ସାରର ଅଭାବୀ ବିକ୍ରିକୁ ନେଇ ତେଜୁଛି ଚାଷୀ ଅସନ୍ତୋଷ

author img

By

Published : Sep 26, 2021, 12:47 PM IST

ସାରର ଅଭାବୀ ବିକ୍ରିକୁ ନେଇ ତେଜୁଛି ଚାଷୀ ଅସନ୍ତୋଷ

ସାରର ଅଭାବୀ ବିକ୍ରିକୁ ନେଇ ଦିନକୁ ଦିନ ଭଦ୍ରକ ଜିଲ୍ଲାରେ ତେଜୁଛି ଚାଷୀ ଅସନ୍ତୋଷ । ଫଳରେ ଆଜିର ଚାଷୀ ଅସନ୍ତୋଷ, ଆଗାମି ଦିନରେ ଉଗ୍ରରୂପ ନେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଅଧିକ ପଢନ୍ତୁ...

ଭଦ୍ରକ: ସାରର ଅଭାବୀ ବିକ୍ରିକୁ ନେଇ ଦିନକୁ ଦିନ ଭଦ୍ରକ ଜିଲ୍ଲାରେ ତେଜୁଛି ଚାଷୀ ଅସନ୍ତୋଷ । ସଂପ୍ରତି ଜମିରେ ସାର ପକାଇବା ବେଳକୁ ଅଭାବୀ ବିକ୍ରି ପରିଲକ୍ଷିତ ହେଉଛି । ତେବେ ପ୍ରଶାସନ ସାର ଯୋଗାଇବାରେ ବିଫଳ ହୋଇଛି ବୋଲି ଅଭିଯୋଗ ହେଉଛି। ଋଣୀ ଚାଷୀଙ୍କୁ ସାର ଯୋଗାଇ ନପାରିବାରୁ ବିଭିନ୍ନ ସ୍ଥାନରେ ବିବାଦ ଦେଖା ଦେଉଛି। ଏପଟେ ସାରର ଅଭାବୀ ବିକ୍ରିର ଫାଇଦା ଉଠାଇବାରେ ସିଦ୍ଧହସ୍ତ ରିଟେଲରମାନେ । ତେଣୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଦରରେ ସାର ବିକ୍ରି କରାଯାଉଥିବା ନେଇ ମଧ୍ୟ ଅଭିଯୋଗ କରୁଛନ୍ତି ଚାଷୀ।

ସାରର ଅଭାବୀ ବିକ୍ରିକୁ ନେଇ ତେଜୁଛି ଚାଷୀ ଅସନ୍ତୋଷ

ତେବେ ଚାଷ ଓ ଚାଷୀର ସୁବିଧା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ ଯୋଜନା ପ୍ରଣୟନ କରୁଥିବା ବେଳେ ଚଳିତ ବର୍ଷ ସାରର ଅଭାବୀ ବିକ୍ରି ଚାଷୀଙ୍କ ପ୍ରତି ଏକ ଉପହାସ ପରି ମନେ ହେଉଛି। ଫଳରେ ଆଜିର ଚାଷୀ ଅସନ୍ତୋଷ, ଆଗାମି ଦିନରେ ଉଗ୍ରରୂପ ନେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.