ଅଙ୍ଗନବାଡ଼ି କେନ୍ଦ୍ରରେ ଅଘଟଣ, ଗରମ ପେଜ ପଡି ଶିଶୁ ଗୁରୁତର

author img

By

Published : Sep 16, 2022, 1:08 PM IST

child fell in hot rice water at anganwadi centre in bhadrak

ଭଦ୍ରକ ଜିଲ୍ଲା ସିନ୍ଦୋଳ ପଞ୍ଚାୟତ ଅଧିନ ଆରୁହା ମିନି ଅଙ୍ଗନବାଡ଼ି କେନ୍ଦ୍ରରେ ଅଘଟଣ । ଗରମ ପେଜ ପଡି ତିନି ବର୍ଷର ଶିଶୁ ଗୁରୁତର । ଅଧିକ ପଢ଼ନ୍ତୁ

ଭଦ୍ରକ: ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପେଜ ପଡି ତିନି ବର୍ଷର ଶିଶୁ ଗୁରୁତର । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ଆରୁହା ମିନି ଅଙ୍ଗନୱାଡି କେନ୍ଦ୍ରରେ ଏଭଳି ଅଘଟଣ ଘଟିଛି । ପାଠପଢ଼ା ଚାଲୁଥିବା ସମୟରେ ଅସାବଧାନତା କାରଣରୁ ଶିଶୁ ଉପରେ ଗମର ପେଜ ପଡ଼ିଥିଲା । ଗୁରୁତର ଅବସ୍ଥାରେ ଶିଶୁଟିକୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଙ୍ଗନବାଡ଼ି କର୍ମୀଙ୍କ ଅବହେଳା ଯୋଗୁଁ ଏଭଳି ଘଟିଥିବା ପରିବାର ଲୋକେ ପୀରହାଟ ଥାନାରେ ଅଭିଯୋଗ କରିଛନ୍ତି ।

ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପେଜ ପଡି ତିନି ବର୍ଷର ଶିଶୁ ଗୁରୁତର

ଅଙ୍ଗନବାଡ଼ି କର୍ମୀଙ୍କ ଅସାବଧାନତା କାରଣରୁ ପେଜ ପଡିଯିବାରୁ ଶିଶୁ ପ୍ରସାଦ ନାୟକ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା । ଏନେଇ ଶିଶୁର ବାପା କହିଛନ୍ତି, "ପୁଅ ଅଙ୍ଗନବାଡ଼ି ଯାଇଥିବା ସମୟରେ ପେଜ ପଡିଯାଇଥିଲା । ଏହାପରେ ଅଙ୍ଗନବାଡ଼ି କର୍ମୀ ଆସି ଶିଶୁକୁ ଘରେ ଛାଡ଼ିଦେଇ ଗଲେ । ତୁରନ୍ତ ତାକୁ ଚିକିତ୍ସାଳୟରେ ଭର୍ତ୍ତି କରାଗଲା । ଅଙ୍ଗନବାଡ଼ି ଅଧିକାରୀଙ୍କୁ ପଚାରିବାରୁ ସେ ଏଥିରେ କିଛି କରିପାରିବେ ନାହିଁ ବୋଲି କହିଥିଲେ ।"

ଏହାପରେ ସେ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ । ଅଙ୍ଗନବାଡ଼ି କର୍ମୀଙ୍କ ଭରସାରେ ପିତାମାତା କେନ୍ଦ୍ରକୁ ଛାଡୁଛନ୍ତି । କିନ୍ତୁ ସେଠାରେ ପିଲାଙ୍କ ଦାୟିତ୍ବ କିଏ ନେବ ବୋଲି ଶିଶୁଟିର ବାପା ପ୍ରଶ୍ନ କରିଛନ୍ତି । ପ୍ରଥମେ ସେ ଏହାକୁ ନେଇ ଅସ୍ବୀକାର କରୁଥିବାବେଳେ ପୋଲିସର ହସ୍ତକ୍ଷେପ ପରେ ସ୍ଥାନୀୟ ଭଦ୍ରଲୋକଙ୍କ ଜରିଆରେ ଉଭୟ ପକ୍ଷଙ୍କ ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରାଯାଇଛି ଏବଂ କର୍ମୀ ସଞ୍ଜୁଲତା ନାୟକ ଏହି ଘଟଣାରେ ଦୋଷ ସ୍ୱୀକାର କରିଛନ୍ତି । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ପରିବର୍ତ୍ତେ ପିଲାଙ୍କୁ ନିଜ ଘରେ ପାଠ ପଢ଼ାଇ ରୋଷେଇ କରି ଖାଇବାକୁ ଦେଉଥିବା କହିଛନ୍ତି । ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ପଚରାଉଚରା କରିବା ସହ ତଦନ୍ତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ଯୌତୁକ ପାଇଁ ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ, ୨ ଗିରଫ

ଅଙ୍ଗନବାଡ଼ି କେନ୍ଦ୍ରରେ ଏବେଠାରୁ ନିୟମିତ କ୍ଲାସ କରିବା ସହିତ ସମସ୍ତ ଖେଳନା, ସରକାରୀ ସହାୟତା ଓ ସାମଗ୍ରୀ କେନ୍ଦ୍ରରେ ରଖିବାକୁ ଉପସ୍ଥିତ ଭଦ୍ରଲୋକଙ୍କ ସମ୍ମୁଖରେ ନିଷ୍ପତ୍ତି ନିଆଯାଇଛି । ସେହିପରି ଗରମ ପେଜ ପଡି ଶିଶୁର କ୍ଷତ ପାଇଁ ସମସ୍ତ ଡାକ୍ତରୀ ଖର୍ଚ୍ଚ କର୍ମୀ ଓ ସହାୟକ ବହନ କରିବାକୁ କୁହାଯାଇଛି । ଏଥିରେ ଖିଲାପ କଲେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ ହୋଇଛି । ଏନେଇ ପୁଲିସ କିମ୍ବା ଅଙ୍ଗନବାଡ଼ି କର୍ମୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.