ଦୁଇ ଯୁବକଙ୍କୁ ଅପହରଣ କରି 5 ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ, ଉଦ୍ଧାରକଲା ପୋଲିସ

author img

By

Published : Sep 22, 2022, 6:30 PM IST

ଅପହରଣ କରି 5 ଲକ୍ଷ ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଉଦ୍ଧାରକଲା ପୋଲିସ

ଦୁଇ ଯୁବକଙ୍କୁ ଅପହରଣ କରି 5 ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ । ଉଦ୍ଧାରକଲା ପୋଲିସ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ ବିଜେପି କାର୍ଯ୍ୟାଳୟରୁ ଦୁଇ ଯୁବକଙ୍କୁ ଅପହରଣ କରିଥିଲେ । ଉଦ୍ଧାର କଲା ଚାନ୍ଦବାଲି ପୋଲିସ । ଅଧିକ ପଢନ୍ତୁ

ଭଦ୍ରକ: ଅପହରଣ ପରେ ମୁଣ୍ଡ ଜାମିନ ରଖିଥିବା ଯୁବକଙ୍କୁ ଉଦ୍ଧାର କଲା ଚାନ୍ଦବାଲି ପୋଲିସ । ଜିଲ୍ଲା ଚାନ୍ଦବାଲି ଥାନା ମତୋ ବିଜେପି କାର୍ଯ୍ୟାଳୟରୁ ଦୁଇ ଯୁବକଙ୍କୁ ଅପହରଣ କରି 5 ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ । ଆହତ ଅବସ୍ଥାରେ ନଳଗୋହିରା କୁଆଁରିକାନ୍ତି ଗାଁର ଏକ ଚିଙ୍ଗୁଡି ଘେରିରୁ ଉଦ୍ଧାର କଲା ଚାନ୍ଦବାଲି ପୋଲିସ । ଉଦ୍ଧାର ହୋଇଥିବା ଦୁଇ ଯୁବକ ହେଲେ ପୀରହାଟ ଥାନା ଅନ୍ତର୍ଗତ କମାରିଆ ଗାଁର ଶଶଧର ମଲ୍ଲିକ ଓ ଅସୁରାଳି ହାତିଆପଡା ଗାଁର ପ୍ରମୋଦ ପଣ୍ଡା ।

ଅପହରଣ କରି 5 ଲକ୍ଷ ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ

ସୂଚନାଅନୁସାରେ, ଦୁଇ ଯୁବକଙ୍କୁ ଅପହରଣ କରି 5 ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ । ବୁଧବାର ଅପହରଣକାରୀଙ୍କ ଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଚାନ୍ଦବାଲି ପୋଲିସ । ଅପହରଣ ହୋଇଥିବା ଯୁବକମାନେ ଚିଙ୍ଗୁଡି ଚାଷରେ ବ୍ୟବହୃତ ଔଷଧ ବିକ୍ରି କରିବା ସହିତ ଟେକନିସିଆନ ଭାବେ ଚାନ୍ଦବାଲି ଅଞ୍ଚଳରେ କାମ କରୁଥିଲେ । ଉଭୟଙ୍କୁ କାବୁ କରିବା ପରେ ଭୟଭିତ କରାଇ ଏକ ନିଛାଟିଆ ଚିଙ୍ଗୁଡି ଘେରିରେ ରଖି 5 ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ଦେବା ସହିତ ନିର୍ମମ ଭାବେ ମାଡ ମରା ଯାଇଥିବା ଅଭିଯୋଗ ହୋଇଛି ।

