ଛେଳି ଗୁହାଳେ ଗରିବ ପରିବାର, ସରକାରୀ ଯୋଜନା ଅପହଞ୍ଚ

author img

By

Published : Sep 21, 2021, 12:10 PM IST

ସରକାରୀ ଯୋଜନାରୁ ବଞ୍ଚିତ ବିଭୂତିଙ୍କ ପରିବାର

ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଛେଳି ଗୁହାଳରେ ଦିନ କାଟୁଛନ୍ତି ମହାଲିକପଡା ପଞ୍ଚାୟତର ବିଭୂତିଙ୍କ ପରିବାର । ଅଧିକ ପଢନ୍ତୁ...

ବୌଦ୍ଧ: ଅସହାୟଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ସମସ୍ତ ସରକାରୀ ଯୋଜନା ଯେମତି ସାତ ସପନ ପାଲଟିଛି ବୌଦ୍ଧ ଜିଲ୍ଲା ମହାଲିକପଡା ପଞ୍ଚାୟତ ଗେରେଡିସାହିର ରହୁଥିବା ବିଭୂତିଙ୍କ ପରିବାର ପାଇଁ । ମୁଣ୍ଡ ଉପରେ ଏବେ ଛାତ ନଥିବା ବେଳେ ସ୍ତ୍ରୀ ଦେବକୀ ଓ କୁନି ପୁଅକୁ ନେଇ ଏକ ଛେଳି ଗୁହାଳରେ ରହୁଛନ୍ତି ବିଭୂତି । ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରେ ରହୁଥିବାରୁ ସରକାରଙ୍କ NREGA ଯୋଜନା ଅଧିନରେ କାମ ମଧ୍ୟ କରିପାରୁନାହାନ୍ତି । ଫଳରେ ଦୁର୍ଦ୍ଦିନରେ କାଳାତିପାତ କରୁଛି ଏହି ଗରିବ ପରିବାର ।

ସରକାରୀ ଯୋଜନାରୁ ବଞ୍ଚିତ ବିଭୂତିଙ୍କ ପରିବାର

ଖାଲି ଏତିକିରେ ଦୁଃଖ ସରିନି ବିଭୂତିଙ୍କ ପରିବାରର । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଗରିବ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରୁ ମଧ୍ୟ ବାଦ ପଡିଛନ୍ତି। ଏହି ପରିବାରର ଦୁଃଖ ଜାଣିବାପରେ ତାଙ୍କ ନିକଟରେ ପହଞ୍ଚିଥିଲା ଆମ ଈଟିଭି ଭାରତ ଟିମ । ଏହା ପରେ କ୍ୟାମେରା ସମ୍ମୁଖରେ ଦୁଃଖ ବଖାଣି ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନଙ୍କୁ ଗୁହାରୀ କରିଥିଲେ ବିଭୂତି ଓ ପରିବାର ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.