ଚାକିରି ଦେବେ କହି ଟଙ୍କା ନେଇ ଠକିଦେଲେ, କାର୍ଯ୍ୟାଳୟ ଘେରିଲେ ଆଶାୟୀ
Published: Mar 15, 2023, 11:04 AM

ଚାକିରି ଦେବେ କହି ଟଙ୍କା ନେଇ ଠକିଦେଲେ, କାର୍ଯ୍ୟାଳୟ ଘେରିଲେ ଆଶାୟୀ
Published: Mar 15, 2023, 11:04 AM
ଚାକିରି କରିଦେବା ପାଇଁ କହି ଟଙ୍କା ନେଇ ଚାକିରି ନଦେବା ଅଭିଯୋଗରେ ଅଫିସ ଘେରିଲେ ଆଶାୟୀ ପ୍ରାର୍ଥୀ । ଅଧିକ ପଢନ୍ତୁ
ଭଦ୍ରକ: ପ୍ରତିଶୃତି ଦେଲେ ଟଙ୍କା ବି ନେଲେ କିନ୍ତୁ ଚାକିରି ଦେଲେନି । ଶେଷରେ ଚାକିରି ନଦେବା ଅଭିଯୋଗରେ ଅଫିସ ଘେରିଲେ ଆଶାୟୀ ପ୍ରାର୍ଥୀ । ତେବେ ଏକ ସଂସ୍ଥା ଭଦ୍ରକ ଜିଲ୍ଲା ଅନ୍ତର୍ଗତ ରାନ୍ଦିଆ ଠାରେ ଥିବା ବେଦାନ୍ତ ଫେକର କମ୍ପାନୀରେ ଚାକିରି କରାଇ ଦେବାକୁ କହି ଟଙ୍କା ନେଇଥିଲେ । ହେଲେ ଆଶାୟୀ ପ୍ରାର୍ଥୀ ଚାକିରି ପାଇବାରୁ ବଞ୍ଚିତ ଥିବା ଜଣାପଡିଛି । ଯାହାକୁ ନେଇ ସମ୍ପୃକ୍ତ ସଂସ୍ଥାର ଅଫିସକୁ ଘେରିଥିଲେ ଆଶାୟୀ ଯୁବକ ମାନେ । ଶେଷରେ ଏନେଇ ଭଦ୍ରକ ଟାଉନ ଥାନାରେ ଏକ ଏତଲା ଦିଆଯାଇଛି ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାରେ ଥିବା ବେଦାନ୍ତ ଫେକର କମ୍ପାନୀରେ ଠିକା ଶ୍ରମିକ ଭାବେ ନିଯୁକ୍ତି ଦେବା ପାଇଁ ପ୍ରଧାନ ଆସୋସିଏଟ ନାମକ ଏକ ସଂସ୍ଥା ଦାୟିତ୍ବରେ ରହିଛି । ଏହି ସଂସ୍ଥା ମାଧ୍ୟମରେ ଅନେକ ଯୁବକ ଯୁବତୀ ମଧ୍ୟ ନିଯୁକ୍ତି ପାଇଛନ୍ତି । ହେଲେ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ଅନୁଯାୟୀ ଏବେ ପର୍ଯ୍ୟନ୍ତ ଅନେକ ଆଶାୟୀ ପ୍ରାର୍ଥୀ ଦୁଇ ଥର ଲେଖାଏଁ ଇଣ୍ଟରଭ୍ୟୁ ଦେଇଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆଯାଉ ନାହିଁ । ଏନେଇ ବାରମ୍ବାର ସମ୍ପୃକ୍ତ ଅଫିସକୁ ଆସି ସେମାନେ ନୟାନ୍ତ ହେବା ପରେ ଗତକାଲି ଶେଷରେ ଆଶାୟୀ ମାନେ ଆସି ଅଫିସ ଦାୟିତ୍ୱରେ ଥିବା ସଂସ୍ଥାର ଅଧିକାରୀଙ୍କୁ ଦେଖିବାକୁ ନପାଇ ହୋହଲ୍ଲା କରିଥିଲେ ।
ସେହପରି ଅନେକ ଆଶାୟୀ ଚାକିରି ପାଇଁ ଟଙ୍କା ମଧ୍ୟ ଦେଇଥିବା କହିଛନ୍ତି । ତେବେ ଅଫିସରେ ହୋହଲ୍ଲା ପରେ ପ୍ରାର୍ଥୀମାନେ ଭଦ୍ରକ ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି । ଅନ୍ୟପଟେ ଘଟଣାକୁ ନେଇ ପ୍ରଧାନ ଆସୋସିଏଟର ଏଚଆର ଅଫିସର ଟଙ୍କା ଦେବା କଥା ମିଛ କହିବା ସହ ଏବେ ଆଶାୟୀ ପ୍ରାର୍ଥୀଙ୍କ ପ୍ରୋସେସିଂ କରାଯାଉଛି । ଅନ୍ୟପକ୍ଷରେ କେତେକ ସ୍ଥାନୀୟ ଲୋକେ ସେମାନଙ୍କୁ ଅଯଥା ହଇରାଣ ହରକତ କରୁଥବାରୁ ଗେଟପାସ ହୋଇ ପାରୁନାହିଁ । ଗେଟପାସ ହୋଇଗଲେ ଚୁକ୍ତି ମୁତାବକ ଆଶାୟୀ ପ୍ରାର୍ଥୀ ମାନେ ସେମାନଙ୍କ ଦାୟିତ୍ବ ସମ୍ପାଦନ କରିପାରିବେ ବୋଲି କହିଛନ୍ତି । ତେବେ ଏହି ଘଟଣାକୁ ନେଇ ଟାଉନ ଥାନା ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ଭଦ୍ରକ