ଶଶଧରଙ୍କ ସ୍ତ୍ରୀ ସୁସ୍ମିତା ସାହୁ ଚାନ୍ଦବାଲି ଥାନାରେ ଏତଲା ଦେବାପରେ ମୋବାଇଲ ଟ୍ରାକିଂ ଜରିଆରେ ଶଶଧର ଓ ପ୍ରମୋଦଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ଯାଉଥିବାର ଖବର ପାଇ ଦୁଇ ଅପହରଣକାରୀ ଚିଙ୍ଗୁଡି ଘେରିରୁ କୁଆଡେ ଫେରାର ହୋଇ ଯାଇଛନ୍ତି । ଦୁଇ ଅପହୃତଙ୍କୁ ଉଦ୍ଧାର କରିବା ପରେ ଚାନ୍ଦବାଲି ପୋଲିସ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଇ ବୟାନ ରେକର୍ଡ଼ କରିଥିଲା । ଏହାପରେ ଉଭୟଙ୍କୁ କଡା ସୁରକ୍ଷା ମଧ୍ଯରେ ଘରକୁ ଆଣି ଛାଡିଥିଲା ପୋଲିସ । ଏହି ଘଟଣାକୁ ନେଇ ପୋଲିସ ବିଜେପି କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିବା କରି ଅଧିକ ତଦନ୍ତ ଚଳାଇଛି । ତେବେ ଅପହରଣକାରୀଙ୍କୁ ଧରିବା ଲାଗି ଏକ ସ୍ୱତନ୍ତ୍ର ଟିମ ଗଠନ କରା ଯାଇଥିବା କହିଛନ୍ତି ଚାନ୍ଦବାଲି ଏସଡିପିଓ ।

ଏହା ମଧ୍ୟ ପଢନ୍ତୁ:ଆଜିଠୁ ଯୁକ୍ତ ଦୁଇ ପାଠପଢା

ଅପହୃତ ହୋଇଥିବା ଶଶଧର ମଲ୍ଲିକଙ୍କ କହିବା ଅନୁସାରେ, " ମୋତେ ଏକ ଅଜଣା ନମ୍ବରରୁ କଲ ଆସିଥିଲା । ଏହାପରେ ସେ ଦେଖା କରିବା ପାଇଁ କହିଥିଲା । ପରେ ମୁଁ ଆଉ ମୋ ସାଙ୍ଗ ଯାଇଥିଲୁ ଦେଖାକରିବା ପାଇଁ । ଏହାପରେ ସେ ମୋତେ ଏକ ଘରକୁ ଡାକି କବାଟ ବନ୍ଦ କରିଦେଲେ । ମୁଁ ଚିଲେଇବା ପାଇଁ ଚେଷ୍ଟା କରୁଥିବା ବେଳେ ମୋ ତଣ୍ଟିରେ ସେମାନେ ଛୁରି ଲଗାଇ ଦେଇଥିଲେ । ରାତିରେ ଆମକୁ ପ୍ରାୟ 2 କିଲୋମିଟର ଚଲାଇ ଚଲାଇ ନେଇ ସେଠାରେ ମାଡ ମାରିଥିଲେ । ମୋ ଫୋନ ନଲାଗିବାରୁ ମୋ ସ୍ତ୍ରୀ ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ଆମକୁ ଉଦ୍ଧାର କରିଥିଲା ।"

ଏନେଇ ଚାନ୍ଦବାଲି ଏସଡିପିଓ କହିଛନ୍ତି ଯେ, ଏତଲା ଆଧାରରେ ଆମେ ତଦନ୍ତ ଆରମ୍ଭ କରିଥିଲୁ । ଏହାପରେ ମୋବାଇଲ ଟ୍ରାକ କରି ତାଙ୍କୁ ଏକ ଅପହଞ୍ଚ ଜାଗାରୁ ଉଦ୍ଧାର କରିଥିଲୁ । ପୋଖରୀ ହୁଡା ପାଖରେ ଥିବା ଏକ ଘରେ ସେମାନେ ଉଭୟଙ୍କୁ ରଖିଥିଲେ । ତେବେ ଚଢାଉର ଖବର ପାଇ ଅପହରଣକାରୀ କେଉଁଆଡେ ଫେରାର ହୋଇଯାଇଥିଲେ । ଏନେଇ ଆମେ ତଦନ୍ତ ଜାରି ରଖିଛୁ ।"

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.