ହାୱଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ

author img

By

Published : Sep 17, 2022, 7:29 PM IST

Updated : Sep 17, 2022, 9:28 PM IST

ହାୱଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ

ହାୱଡାରୁ ଭୁବନେଶ୍ବର ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ । ଭଦ୍ରକ ଜିଲ୍ଲା ନିକଟରେ ଲାଇନଚ୍ୟୁତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଭଦ୍ରକ: ଲାଇନଚ୍ୟୁତ ହେଲା ଜନଶତାବ୍ଦୀ ଏକ୍ସପ୍ରେସ (Howrah-Bhubaneswar Jan Shatabdi Express derails near Bhadrak) । ପଶ୍ଚିମବଙ୍ଗ ହାୱଡାରୁ ଭୁବନେଶ୍ବର ଆସୁଥିବା ବେଳେ ଟ୍ରାକରୁ ଖସିଛି ଟ୍ରେନ ଚକ । ଏକ୍ସପ୍ରେସର ଗୋଟିଏ ବଗିର ଗୋଟିଏ ଚକ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ହାୱଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ

ସୂଚନା ଅନୁଯାୟୀ ୧୨୦୭୩ ନମ୍ବର ଟ୍ରେନଟି ହାୱଡାରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ବେଳେ ଭଦ୍ରକ ରେଳ ଷ୍ଟେସନର ଡଗରା ସାହି ନିକଟରେ ଥିବା ୧୧୮ ଗେଟ ପାଖରେ ଏକ ଷଣ୍ଢକୁ ଧକ୍କା ଦେଇଥିଲା ବୋଲି ଜଣାପଡିଛି । ଫଳରେ ଟ୍ରେନଟି ଭାରସାମ୍ୟ ହରାଇ ଇଞ୍ଜିନ ପରବର୍ତ୍ତୀ DL ୧ ନମ୍ବର ବଗିଟି ଲାଇନଚ୍ୟୁତ ହୋଇଯାଇଥିଲା । ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ଘଟିବା ପରେ ଟ୍ରେନ ନିକଟରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ଜୟପୁରରେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ, ତଳକୁ ଖସିଲା ୪ ବଗି

ତେବେ ଖୁବଶୀଘ୍ର ଏହି ଲାଇନଚ୍ୟୁତ ବଗିକୁ ହଟାଯାଇ ରେଳ ଚଳାଚଳ ସ୍ଵାଭାବିକ ହେବ ବୋଲି ରେଳବାଇ ସୂତ୍ରରୁ ସୂଚନା ମିଳିଛି । ଏହି ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ପରବର୍ତ୍ତୀ ଟ୍ରେନରେ ସେମାନଙ୍କ ଗନ୍ତବ୍ୟ ସ୍ଥାନକୁ ନିଆଯିବ ବୋଲି ଜଣାପଡିଛି । ସୂଚନା ଥାଉ କି ଏହା ପୂର୍ବରୁ ଚଳିତ ମାସ ୧୨ ତାରିଖରେ କୋରାପୁଟ ଜିଲ୍ଲା ଜୟପୁର ଛତ୍ରିପୁଟ ଠାରେ ବିଶାଖାପାଟଣା-ଜଗଦଳପୁର ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଥିଲା ।

ରେଳ ଧାରଣା ତଳକୁ ଖସିଥିଲା ଟ୍ରେନର ୪ଟି ବଗି । ଟ୍ରେନଟି କୋରାପୁଟରୁ ଛତିଶଗଡ଼ର କିରନ୍ଦୁଲକୁ ଯାତ୍ରା କରୁଥିଲା । ୪ଟି ବଗି ମଧ୍ୟରୁ ଗୋଟିଏ ସ୍ଲିପର କ୍ଲାସ ସଂରକ୍ଷିତ ବଗି ସମେତ ଆଉ ୩ଟି ଅଣ ସଂରକ୍ଷିତ ବଗି ରେଳ ଧାରଣାର ବାହାରକୁ ଚାଲିଆସିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏହି ଦୁର୍ଘଟଣାରେ ମଧ୍ୟ କୌଣସି କ୍ଷୟକ୍ଷତି ଘଟି ନଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ । ଏହି ଘଟଣାରେ ଜଣେ ସେକ୍ସନ ଇଞ୍ଜିନିୟର ଓ ଆଉ ଜଣେ ଗ୍ୟାଙ୍ଗମ୍ୟାନକୁ ନିଲମ୍ବିତ କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

Last Updated :Sep 17, 2022, 9:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.