ପୁଅକୁ ପଡିଆରେ ଛାଡି ପଳାଇଲା ମା’, ଉଦ୍ଧାର କଲେ ଗ୍ରାମବାସୀ

author img

By

Published : Sep 17, 2021, 7:51 PM IST

ରାତିର ଅନ୍ଧାରରେ ଶିଶୁ ପୁତ୍ରକୁ ଏକା ଛାଡି ଚାଲିଗଲା ମା, ପଡିଆରୁ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର

ବର୍ଷକର ଶିଶୁପୁତ୍ରକୁ ରାତିର ଅନ୍ଧାରରେ ଛାଡିଦେଇ ମା’ କୁଆଡେ ଚାଲିଗଲା । ଗ୍ରାମବାସୀମାନେ ଉଦ୍ଧାର କରି ପୋଲିସ ଓ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛନ୍ତି । ଅଧିକ ପଢନ୍ତୁ...

ବୌଦ୍ଧ: ଅସହାୟ ଅବସ୍ଥାରେ ରାତିର ଅନ୍ଧକାରରେ ନିଜ ଶିଶୁପୁତ୍ରକୁ ଛାଡିଦେଇ ମା’ ଚାଲିଗଲା । ଅତ୍ୟନ୍ତ ବିକଳ ଅବସ୍ଥାରେ ଶିଶୁଟି ରାତି ତମାମ ନିଃସଙ୍ଗ ହୋଇ ଏକ ପଡିଆରେ ମା’ର ଫେରିବା ବାଟକୁ ଚାହିଁ ବସିଥିଲା । ହେଲେ ମା’ ଆଉ ଆସିଲା ନାହିଁ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଜହ୍ନାପଙ୍ଗ ଫାଣ୍ଡି ଅନ୍ତର୍ଗତ ଖୁଣ୍ଟବନ୍ଧ ପଞ୍ଚାୟତରେ ।

ରାତିର ଅନ୍ଧାରରେ ଶିଶୁ ପୁତ୍ରକୁ ଏକା ଛାଡି ଚାଲିଗଲା ମା, ପଡିଆରୁ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର

57 ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ବ୍ରହ୍ମଚାରୀ ଗ୍ରାମ ନିକଟସ୍ଥ ପଡିଆରେ ଗତ ରାତିରୁ ଏକ ବର୍ଷର ଶିଶୁ ପୁତ୍ରକୁ ରାତିର ଅନ୍ଧକାରରେ ଛାଡିଦେଇ ମା’ କୁଆଡେ ଚାଲିଯାଇଛି । ଆଜି(ଶୁକ୍ରବାର)ସକାଳୁ ଜଣେ ଗ୍ରାମବାସୀ ହଠାତ ପଡିଆରେ ଛୁଆଟିକୁ ଏକାକୀ ଦେଖି ପ୍ରଥମେ ଡରିଯାଇଥିଲେ । ପରେ ସେ ଗ୍ରାମବାସୀଙ୍କ ସହାୟତାରେ ବୌଦ୍ଧ ପୋଲିସ ଓ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଶିଶୁଟିକୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.