NH-16ରେ ପଲସରକୁ ଧକ୍କା ଦେଲା ଅଜଣା ଗାଡି, 2 ମୃତ

author img

By

Published : Sep 12, 2021, 8:27 AM IST

ସଡକ ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର

ଭଦ୍ରକ 16 ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଥାନା କଅଁରା ପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ । ଅଧିକ ପଢନ୍ତୁ...

ଭଦ୍ରକ: ଅଜଣା ଗାଡି ଧକ୍କାରେ ୨ ଯୁବକ ମୃତ, ଜଣେ ଆହତ । ଭଦ୍ରକ 16 ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଥାନା କଅଁରା ପୋଖରୀ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ଼ ପଞ୍ଚାୟତର ଦିଗମ୍ବର ବିଶ୍ୱାଳ ଓ ଚନ୍ଦ୍ରଭାନୁପୁର ଗାଁର ଦୀପକ ପାତ୍ର । ଆହତ ଜଣଙ୍କ ହେଉଛନ୍ତି ଦେବେନ୍ଦ୍ର ସାହୁ। ଏହି ତିନି ଜଣ ଯୁବକ ଗୋଟିଏ ପଲସର ଗାଡ଼ିରେ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଗାଡିଟି ଫେରାର ହୋଇଯାଇଥିଲା ।

ସଡକ ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର

ଖବର ପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ସେମାନଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦେବେନ୍ଦ୍ର ସାହୁଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇ ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.