ଭାରତ ବନ୍ଦ ସଫଳ କରିବାକୁ ଓଡିଶା କୃଷକ ସଭାର ଆହ୍ବାନ

author img

By

Published : Sep 27, 2021, 9:03 AM IST

ଆଜି ଭାରତ ବନ୍ଦ; ଅଖଚକ ଜାମ୍

କଳା କୃଷି ଆଇନ ଓ କଳା ଶ୍ରମ ଆଇନ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ । ଜୀବନ ଯାତ୍ରା ପ୍ରଭାବିତ । ଅଧିକ ପଢନ୍ତୁ...

ଭଦ୍ରକ: କଳା କୃଷି ଆଇନ ଓ କଳା ଶ୍ରମ ଆଇନ ପ୍ରତ୍ୟାହାର ଦାବିରେ ସୋମବାର ଭାରତ ବନ୍ଦ କରାଯାଇଛି । ଭଦ୍ରକରେ ଓଡିଶା କୃଷକ ସଭା ପକ୍ଷରୁ ମଶାଲ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରାଯିବା ପରେ କଚେରୀ ବଜାରସ୍ଥିତ ଏସବିଆଇ ବ୍ୟାଙ୍କ ସମ୍ମୁଖରେ ସରକାରଙ୍କ ବିରୋଧି ପ୍ରତିବାଦ ସଭା କରାଯାଇଥିଲା । ତିହିଡି ଜୋନ ପୀରହାଟ ଶାଖା ପକ୍ଷରୁ ସଂଯୁକ୍ତ ମୋର୍ଚ୍ଚାର ଭାରତ ବନ୍ଦ ପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଆଜି ଭାରତ ବନ୍ଦ; ଅଖଚକ ଜାମ୍

ବାମପନ୍ଥୀ ଦଳର କର୍ମୀ ମାନେ ପୀରହାଟ ପଜାର ପରିକ୍ରମା କରିଥିଲେ । ଅନୁରୂପଭାବେ ତିହିଡିରେ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରାଯାଇଥିଲା । ସେହିପରି ଚାନ୍ଦବାଲିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ପକ୍ଷରୁ ଏହି ଭାରତ ବନ୍ଦକୁ ସଫଳ କରିବା ଲାଗି ପିକେଟିଂ, ପ୍ରତିବାଦ ସଭା କରିବା ପରେ ଶୋଭାଯାତ୍ରା କରିଥିଲେ ।

ସୂଚନା ମୁତାବକ, ଚାଷୀ ବିରୋଧୀ 3 ଟି କଳା କୃଷି ଆଇନ୍ 2020 କୁ ପ୍ରତ୍ୟାହାର କରିବା, ଶ୍ରମିକ ବିରୋଧୀ 4 ଟି ଶ୍ରମ କୋଡ ବାତିଲ କରିବା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ୍‌ରେ ବର୍ଷକୁ 2 ଶହ ଦିନର କାମ ଯୋଗାଇ ଦେବା ସହିତ ଦୈନିକ 6 ଶହ ଟଙ୍କା ମଜୁରୀ ପ୍ରଦାନ କରିବା, ଶିକ୍ଷାର କେନ୍ଦ୍ରୀକରଣ, ଘରୋଇକରଣ ଓ ସାଂପ୍ରଦାୟିକରଣ ପାଇଁ ଉଦ୍ଦିଷ୍ଟ ଜାତୀୟ ଶିକ୍ଷା ନୀତି 2020 ବାତିଲ କରିବା ଆଦିରେ ଭାରତ ବନ୍ଦର ଡାକରା ଦିଆଯାଇଛି ।

ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ 24 ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମସ୍ତ ବାମପନ୍ଥୀ ଦଳ ଯଥା ସିପିଆଇଏମ, ସିପିଆଇ, ସିପିଆଇ(ଏମଏଲ୍ ), ସିପିଆଇ ( ଲିବରେସନ), ସର୍ବଭାରତୀୟ ଫରୱାର୍ଡ ବ୍ଲକ ସମେତ ଭାରତୀୟ ଜାତୀୟ କଂଗ୍ରେସ ସମର୍ଥନ କରୁଥିବା ଜଣାଯାଇଛି । ଏଥିସହ ଅଖିଳ ଭାରତ କୃଷକ ସଭା, ସିଆଇଟିୟୁ, ଆଇଏନଟିୟୁସି, ଭାରତର ଛାତ୍ର ଫେଡେରେସନ, ଛାତ୍ର କଂଗ୍ରେସ, ଭାରତର ଯୁବ ଫେଡେରେସନ, ଯୁବ କଂଗ୍ରେସ ସମେତ ଭାରତର ଶତାଧିକ ଗଣସଂଗଠନ ଏହି ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସମର୍ଥନ କରୁଥିବା ମଧ୍ୟ ଜଣାଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.