ରାସ୍ତା କାମକୁ ନେଇ ଗୋଷ୍ଠୀ ସଂଘର୍ଷ, 10 ଆହତ

author img

By

Published : Sep 18, 2022, 8:19 PM IST

Updated : Sep 18, 2022, 10:53 PM IST

ରାସ୍ତା କାମକୁ ନେଇ ଗୋଷ୍ଠୀ ସଂଘର୍ଷ, 10 ଆହତ

ରାସ୍ତା କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ପୂର୍ବ ବିବାଦକୁ କେନ୍ଦ୍ରକରି ଆରମ୍ଭ ହେଲା ଗୋଷ୍ଠୀ ସଂଘର୍ଷ । ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ରାମପଲ୍ଲୀରେ ପୂର୍ବ ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଏହି ଗୋଷ୍ଠୀ ସଂଘର୍ଷରେ ୧୦ଜଣ ଆହତ ହୋଇଛନ୍ତି । ତେବେ ଏହି ଆହତଙ୍କ ମଧ୍ୟରୁ ୫ଜଣ ଗୁରୁତର ଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ ପୂର୍ବରୁ ଏହି ଗାଁର ଏକ ରାସ୍ତାର କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ସେହି ବିବାଦ ସମାଧାନ ହୋଇ ନଥିବା ବେଳେ କିଛିଦିନ ପରେ ଆଉ ଏକ କାମ ଆସିଥିବାରୁ ଏହାକୁ ନେଇ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲେ । ଯାହାକୁ ନେଇ କଥା କଟାକଟି ପରେ ଦୁଇଗୋଷ୍ଠୀ ମଧ୍ୟରେ ବାଡି, ଠେଙ୍ଗା ଓ ଶାବଳରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା ।

ରାସ୍ତା କାମକୁ ନେଇ ଗୋଷ୍ଠୀ ସଂଘର୍ଷ, 10 ଆହତ

ଫଳରେ 10 ଜଣ ଆହତ ହୋଇଥିବା ଜଣାଯାଇଛି । ସେମାନଙ୍କ ମଧ୍ଯରେ 4 ଜଣ ମହିଳା ଥିବା ଜଣାପଡିଛି । କାହାର ମୁଣ୍ଡ ଫାଟିଛି ତ କାହାର ହାତ ଭାଙ୍ଗିଛି । ଏପରିକି ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବାର ପରିଲକ୍ଷିତ ହୋଇଛି । ତୁରନ୍ତ ସେମାନଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା ।

ପ୍ରାଥମିକ ଚିକିତ୍ସା ପରେ 5 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଫଳରେ ଘଟଣାସ୍ଥଳରେ ଚାନ୍ଦବାଲି ଆଇଆଇସିଙ୍କ ସମେତ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ, ଗାଁରେ ପୋଲିସ ମୁତୟନ ହୋଇଥିବା ଜଣାପଡିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଟିଭି ଭାରତ, ଭଦ୍ରକ

Last Updated :Sep 18, 2022, 10:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.