ଭୁଲ ଇଞ୍ଜେକସନ ନେଲା ନାବାଳକ ଜୀବନ ! କ୍ଲିନିକରେ ଉତ୍ତେଜନା

author img

By

Published : Sep 19, 2022, 8:33 AM IST

ଭୁଲ ଇଞ୍ଜେକ୍ସନରୁ ଶିଶୁର ମୃତ୍ୟୁ

ଭୁଲ ଇଞ୍ଜେକସନରୁ ଭଦ୍ରକରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ । ଏହି ଘଟଣା ପରେ କ୍ଲିନିକ ପରିସରରେ ଉତ୍ତେଜନା । ଅଧିକ ପଢନ୍ତୁ

ଭଦ୍ରକ: ଭୁଲ ଇଞ୍ଜେକସନ ଦେବାରୁ ନାବାଳକର ଜୀବନ ଚାଲିଯାଇଥିବା ଅଭିଯୋଗ( Minor boy Dies after Being Given Wrong Injection) । ଯାହାକୁ ନେଇ କ୍ଲିନିକ ପରିସରରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଆରଡ଼ି ଚେକ ଗେଟ ନିକଟରେ ଥିବା ଏକ ଘରୋଇ କ୍ଲିନିକରେ । ଏହାପରେ ଡାକ୍ତର ଓ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ସୂଚନା ।

ଏହା ମଧ୍ୟ ପଢନ୍ତୁ: ଭୁଲ ଇଞ୍ଜେକସନ ନେଲା ରୋଗୀ ଜୀବନ, ମେଡିକାଲ ପରିସରରେ ଉତ୍ତେଜନା

ଭୁଲ ଇଞ୍ଜେକସନ ନେଲା ନାବାଳକର ଜୀବନ

ଅଭିଯୋଗ ଅନୁଯାୟୀ, କରଞ୍ଜଆଡ଼ିଆ ଗାଁର ଜଣେ ନାବାଳକର ସ୍ବାସ୍ଥ୍ୟ ଖରାପ ଥିବାରୁ ଗ୍ରାମାଞ୍ଚଳ ଥାନା ଅଧିନ ଆରଡ଼ି ଚେକ ଗେଟ ନିକଟରେ ଥିବା ଏକ ଘରୋଇ କ୍ଲିନିକକୁ ଆଣିଥିଲେ । ସେଠାରେ ଚିକିତ୍ସା ପରେ ନାବାଳକଟି ସାମାନ୍ୟ ସୁସ୍ଥ ହୋଇଥିଲେ । କିନ୍ତୁ ପରେ ଅନ୍ୟ ଏକ ଗୋଟିଏ ଇଞ୍ଜେକସନ ଦେବା ପରେ ନାବାଳକଟି ହଠାତ୍‌ ଅସୁସ୍ଥ ହୋଇଥିଲା । ଏହାର କିଛି ସମୟ ମଧ୍ୟରେ ନାବାଳକର ମୃତ୍ୟୁ ହୋଇଥିଲା । ତେବେ ଭୁଲ ଇଞ୍ଜେକସନ ପାଇଁ ନାବାଳକ ମୃତ୍ୟୁ ଅଭିଯୋଗରେ କ୍ଲିନିକ ପରିସରରେ ଉତ୍ତେଜନା ଦେଖାଦେଇଛି ।

ପରେ ଡାକ୍ତର, କର୍ମଚାରୀ ଓ ଡାକ୍ତରଙ୍କ ପରିବାର ଲୋକଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ରହିଛି । ଏହି ଘଟଣାରେ ଡାକ୍ତର ଆହତ ହୋଇଥିବା ବେଳେ ଘରର ଆସବାବପତ୍ର ଓ କବାଟ ଭଙ୍ଗାରୁଜା ହୋଇଛି । ଆହତମାନେ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି । ତେବେ ଏନେଇ ଡାକ୍ତରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିବାବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

ଗତ ଅଗଷ୍ଟ ୨୭ ତାରଖରେ ବଲାଙ୍ଗୀରରେ ଭୁଲ ଇଞ୍ଜେକ୍ସନ ପାଇଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ରୋଗୀଙ୍କ ସମ୍ପର୍କୀୟ ଓ ମେଡିକାଲ କର୍ତ୍ତୃପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଅଞ୍ଚଳବାସୀ ମଧ୍ୟ ମେଡିକାଲ ପରିସରରେ ପହଞ୍ଚି ପାଟିତୁଣ୍ତ କରିଥିଲେ । ଫଳରେ ମେଡିକାଲ ପରିସର କିଛି ସମୟ ପାଇଁ ଅଶାନ୍ତ ହୋଇପଡିଥିଲା । ପରିସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା । ଆଉ ରୋଗୀଙ୍କ ସମ୍ପର୍କୀୟଙ୍କୁ ପୋଲିସ ବୁଝାସୁଝା କରିବା ପରେ ଶାନ୍ତ ପଡିଥିଲା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.