ନାତିକୁ କାମୁଡିଲା ସାପ, ବୋତଲରେ ସାପକୁ ଭର୍ତ୍ତି କରି ହସ୍ପିଟାଲ ନେଲେ ଅଜା

author img

By

Published : Sep 18, 2021, 12:24 PM IST

ସାପ କାମୁଡି ଦେଲା ବୋଲି ରୋଗୀ ସହ ସାପକୁ ମେଡିକାଲ ନେଇ ଆସିଲେ ଅଜା

ଜଣେ ୫ ବର୍ଷର ଶିଶୁକୁ ତମ୍ପ ସାପ କାମୁଡ଼ି ଦେବାରୁ ଶିଶୁ ସହ ସାପକୁ ଏକ ବୋତଲରେ ଭର୍ତ୍ତି କରି ହସ୍ପିଟାଲ ନେଇଗଲେ ଅଜା । ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବରାଳ ପୋଖରୀ ଗାଁରେ । ଅଧିକ ପଢନ୍ତୁ...

ଭଦ୍ରକ: ହସ୍ପିଟାଲରେ ରୋଗୀ ସହ ସାପ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତେବେ ମାମୁଁ ଘରକୁ ଯାଇଥିବାବେଳେ ଜଣେ ୫ ବର୍ଷର ଶିଶୁକୁ ତମ୍ପ ସାପ କାମୁଡ଼ି ଦେବାରୁ ଶିଶୁଟିର ଅଜା ସାପକୁ ଏକ ବୋତଲରେ ଭର୍ତ୍ତି କରି ହସ୍ପିଟାଲ ନେଇଯାଇଥିଲେ । ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବରାଳ ପୋଖରୀ ଗାଁରେ ।

ସାପ କାମୁଡି ଦେଲା ବୋଲି ରୋଗୀ ସହ ସାପକୁ ମେଡିକାଲ ନେଇ ଆସିଲେ ଅଜା

ସେହି ଗାଁର ଭରତ ଧଡାଙ୍କ 5 ବର୍ଷିୟ ପୁଅ ବିଶ୍ବଜିତ ଧଡା କାନପୁରସ୍ଥିତ ମାମୁଁ ଘରକୁ ଯାଇଥିଲେ । ଖେଳିବାବେଳେ ଘର ଭିତରେ ତମ୍ପ ସାପ କାମୁଡ଼ି ଦେଇଥିଲା । ଅଜା ଏହା ଦେଖିବା ପରେ ସାପକୁ ବୋତଲରେ ଭର୍ତ୍ତି କରି ନାତି ସହ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଚିକିତ୍ସାରେ ସୁବିଧା ପାଇଁ ଡାକ୍ତରଙ୍କୁ ସାପଟିକୁ ଦେଖାଇଥିଲେ । ଯାହାକୁ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.