ପଞ୍ଚଭୂତରେ ବିଲୀନ ହେଲେ ବିଷ୍ଣୁ ସେଠୀ

author img

By

Published : Sep 20, 2022, 9:45 AM IST

Updated : Sep 20, 2022, 11:04 AM IST

bjp mla bishnu sethi cremated in mangarajpur bhadrak

ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ । ପୈତୃକ ଗ୍ରାମ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡା ପଞ୍ଚାୟତ ଅଧିନ ମଙ୍ଗରାଜପୁର ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅଧିକ ପଢ଼ନ୍ତୁ

ଭଦ୍ରକ: ପଞ୍ଚଭୂତରେ ବିଲୀନ ହେଲେ ବିଜେପି ନେତା ବିଷ୍ଣୁ ସେଠୀ । ପୁଅ ସୂର୍ଯ୍ୟବଂଶୀ ସୂରଜ ଦେଲେ ମୁଖାଗ୍ନି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡା ପଞ୍ଚାୟତ ଅଧିନ ତାଙ୍କ ପୈତୃକ ଗ୍ରାମ ମଙ୍ଗରାଜପୁରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବିଷ୍ଣୁଙ୍କ ପାର୍ଥିବ ଶରୀର ଭୁବନେଶ୍ଵରରୁ ଆସି ତାଙ୍କ ନିର୍ବାଚନ ମଣ୍ଡଳୀ ଧାମନଗର ପହଞ୍ଚି ବିଭିନ୍ନ ଅଞ୍ଚଳ ପରିକ୍ରମା କରାଯାଇ ଭଦ୍ରକ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଥିଲା । ଏହାପରେ ଭଦ୍ରକ ସ୍ଥିତ ବାସଭବନ ହୋଇ ମଙ୍ଗରାଜପୁର ଯାଇଥିଲା ।

ପଞ୍ଚଭୂତରେ ବିଲୀନ ହେଲେ ବିଷ୍ଣୁ ସେଠୀ

ସେଠାରେ ଗ୍ରାମବାସୀ, ବହୁ ବିଜେପି ନେତା, କର୍ମୀ ଏବଂ ଭିଟାମାଟିର ଅନେକ ଲୋକ ତାଙ୍କୁ ଶେଷ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବିଷ୍ଣୁ ସେଠୀ ଆମର ରହେ ଧ୍ୱନୀରେ କମ୍ପିଥିଲା ପୁରା ପରିବେଶ । ବିଳମ୍ବିତ ରାତିରେ ବିଷ୍ଣୁ ସେଠୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ପୁଅ ସୂର୍ଯ୍ୟବଂଶୀ ସୂରଜ ମୁଖାଗ୍ନି ଦେଇଥିଲେ । 61 ବର୍ଷ ବୟସରେ ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ହେହାନ୍ତ ହୋଇଛି । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ ଧାମନଗର ବିଧାୟକ ।

ତାଙ୍କ ମୃତ୍ୟୁ ପରେ ବିଷ୍ଣୁ ସେଠୀଙ୍କ ପାର୍ଥୀବ ଶରୀରକୁ ବିଧାନ ସଭାକୁ ଆଣାଯାଇଥିଲା। ସେଠାର ଗାର୍ଡ ଅଫ ଅନର ଦିଆଯାଇ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆଣାଯାଇଥିଲା। ସେଠାରେ ବହୁ ଦଳୀୟ କର୍ମୀମାନେ ବିଷ୍ଣୁଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହାପରେ ଭୁବନେଶ୍ବରରୁ ଏକ ଶୋଭାଯାତ୍ରାରେ ବିଷ୍ଣୁଙ୍କ ପାର୍ଥୀବ ଶରୀରକୁ ଯାଜପୁର ଜିଲ୍ଲା ପାଣି କୋଇଲି ନିଆଯାଇଥିଲା । ସେଠାରେ ବିଧାୟକଙ୍କୁ ଶତାଧିକ ବିଜେପି କର୍ମୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ (Tribute to Late MLA Bishnu Sethi) ।

ବିଧାୟକଙ୍କ ପାର୍ଥୀବ ଶରୀରର ଶେଷ ଦର୍ଶନ କରିବା ପରେ ବିଜେପି କର୍ମୀମାନେ ମାଲ୍ୟାର୍ପଣ ପ୍ରଦାନ କରିଥିଲେ । ଏହାପରେ ତାଙ୍କ ପାର୍ଥିବ ଶରୀର ଭଦ୍ରକ ଜିଲ୍ଲା ନିର୍ବାଚନ ମଣ୍ଡଳୀ ଧାମନଗରରେ ପହଞ୍ଚିଥିଲା । ଧାମନଗର ନିର୍ବାଚନ ମଣ୍ଡଳୀରେ ଶୋଭାଯାତ୍ରାବେଳେ ବହୁକର୍ମୀ, ରାଜନେତା ଓ ସମର୍ଥକ ତାଙ୍କ ଶେଷ ଦର୍ଶନ କରିଥିଲେ। ବିଳମ୍ବିତ ରାତିରେ ତାଙ୍କ ଶେଷ କୃତ୍ୟ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ପରଲୋକରେ ବିଜେପିର ଟାଣୁଆ ନେତା ବିଷ୍ଣୁ ସେଠୀ

ତିହିଡି ବ୍ଲକ ଭାଟପଡା ପଞ୍ଚାୟତ ଅଧିନ ମଙ୍ଗରାଜପୁର ଗାଁର ଗୟାଧର ସେଠୀଙ୍କ ସୁଯୋଗ୍ୟ ସନ୍ତାନ ଥିଲେ ବିଷ୍ଣୁ ଚରଣ ସେଠୀ । ପତ୍ନୀ ଉର୍ମିଳାରାଣୀ ପୁତ୍ର ସୁରଜ ସୂର୍ଯ୍ୟବଂଶୀଙ୍କ ସହ ସେ ବେଶ ଖୁସିରେ ଥିଲେ । 2ଥର ବିଧାୟକ ଥିବା ବିଷ୍ଣୁ ସେଠୀ ଜଣେ ସାହିତ୍ୟିକ, ଲେଖକ ଓ କବି ଭାବେ ବେଶ ଜଣାଶୁଣା ଥିଲେ । ବିଷ୍ଣୁ ସେଠୀଙ୍କ ପରଲୋକରେ ତାଙ୍କ ପରିବାର ଉପରେ ଚଡ଼କ ପଡ଼ିଛି ।

କେବଳ ତାଙ୍କ ପରିବାର କାହିଁକି ରାଜ୍ୟ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ନିଆରା ଢଙ୍ଗରେ ଟାର୍ଗେଟ କରି ଆସୁଥିଲେ । ଜଣେ ସାମ୍ବାଦିକ, କବି, ଲେଖକ ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଉପସ୍ଥାପନା ଶୈଳୀ ଯୋଗୁଁ ସେ ପ୍ରତ୍ୟେକ ନେତାଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ଭଦ୍ରକ ମାଟି ପାଇଁ ଏହାଏକ ଅପୂରଣୀୟ କ୍ଷତି ।

ଇଟିଭି ଭାରତ, ଭଦ୍ରକ

Last Updated :Sep 20, 2022, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.