କୋଭିଡ କଟକଣାରେ ବୌଦ୍ଧରେ ସମ୍ପନ୍ନ ହେଲା ବିଜୟା ଦଶମୀ ପୂଜା

author img

By

Published : Oct 15, 2021, 6:52 PM IST

କୋଭିଡ କଟକଣାରେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେଲା ବିଜୟା ଦଶମୀ ପୂଜା

ନିରାଡମ୍ବର ଭାବେ ବିଜୟାଦଶମୀରେ ବୌଦ୍ଧ ଜିଲ୍ଲା ଘଣ୍ଟାପଡା ସମଲେଶ୍ବରୀ ମନ୍ଦିର ଓ ପୁରୁଣାକଟକ ସ୍ଥିତ ଦେବୀ ଭୈରବୀଙ୍କ ଅପରାଜିତା ବେଶ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧ: ଧରାପୃଷ୍ଠରେ ଅବତରଣ କରିଛନ୍ତି ମହିଷା ମର୍ଦିନୀ ମା' ଦୁର୍ଗା । ଆଉ ଏଥିପାଇଁ ଗାଁଠୁ ସହର ଯାଏଁ ସବୁଠି ଉତ୍ସବ ମାହୋଲ ସୃଷ୍ଟି ହୋଇଛି । ତେବେ ବୌଦ୍ଧ ଜିଲ୍ଲାର ପ୍ରାଚୀନ ଶକ୍ତିପୀଠ ଗୁଡିକ ସମେତ ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ଆନନ୍ଦ ଉଲ୍ଲାସର ସହିତ ଶାରଦୀୟ ଦୁର୍ଗା ପୂଜା ସମ୍ପନ୍ନ ହୋଇଛି ।

କୋଭିଡ କଟକଣାରେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେଲା ବିଜୟା ଦଶମୀ ପୂଜା

ସେପଟେ ଜିଲ୍ଲାର ଘଣ୍ଟାପଡା ସମଲେଶ୍ବରୀ ମନ୍ଦିର ଠାରୁ ଆରମ୍ଭ କରି ପୁରୁଣାକଟକ ଭୈରବୀ ମନ୍ଦିର ପର୍ଯ୍ୟନ୍ତ ସବୁଠାରେ ନୀତିକାନ୍ତି ଅନୁଯାୟୀ ମା'ଙ୍କର ପୂଜାର୍ଚ୍ଚନା କରାଯାଇଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ପଲସାଗୋରା, ମନମୁଣ୍ଡା, ଦହ୍ୟା, ବାଉଁଶୁଣୀ, ସାହାଜପାଲ, ଜହ୍ନାପଙ୍ଗ, ମୁଣ୍ଡାପଡା, ବୀରନରସିଂହପୁର, ପୁରୁଣାକଟକ, ଚାରିଛକ, ହରଭଙ୍ଗା ସମେତ ବୌଦ୍ଧ ସହରର ଟାଉନ ଦୁର୍ଗା, ମାଳିସାହି,ପୋଡାପଡା, କେଉଟସାହି, ବଗିଚାସାହି ଭଳି ଅନେକ ସ୍ଥାନରେ ଦଶଭୁଜା ମା' ଦୁର୍ଗା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ।

ତେବେ କେଉଟସାହି ଦୁର୍ଗା ମଣ୍ଡପରେ ରୂପାର ମେଢ ଦେଖିବାକୁ ଭକ୍ତଙ୍କ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ଆଜି ବିଜୟାଦଶମୀରେ ପୁରୁଣାକଟକ ସ୍ଥିତ ଦେବୀ ଭୈରବୀ ଅପରାଜିତା ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ତା ସହିତ ଏହି ବିଜୟାଦଶମୀ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଇ ଦଶହରା ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.