ଦୁର୍ଘଟଣାକୁ ନେଇ କଲେଜରେ ଉତ୍ତେଜନା

author img

By

Published : Sep 22, 2021, 8:10 PM IST

ଦୁର୍ଘଟଣାକୁ ନେଇ କଲେଜରେ ଉତ୍ତେଜନା

ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ରୀ ଦୁର୍ଘଟଣାକୁ ନେଇ ଭଦ୍ରକ କଲେଜରେ ଉତ୍ତେଜନା। ଏହି ଦୁର୍ଘଟଣାରେ କଲେଜ ଛାତ୍ରୀ ଜଣକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଭଦ୍ରକ: ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ରୀ ଦୁର୍ଘଟଣାକୁ ନେଇ ଭଦ୍ରକ କଲେଜରେ ଉତ୍ତେଜନା । ଏହି ଦୁର୍ଘଟଣାରେ କଲେଜ ଛାତ୍ରୀ ଜଣକ ଆହତ ହୋଇଛନ୍ତି ।

ଦୁର୍ଘଟଣାକୁ ନେଇ କଲେଜରେ ଉତ୍ତେଜନା

ଖବର ଅନୁଯାୟୀ ଭଦ୍ରକ କଲେଜକୁ ଏକ ସ୍କୁଟି ଯୋଗେ ଛାତ୍ରୀ ଜଣକ ଆସୁଥିବା ସମୟରେ ଏକ ଟ୍ରକ ଭଦ୍ରକ କଲେଜ ଗେଟ ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲା ।

ଫଳରେ ଛାତ୍ରୀ ଜଣକ ଗୁରୁତର ଭାବେ ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣାରେ ଉତ୍ତ୍ଯକ୍ତ ଛାତ୍ରମାନେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଭାଙ୍ଗିବା ସହ କଲେଜ ମୁଖ୍ୟ ଫାଟକକୁ ତାଲା ପକାଇ ନାରାବାଜି ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ପରିସ୍ଥିତି ଉପରେ ନଜର ରଖିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.