ଫୁଲୁଛି ବୈତରଣୀ, ତଳିଆ ଅଞ୍ଚଳରେ ପସିଲା ପାଣି

author img

By

Published : Sep 16, 2021, 10:25 PM IST

ପୁଣି ବୈତରଣୀ ନଦୀ ବଢ଼ିବାରୁ ତଳିଆ ଅଞ୍ଚଳରେ ପସୁଛି ପାଣି

ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ, ଅପରାହ୍‌ଣ ସୁଦ୍ଧା 18.48 ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଅଧିକ ପଢନ୍ତୁ...

ଭଦ୍ରକ: ପୁଣି ବଢ଼ିବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର । ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ, ଅପରାହ୍ଣ ସୁଦ୍ଧା 18.48 ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଗତକାଲି(ବୁଧବାର) ଜଳସ୍ତର କମୁଥିବା ବେଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଅନ୍ୟପଟେ ବୈତରଣୀର ବନ୍ୟାରେ ଧାମନଗର ଭଣ୍ଡାରିପୋଖରୀ ବ୍ଲକର ତଳି ଅଞ୍ଚଳରେ ପାଣି ପଶିବା ସହ ହେକ୍ଟର ହେକ୍ଟର ଚାଷ ଜମି ବନ୍ୟା ଜଳରେ ବୁଡି ରହିଛି ।

ପୁଣି ବୈତରଣୀ ନଦୀ ବଢ଼ିବାରୁ ତଳିଆ ଅଞ୍ଚଳରେ ପସୁଛି ପାଣି

ଅନ୍ୟପଟେ କଣ୍ଟିଘାଇ, ଗୌରାଙ୍ଗପୁର ଓ ମଲ୍ଲୀ ମାହାରା ଏସକେପ ଦେଇ ବନ୍ୟାଜଳ ଚାଷ ଜମି ଓ ଜନବସତିକୁ ପ୍ରବେଶ କରିଛି । ଭଣ୍ଡାରିପୋଖରୀ ବ୍ଲକର 4ଟି ପଞ୍ଚାୟତ ଓ ଧାମନଗର ବ୍ଲକର 3ଟି ପଞ୍ଚାୟତରେ ବନ୍ୟା ଜଳ ମାଡିଥିବା ବେଳେ ତଳିଆ ଅଞ୍ଚଳ ଖଡିପଦା, ଦକ୍ଷିଣକୁରୁଆ, ମଲ୍ଲିକ ସାହି, ନଡ଼ିଆବାଗ, ଡାଙ୍ଗୁଆ ପାଟଣା, ସୋହଡାରେ ପାଣି ପଶିଛି । ଧାମନଗର ବ୍ଲକର ପଧାନୀ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ଧାମନଗର ଫଳପୁର ରାସ୍ତାର ଜାହାଙ୍ଗିର ଠାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଭଦ୍ରକ ଆରଡ଼ି ରାସ୍ତାର ଅସୁରାଳି ଠାରେ ରାସ୍ତା ଉପରେ 2 ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି । ସେହିପରି ଭଣ୍ଡାରିପୋଖରୀ ବ୍ଲକର 4 ଗୋଟି ପଞ୍ଚାୟତର ବିଭିନ୍ନ ଚାଷ ଜମିରେ ବନ୍ୟାଜଳ ମାଡିଯାଇଥିବା ଜଣାପଡିଛି । ପ୍ରଶାସନ ତରଫରୁ ନିଯୁକ୍ତ ନୋଡାଲ ଅଫିସରଙ୍କ ଟିମ ବିଭିନ୍ନ ଅଞ୍ଚଳ ଉପରର ନଜର ରଖିଛନ୍ତି । ଭଦ୍ରକ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି।

ଭଦ୍ରକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.