ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ପାଇଁ ଅଧ୍ୟାପକଙ୍କ ପ୍ରୟାସ; ବସ୍ତି ବୁଲି ଲୋକଙ୍କୁ କରୁଛନ୍ତି ସଚେତନ

author img

By

Published : Oct 8, 2021, 12:53 PM IST

ପ୍ଲାଷ୍ଟିକ ମୁକ୍ତ ପାଇଁ ଅଧ୍ୟାପକଙ୍କ ପ୍ରୟାସ; ବସ୍ତି ବୁଲି ଲୋକଙ୍କୁ କରୁଛନ୍ତି ସଚେତନ

ବୌଦ୍ଧ ପୌରାଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ ପାଇଁ ଅଣ୍ଟା ଭିଡିଛନ୍ତି ଜଣେ ଅଧ୍ୟାପକ । ଆଜି ଠାରୁ ତିନି ଦିନ ପାଇଁ ଅଧ୍ୟାପକଙ୍କ ସହିତ ତାଙ୍କ ଛାତ୍ରଛାତ୍ରୀ, ପୌର କର୍ମଚାରୀ, ଏନଓ୍ବାଇକେ ମିଳିତ ଭାବରେ ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ବୌଦ୍ଧ: ଜିଲ୍ଲାର ଏକମାତ୍ର ପୌରାଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଜଣେ ଅଧ୍ୟାପକ । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ପ୍ରବୀର କୁମାର ଦାସ ଶିକ୍ଷା ଦାନ ସହିତ ବୌଦ୍ଧ ସହରକୁ ପ୍ଲାଷ୍ଟିକ ମୁକ୍ତ ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଆହ୍ବାନ କ୍ରମେ ଆଗେଇ ଆସିଛନ୍ତି । ଆଜି ଠାରୁ ତିନି ଦିନ ପାଇଁ ଅଧ୍ୟାପକଙ୍କ ସହିତ ତାଙ୍କ ଛାତ୍ରଛାତ୍ରୀ, ପୌର କର୍ମଚାରୀ, ଏନଓ୍ବାଇକେ ମିଳିତ ଭାବରେ ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ ଆରମ୍ଭ କରିଛନ୍ତି ।

ପ୍ଲାଷ୍ଟିକ ମୁକ୍ତ ପାଇଁ ଅଧ୍ୟାପକଙ୍କ ପ୍ରୟାସ; ବସ୍ତି ବୁଲି ଲୋକଙ୍କୁ କରୁଛନ୍ତି ସଚେତନ

ଏଥିସହିତ ସହରର ବିଭିନ୍ନ ବସ୍ତିରେ ବୁଲି ଅଧ୍ୟାପକ ପ୍ଲାଷ୍ଟିକର ଅପକାରିତା ସମ୍ପର୍କରେ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି । ଅଧ୍ୟାପକଙ୍କ ଏଭଳି ନିଆରା ପ୍ରୟାସ ସମସ୍ତଙ୍କୁ ଆକର୍ଷିତ କରିଛି । ସେପଟେ ବ୍ୟବସାୟ ସହିତ ସମାଜର ବିଭିନ୍ନ ଅସୁବିଧା ସମୟରେ ସହାୟତାର ହାତ ବଢାଇଥିବା ମାରଓ୍ବାଡି ସମାଜକୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି । କରୋନା ମହାମାରୀ ଠାରୁ ଆରମ୍ଭ କରି ବିଭିନ୍ନ ଦୁର୍ବିପାକ ସମୟରେ ମାରଓ୍ବାଡି ସଂପ୍ରଦାୟର ଭୂମିକା ପ୍ରଶଂସନୀୟ ବୋଲି ଜିଲ୍ଲାପାଳ ବର୍ଣ୍ଣନା କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.