST

ବନ୍ୟା ପରେ ବଢୁଛି ଲୋକଙ୍କ ଦୁଃଖ, ସହାୟତା ପାଇଁ ଦାବି

ଲଗାଣ ବର୍ଷା ପରେ ବେହାଲ ବୌଦ୍ଧର ବିଭିନ୍ନ ତଳିଆ ଅଞ୍ଚଳବାସୀ । ତୁରନ୍ତ ସରକାରୀ ସହାୟତା ପାଇଁ ଦାବି । ଅଧିକ ପଢନ୍ତୁ...

ବୌଦ୍ଧ: ଲଗାଣ ବର୍ଷା ପରେ ବେହାଲ ବନ୍ୟା ବିପନ୍ନ । ବୌଦ୍ଧରେ ଅନେକ ସ୍ଥାନରେ ରାସ୍ତା ଧୋଇଯାଇ ଘାଇ ସୃଷ୍ଟି ହୋଇଛି । ଏକାଧିକ କଚ୍ଚା ଘର ମଧ୍ୟ ବନ୍ୟ ଜଳରେ ଭୁଶୁଡି ପଡିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବନ୍ୟା ପରେ ବଢୁଛି ଲୋକଙ୍କ ଦୁଃଖ, ସହାୟତା ପାଇଁ ଦାବି
ଗତ ଚାରି ଦିନ ପୂର୍ବରୁ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାସ୍ତା-ଘାଟ ଧୋଇଯିବା ସହ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ସେହିପରି ବିଭିନ୍ନ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ବୌଦ୍ଧରୁ ହରଭଙ୍ଗାକୁ ସଂଯୋଗ କରୁଥିବା ପୁରୁଣା ଜଗନ୍ନାଥ ସଡକର ପାଞ୍ଚଟି ସ୍ଥାନରେ ମହାନଦୀର ପାଣି ପ୍ରବାହିତ ହେଉଛି । ସେପଟେ ଗୋଛାପଡା ପଞ୍ଚାୟତର ମଲ୍ଲିକ ପଡା ଗ୍ରାମକୁ ସଂଯୋଗକାରୀ ସେତୁ ନଥିବାରୁ ଗ୍ରାମବାସୀ ଏକ କାଠପୋଲ ନିର୍ମାଣ କରିଥିଲେ । କିନ୍ତୁ ଉକ୍ତ କାଠପୋଲ ଟି ବର୍ଷାରେ ଧୋଇ ଯିବାରୁ ବର୍ତ୍ତମାନ ମଲ୍ଲିକପଡା ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି ।

ଏଭଳି ଅନେକ ଗାଁର ଚିତ୍ର ବର୍ତ୍ତମାନ ସମ୍ମୁଖକୁ ଆସିବାରେ ଲାଗିଛି । ସେହିପରି ଜିଲ୍ଲାର ଅନେକ ସ୍ଥାନରେ ଗରିବ ଲୋକଙ୍କ କଚ୍ଚା ଘର ଭୁଶୁଡି ପଡିଛି । ତୁରନ୍ତ ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.