ଛାଡିଲା ବର୍ଷା: ପରିବା ଓ ଧାନ ଚାଷୀଙ୍କ ବଢିଲା ଦୁଃଖ

author img

By

Published : Sep 15, 2021, 6:33 PM IST

ଛାଡିଲା ବର୍ଷା: ପରିବା ଓ ଧାନ ଚାଷୀଙ୍କ ବଢିଲା ଦୁଃଖ

ବୌଦ୍ଧ ଜିଲ୍ଲାରେ ବର୍ଷା ଛାଡିବା ପରେ ନଦୀକୂଳିଆ ଲୋକଙ୍କ ଦୁଃଖ ବଢିଯାଇଛି । ଅନେକ ରାସ୍ତା, କଲଭର୍ଟ ଧୋଇନେବା ସହ କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଏହି ବର୍ଷା ଯୋଗୁଁ ଉଭୟ ଧାନ ଚାଷ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧ: ଛାଡିଗଲା ବର୍ଷା, ହେଲେ ଦେଇଗଲା ଦୁଃଖ । ଗତ ତିନି ଦିନ ଧରି ବାଦଲଫଟା ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଛାଡିଲା ବର୍ଷା: ପରିବା ଓ ଧାନ ଚାଷୀଙ୍କ ବଢିଲା ଦୁଃଖ

ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଅନେକ ସ୍ଥାନରେ ଘାଇ ସୃଷ୍ଟି ହେବା ସହ ଅନେକ ସ୍ଥାନରେ ରାସ୍ତା ଓ କଲଭର୍ଟ ଧୋଇନେଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ପାଣି ଛଡାଯାଉଥିବାରୁ ମହାନଦୀ କୂଳରେ ଥିବା ଶ୍ରୀଜଗନ୍ନାଥ ସଡକ ଉପରେ ପାଞ୍ଚ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି ।

ଗୋଟିଏ ପଟରେ ସପ୍ତାହେ ପୂର୍ବରୁ ଜିଲ୍ଲାରେ ଜଳସେଚନ ଅଭାବରୁ ଉତ୍କଟ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବର୍ତ୍ତମାନର ଲଗାଣ ବର୍ଷାରେ ଉଭୟ ଧାନଚାଷ ଓ ପନିପରିବା ଚାଷ ଉଜୁଡି ଯାଇଛି ।

ଛାଡିଲା ବର୍ଷା: ପରିବା ଓ ଧାନ ଚାଷୀଙ୍କ ବଢିଲା ଦୁଃଖ
ଛାଡିଲା ବର୍ଷା: ପରିବା ଓ ଧାନ ଚାଷୀଙ୍କ ବଢିଲା ଦୁଃଖ

ସେପଟେ ଜିଲ୍ଲା ସଦର ମହକୁମାରେ ଥିବା କୁଷ୍ଠାଶ୍ରମରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗତ ଚାରି ଦିନ ହେଲା ସେଠାରେ ଥିବା ୯ ଅନ୍ତେବାସୀ ବର୍ଷା ପାଣି ଦ୍ବାରା ବିଚ୍ଛିନ୍ନ ହୋଇ ରହିଥିଲେ ।

ଛାଡିଲା ବର୍ଷା: ପରିବା ଓ ଧାନ ଚାଷୀଙ୍କ ବଢିଲା ଦୁଃଖ
ଛାଡିଲା ବର୍ଷା: ପରିବା ଓ ଧାନ ଚାଷୀଙ୍କ ବଢିଲା ଦୁଃଖ

ଏମାନଙ୍କ ସମ୍ପର୍କରେ କେହି ମଧ୍ୟ ସୂଚନା ପାଇପାରି ନଥିଲେ । ଶେଷରେ ଜଣେ ସ୍ବେଚ୍ଛାସେବୀ ଅଧ୍ୟାପକ ଏମାନଙ୍କ ସମ୍ପର୍କରେ ପ୍ରଶାସନକୁ ସୂଚନା ଦେବା ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଜଳ ନିଷ୍କାସନ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଛାଡିଲା ବର୍ଷା: ପରିବା ଓ ଧାନ ଚାଷୀଙ୍କ ବଢିଲା ଦୁଃଖ
ଛାଡିଲା ବର୍ଷା: ପରିବା ଓ ଧାନ ଚାଷୀଙ୍କ ବଢିଲା ଦୁଃଖ
ଛାଡିଲା ବର୍ଷା: ପରିବା ଓ ଧାନ ଚାଷୀଙ୍କ ବଢିଲା ଦୁଃଖ
ଛାଡିଲା ବର୍ଷା: ପରିବା ଓ ଧାନ ଚାଷୀଙ୍କ ବଢିଲା ଦୁଃଖ



ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.