ଦୁର୍ନୀତିରେ ଉବୁଟୁବୁ ବୌଦ୍ଧ ଶ୍ରମ ବିଭାଗ, ଖୋଦ ଅଧିକାରୀ ହିଁ ମାଷ୍ଟରମାଇଣ୍ଡ ଅଭିଯୋଗ

author img

By

Published : Oct 7, 2021, 1:33 PM IST

ଦୁର୍ନୀତିରେ ଉବୁଟୁବୁ ବୌଦ୍ଧ ଶ୍ରମ ବିଭାଗ, ମାଷ୍ଟରମାଇଣ୍ଡ ଖୋଦ ଅଧିକାରୀ ହୋଇଥିବା ଅଭିଯୋଗ

ସମସ୍ୟା ତଥା ବିବାଦ ଘେରରେ ଛନ୍ଦି ହୋଇଛି ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ । ଅଧିକ ପଢନ୍ତୁ...

ବୌଦ୍ଧ: ଦୁର୍ନୀତିର ଗନ୍ତାଘର ପାଲଟିଛି ବୌଦ୍ଧ ଶ୍ରମ କାର୍ଯ୍ୟାଳୟ । ଜିଲ୍ଲା ଶ୍ରମ ଅଧିକାରୀ ଖୋଦ୍ ଏହି ଦୁର୍ନୀତିର ମାଷ୍ଟରମାଇଣ୍ଡ ସାଜିଥିବା ହୋଇଛି ଅଭିଯୋଗ । ଧଳପୁର ସେତୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୫ ଜଣ ଶ୍ରମିକଙ୍କୁ ସେମାନଙ୍କ ପାଉଣା ଭାବେ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଗୁଜୁରାଟର ଠିକାସଂସ୍ଥା ପ୍ରଦାନ କରୁନଥିବା ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ହେଲେ ବୌଦ୍ଧ ଶ୍ରମ ଅଧିକାରୀ ଠିକାସଂସ୍ଥା ସହ ସଲାସୁତୁରା କରି ଚୁପ ବସିଥିବା ଚର୍ଚ୍ଚା ହେଉଛି । ଜିଲ୍ଲାରେ ଶ୍ରମିକଙ୍କ ସମସ୍ୟା ନେଇ ବୁଦ୍ଧିଜୀବୀମାନେ ସିଧାସଳଖ ଶ୍ରମ ଅଧିକାରୀଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଦୁର୍ନୀତିରେ ଉବୁଟୁବୁ ବୌଦ୍ଧ ଶ୍ରମ ବିଭାଗ, ମାଷ୍ଟରମାଇଣ୍ଡ ଖୋଦ ଅଧିକାରୀ ହୋଇଥିବା ଅଭିଯୋଗ

ବୌଦ୍ଧ ଜିଲ୍ଲାରେ ପଚାଶ ହଜାରରୁ ଉର୍ଦ୍ଧ୍ବ ଶ୍ରମିକ ବିକାଶ କ୍ଷେତ୍ରରେ ନିୟୋଜିତ ରହିଛନ୍ତି । ଅନେକ ସ୍ଥାନରେ ନିର୍ମାଣଧିନ ପ୍ରକଳ୍ପ ଗୁଡିକରେ ଶ୍ରମିକମାନେ ବିନା ସୁରକ୍ଷା ଉପକରଣରେ ଅତ୍ୟନ୍ତ ବିପଦ ଶଙ୍କୁଳ ଅବସ୍ଥାରେ କାର୍ଯ୍ୟ କରୁଛନ୍ତି । କେବଳ ଧଳପୁର ଠାରେ ମହାନଦୀ ସେତୁ ଉପରୁ ଖସି ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ସମ୍ପୃକ୍ତ ଶ୍ରମିକଙ୍କ ପାଉଣା ଦେବା ନେଇ ଦାବି ହେଉଥିଲେ ମଧ୍ୟ ବୌଦ୍ଧ ଶ୍ରମ ଅଧିକାରୀ ବିଭିନ୍ନ ଠିକାସଂସ୍ଥା ସହ ସଲାସୁତୁରା କରି ଚୁପ ବସିଛି । ଜିଲ୍ଲାର କଣ୍ଟାମାଳ ବ୍ଲକରେ ଦାଦନ ଶ୍ରମିକ ସମସ୍ୟା ସବୁଠାରୁ ଅଧିକ ଥିବାବେଳେ ଶ୍ରମ ଅଧିକାରୀ ପ୍ରତ୍ୟେକ ମଙ୍ଗଳବାର କଣ୍ଟାମାଳ ଗସ୍ତ କରି ମୋଟା ଅଙ୍କର ଟଙ୍କା ଆଦାୟ କରି ଫେରୁଥିବା ଅଭିଯୋଗ ହୋଇଛି ।

ସେପଟେ ଜିଲ୍ଲାରେ ବର୍ତ୍ତମାନ ଇ-ଶ୍ରମ କାର୍ଡ ନାଁରେ ବିଭିନ୍ନ ସଂସ୍ଥା ଶ୍ରମିକଙ୍କ ଠାରୁ ଅର୍ଥ ଲୁଟ କରୁଥିବା ନେଇ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । କିନ୍ତୁ ଏସବୁ ଜାଣି ମଧ୍ୟ ଶ୍ରମ ବିଭାଗ ସବୁଜାଣି ମଧ୍ୟ ଚୁପ ବସିଥିବା କୁହାଯାଉଛି । ଏଥିରେ ଉତକ୍ଷିପ୍ତ ହୋଇ ଶ୍ରମ ଅଧିକାରୀଙ୍କୁ ଶ୍ରମିକଙ୍କ ଦଲାଲ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.