ବୌଦ୍ଧରେ ବଢୁଛି ବାଘ ଛାଲ କାରବାର, ଏସଟିଏଫର ପୁଣି କାର୍ଯ୍ୟାନୁଷ୍ଠାନ

author img

By

Published : Oct 19, 2021, 9:14 PM IST

Boudh Forest office

ଜିଲ୍ଲାରୁ ପୁଣି ଏସଟିଏଫ ଧରିଲା ଦୁଇ ଦୁଇଟି ବାଘଛାଲ । ତେବେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ବନ୍ୟଜନ୍ତୁ ଶିକାର ସହିତ ଚୋରା କାଠ କାରବାର ଚାଲିଥିବାବେଳେ ଜଙ୍ଗଲ ବିଭାଗର ଭୂମିକାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଚାଲିଛି ଅବାଧରେ ବନ୍ୟଜନ୍ତୁଙ୍କ ଶିକାର। ଅଧିକ ପଢନ୍ତୁ...

ବୌଦ୍ଧ: ଜିଲ୍ଲାରୁ ପୁଣି ଏସଟିଏଫ ଧରିଲା ଦୁଇ ଦୁଇଟି ବାଘଛାଲ । ତେବେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ବନ୍ୟଜନ୍ତୁ ଶୀକାର ସହିତ ଚୋରା କାଠ କାରବାର ଚାଲିଥିବାବେଳେ ଜଙ୍ଗଲ ବିଭାଗର ଭୂମିକାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଚାଲିଛି ଅବାଧରେ ବନ୍ୟଜନ୍ତୁଙ୍କ ଶିକାର ।

ବୌଦ୍ଧରେ ବଢୁଛି ବାଘ ଛାଲ କାରବାର, ଏସଟିଏଫର ପୁଣି କାର୍ଯ୍ୟାନୁଷ୍ଠାନ

କେତେବେଳେ ଦାନ୍ତ ପାଇଁ ଦନ୍ତାହାତୀର ଶିକାର ହେଉଛି ତ ପୁଣି କେତେବେଳେ ମାଂସ, ନଖ ,ଛାଲ ପାଇଁ ହେଉଛି ବନ୍ୟଜନ୍ତୁଙ୍କ ଶିକାର । ବୌଦ୍ଧ ଜିଲ୍ଲାର ଛ’ ଗୋଟି ବନାଞ୍ଚଳ ମଧ୍ୟରେ ଗତ ବର୍ଷକ ମଧ୍ୟରେ ଶତାଧିକ ବନ୍ୟଜନ୍ତୁଙ୍କ ଶିକାର ହୋଇସାରିଥିଲେ ମଧ୍ୟ ବିଭାଗ ହାତରେ କେବଳ ହାତ ଗଣତି କେତୋଟି ମାମଲା ରହିଛି ।

ଏଥିସହିତ ବିଭିନ୍ନ ଜଙ୍ଗଲରୁ ବ୍ୟାପକ ଗଛ କଟାଯାଇ ଚୋରା ଚାଲାଣ ଏକ ସାଧାରଣ କଥା ହୋଇଯାଇଛି । ତେବେ ଏସବୁ ବନ୍ୟଜନ୍ତୁ ଶୀକାର ଓ କାଠ ଚୋରା ଚାଲାଣ ପଛରେ କିଛି ଦୁର୍ନୀତିଗ୍ରସ୍ତ ଜଙ୍ଗଲ କର୍ମଚାରୀଙ୍କ ପ୍ରଛଦ ହାତ ରହିଛି । ବର୍ତ୍ତମାନ ପୁଣି ମନମୁଣ୍ଡା ବନାଞ୍ଚଳ ଅଧିକାରୀଙ୍କ ଅପାରଗତାକୁ ନେଇ ଉଠିଛି ବଡ ପ୍ରଶ୍ନବାଚୀ । ମନମୁଣ୍ଡା ବନାଞ୍ଚଳରୁ ବାରମ୍ବାର ଚୋରା କାଠ ଚାଲାଣ ହେଉଥିବାବେଳେ ବାଘଛାଲର ଏକ ବଡ ରାକେଟ ମଧ୍ୟ କାର୍ଯ୍ୟ କରୁଛି ।

ବିଭାଗୀୟ ଅଧିକାରୀଙ୍କ ଅପାରଗତାର ସୁଯୋଗ ନେଇ କିଛି ଅସାଧୁ କର୍ମଚାରୀ ଓ ମାଫିଆଙ୍କ ସଲାସୁତୁରାରେ ଚାଲିଛି ବେଆଇନ କାରବାର । ଗତକାଲି(ସୋମବାର) ସ୍ପେଶାଲ ଟାସ୍କଫୋର୍ସ (ଏସଟିଏଫ) ମନମୁଣ୍ଡା ନିକଟସ୍ଥ କପାସିରା ଠାରେ ଚଢାଉ କରି ଜଣେ ଯୁବକକୁ କାବୁ କରିବା ସହ ତାଠା ରୁ ଦୁଇଟି ବାଘଛାଲ ଜବତ କରିଛନ୍ତି । ଏଭଳି ଘଟଣା ତିନି ତିନି ଥର ଏସଟିଏଫ ଏହି ଅଞ୍ଚଳରୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଜଙ୍ଗଲ ବିଭାଗର ଅପାରଗତା ଧରାପଡିଯାଇଛି ।

ଯାହାକୁ ନେଇ ଏବେ ଖୋଦ ଜିଲ୍ଲା ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଜଙ୍ଗଲ ବିଭାଗ ଆଡକୁ ଆଙ୍ଗୁଳି ଉଠାଇବା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା କୁନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.